ହାଇଦ୍ରାବାଦ:ଖରାପ ଜୀବନଶୈଳୀର ନକାରାତ୍ମକ ପ୍ରଭାବ ମଧ୍ୟ ଆଖିରେ ଦ୍ରୁତ ଗତିରେ ବଢୁଛି। ଏହି କାରଣରୁ, ଆଖି ସହିତ ଜଡିତ ଅନେକ ରୋଗ ଦେଖାଯାଉଛି । ଆଜିର ସମୟରେ ଲୋକେ କମ ବୟସରୁ ଆଖି ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଖି ସମସ୍ୟା ଦେଖାଯାଉଥିବା ବା ଝାପସା ଦେଖାଯାଉଥିବା ବ୍ୟକ୍ତିମାନେ କେବଳ ଆଖି ସମସ୍ୟାରେ ଜଡିତ ହୋଇନଥାଆନ୍ତି। ଅନେକ କାରଣରୁ ଆଖି ଉପରେ ପ୍ରଭାବ ପଡିଥାଏ। କେତେକ କ୍ଷେତ୍ରରେ ଦେଖାଯାଇଛି ଯେ, ଅନେକ ରୋଗ କାରଣରୁ ଆଖି ଉପରେ ଏହାର ପ୍ରଭାବ ପଡୁଛି । ଫଳରେ ଲୋକେ ଦେଖିବାରେ ସମସ୍ୟା ଭୋଗୁଛନ୍ତି ।
ଝାପସା ଦେଖାଯାଉଥିଲେ ହୋଇଯାଆନ୍ତୁ ସାବଧାନ: ଚକ୍ଷୁ ରୋଗ ହେତୁ ଆଲୋକ ସଠିକ୍ ଭାବରେ ବା କ୍ଲିୟରରେ ଦେଖିପାରିନଥାନ୍ତି। ଫଳରେ ଅନେକ ସମୟରେ ଝାପସା ଝାପସା ବା ବ୍ଲର୍ ଦେଖାଯାଇଥାଏ। ଆଜିକାଲି ଯୁବପିଢିଙ୍କ ମଧ୍ୟରେ ସ୍ମାର୍ଟଫୋନ୍ ଭିଜନ୍ ସିଣ୍ଡ୍ରୋମ୍ ହେତୁ ଏହି ସମସ୍ୟାଗୁଡ଼ିକ ମଧ୍ୟ ଘଟିବା ଆରମ୍ଭ କରିଛି । ବେଳେବେଳେ ଏହି ସମସ୍ୟା ଏତେ ଗମ୍ଭୀର ହୋଇଯାଏ ଯେ, ଆଖି ପାଇଁ ଚିକିତ୍ସା କରିବା ସତ୍ତ୍ବେ ମଧ୍ୟ ଠିକ୍ ଭାବେ ଦେଖାଯାଏ ନାହିଁ । ଏଭଳି ହେଲେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଏହା ଅନେକ ପ୍ରକାର ରୋଗର ସଙ୍କେତ ହୋଇଥାଏ । ଏଭଳି ପରିସ୍ଥିତିରେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
ଏହି ସମସ୍ୟା ପାଇଁ ହୋଇଥାଇପାରେ ଆଖି ସମସ୍ୟା:
1. ଏକାଗ୍ରତାର ସହ ଗୋଟିଏ ଜିନିଷକୁ ଦେଖିବା: ଯଦି ଆପଣ ଗୋଟିଏ ପରଦାକୁ ଦୀର୍ଘ ସମୟ ଧରି ଦେଖନ୍ତି ବା ଏକାଗ୍ରତାର ସହ ଅନାଇଥାଆନ୍ତି, ତେବେ ଏଭଳି ସ୍ଥଳେ ଆଖିର ପଲକ ପଡିନଥାଏ । ଆଖିର ପଲକ ନପଡିବା କାରଣରୁ ଲୁହ ଅଂଶ କମି ଯାଇଥାଏ । ଯାହାକି ଦେଖିବାରେ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଗୋଟିଏ ସ୍କ୍ରିନ୍ ବା ପରଦାରୁ ଏକାଗ୍ରତାର ସହ ଅଧିକ ସମୟ ଦେଖିବା ଉଚିତ ନୁହେଁ ।