ଓଡିଶା

odisha

ETV Bharat / sukhibhava

Health Tips: ବ୍ୟାୟାମ ସହ ଗ୍ରହଣ କରନ୍ତୁ ଏହି ସବୁ ଖାଦ୍ୟ, ବଜାୟ ରହିବ ଶାରୀରିକ ଓଜନ - କେଉଁ ଖାଦ୍ୟ ଖାଇଲେ ଓଜନ ବଢେ ନାହିଁ

ଶାରୀରିକ ଓଜନ ବଜାୟ ରଖିବା ପାଇଁ ବ୍ୟାୟାମ ସହ ଉପଯୁକ୍ତ ଖାଦ୍ୟ ରୁଟିନ୍ ଅନୁସରଣ କରିବା ଏକାନ୍ତ ଜରୁରୀ । ନଚେତ୍ ବ୍ୟାୟାମର କୌଣସି ପ୍ରଭାବ ପଡିନଥାଏ । ତେବେ ଆପଣ ଜାଣନ୍ତି କି କେତେକ ଖାଦ୍ୟ ରହିଛି ଯାହା, ଓଜନ ହ୍ରାସ କରିବାରେ ମୁଖ୍ୟ ଭୂମିକା ନିଭାଇଥାନ୍ତି । ଅଧିକ ପଢନ୍ତୁ

Health Tips: ବ୍ୟାୟାମ ସହ ଗ୍ରହଣ କରନ୍ତୁ ଏହିସବୁ ଖାଦ୍ୟ, ବଜାୟ ରହିବ ଶାରୀରିକ ଓଜନ
Health Tips: ବ୍ୟାୟାମ ସହ ଗ୍ରହଣ କରନ୍ତୁ ଏହିସବୁ ଖାଦ୍ୟ, ବଜାୟ ରହିବ ଶାରୀରିକ ଓଜନ

By

Published : Oct 27, 2022, 1:55 PM IST

ହାଇଦ୍ରାବାଦ: ଶାରୀରିକ ସୁସ୍ଥତା ବଜାୟ ରଖିବା ପାଇଁ ଅଧିକାଂଶ ଲୋକେ ବ୍ୟାୟାମ କରିବା ସହ ଜିମ୍ ଯାଇଥାନ୍ତି । ଏପରି ଖାଦ୍ୟରେ ମଧ୍ୟ ବିଭିନ୍ନ ବାରଣ ରଖିଥାନ୍ତି । କିନ୍ତୁ ବେଳେବେଳେ ଏପରି ହୁଏକି ଏସବୁ ସତ୍ତ୍ବେ ମଧ୍ୟ ଜଣେ ବ୍ୟକ୍ତିଙ୍କ ଓଜନ ହ୍ରାସ ପାଏ ନାହିଁ, କିମ୍ବା ସେମାନଙ୍କ ମେଦବହୁଳତାରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଏଥିପାଇଁ ଉପଯୁକ୍ତ ଡାଏଟ୍ ବା ଖାଦ୍ୟ ରୁଟିନ୍‌ର ଆବଶ୍ୟକତା ରହିଛି । ଆମେ ଆପଣଙ୍କୁ କେତେକ ଖାଦ୍ୟ ବାବଦରେ ବିବରଣୀ ପ୍ରଦାନ କରିବୁ, ଯାହା ଦ୍ବାରା ଆପଣ ଶାରୀରିକ ଓଜନ ବଜାୟ ରଖିପାରିବେ(Best foods to add to your diet to help you lose weight) ।

କନ୍ଦମୂଳ(Sweet potatoes)

Sweet potatoes

ଜଟିଳ କାର୍ବୋହାଇଡ୍ରେଟ୍ସର ଅନ୍ୟ ଏକ ଉତ୍ତମ ଉତ୍ସ ହେଉଛି କନ୍ଦମୂଳ, ଫାଇବର ଏବଂ ଜଳୀୟ ଅଂଶ ଅଧିକ ଥିବାରୁ କ୍ୟାଲୋରୀ ଗ୍ରହଣକୁ ହ୍ରାସ କରିବାରେ ବେଶ୍ ପ୍ରଭାବୀ ହୋଇଥାଏ । ଏଥିରେ ଭିଟାମିନ୍ ଏ, ପୋଟାସିୟମ୍, ଏବଂ ରାଇବୋଫ୍ଲାଭିନ ରହିଥାଏ, ଯାହାକି ମାଂସପେଶୀ ନିର୍ମାଣ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ବ୍ୟାୟାମ ପରେ କୌଣସି ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଆଣ୍ଟିଅକ୍ସିଡାଣ୍ଟରେ ଭର୍ତି କନ୍ଦମୂଳ ସହ ଲାଲ୍ ପିପର୍ ବେସ୍ ଲାଭଦାୟକ ।

ଗ୍ରୀକ୍ ଦହି(Greek yoghurt)

Greek yoghurt

ପ୍ରୋଟିନ ଅଧିକ ଥିବାରୁ ଗ୍ରୀକ୍ ଦହି ଆପଣଙ୍କ ଖାଦ୍ୟ ପାଇଁ ଜରୁରୀ । ଏଥିରେ ଫ୍ୟାଟ୍ ଏବଂ ସୁଗାର୍ ମଧ୍ୟ କମ୍ ଥାଏ । ଏକାସାଙ୍ଗରେ ମାଂସପେଶୀକୁ ସୁସ୍ଥ କରୁଥିବାବେଳେ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ମଧ୍ୟ ଆପଣଙ୍କ ପ୍ରତିରକ୍ଷା ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ପ୍ରୋବାୟୋଟିକ୍ସ ଧାରଣ କରିଥାଏ, ଯାହା ଏକ ସୁସ୍ଥ ଅନ୍ତଃସ୍ଥଳୀରେ ସାହାଯ୍ୟ କରିଥାଏ । ଅଧିକ ପ୍ରଭାବଶାଳୀ ସ୍ନାକ୍ସ ପାଇଁ ଦହିରେ ମୁଠାଏ ଆଲମଣ୍ଡ୍ ମିଶାନ୍ତୁ, ଏହା ବେସ୍ ଲାଭଦାୟକ ହୋଇଥାଏ ।

ଫାଇବର, କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ, ବ୍ରାଉନ୍ ଚାଉଳ ବ୍ୟାୟାମ ପାଇଁ ଏକ ଉତ୍କୃଷ୍ଟ ଖାଦ୍ୟ ଏବଂ ସୁସ୍ଥ ଚର୍ବି ସହିତ ଏହା ଶରୀରକୁ ବ୍ୟାୟାମ ସମୟରେ ଦୀର୍ଘକାଳୀନ ଶକ୍ତି ଯୋଗାଇଥାଏ । ଏଥିସହ, ହାଇ-ଫାଇବର ଶରୀରକୁ ଅଧିକ ପୂର୍ଣ୍ଣ ଅନୁଭବ କରେ, ଯାହାଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିବାକୁ କ୍ୟାଲୋରୀ ଗ୍ରହଣ କମିଯାଏ ।

ଓଟମିଲ୍(Oatmeal)

Oatmeal

ବ୍ୟାୟାମ ପାଇଁ ଶକ୍ତି ଏବଂ ଧୈର୍ଯ୍ୟ ଅର୍ଥାତ୍ ଦୀର୍ଘ ସମୟ ବ୍ୟାୟାମ କରିବାକୁ ଉତ୍ସାହ ଯୋଗାଇବାରେ ଓଟମିଲ୍ ବହୁତ ଭଲ । ଏହା କେବଳ ଆପଣଙ୍କୁ ବ୍ୟାୟାମରେ ସାହାଯ୍ୟ କରିବା ପାଇଁ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ଯୋଗାଏ ନାହିଁ, ବରଂ ଏହା ଫାଇବରରେ ମଧ୍ୟ ଭରପୂର । ଅଧିକ ସ୍ବାଦ ପାଇଁ ଏଥିରେ ଆପଣ ଅତିରିକ୍ତ ଭାବରେ ବେରିଜ୍ ମଧ୍ୟ ଯୋଗ କରିପାରିବେ, ଯେଉଁଥିରେ ଇନଫ୍ଲାମେସନ୍-ଫାଇଟିଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ବ୍ୟାୟାମ ପରେ ଆପଣଙ୍କ ଶରୀରକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ ।

ଅଣ୍ଡା:-

ପ୍ରୋଟିନ୍‌ରେ ଭରପୂର ଅଣ୍ଡା । ଏହା ମାଂସପେଶୀ ଗଠନ ପାଇଁ ବେସ୍ ଲାଭଦାୟକ ଏବଂ ଅଧିକ ପ୍ରୋଟିନ୍ ଏବଂ ସୁସ୍ଥ ଚର୍ବି ହେତୁ ଅଣ୍ଡା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ମାଂସପେଶୀ ବୃଦ୍ଧି ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବା ପାଇଁ, ପୋଚ୍ କିମ୍ବା ସିଝା ଅଣ୍ଡା ଖାଇବା ପାଇଁ ସବୁଠାରୁ ସୁସ୍ଥ ଉପାୟ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।

ABOUT THE AUTHOR

...view details