ହାଇଦ୍ରାବାଦ: ଗ୍ରୀଷ୍ମଋତୁରେ ସପୁରୀ ଏବଂ ଏହାର ଜୁସ୍ ନିଶ୍ଚିତ ଭାବରେ ପିଇଥିବେ । ହେଲେ କେବେ ସପୁରୀ ପାଣି ପିଇଛନ୍ତି ? ମନରେ ଏହି ପ୍ରଶ୍ନ ନିଶ୍ଚୟ ଆସୁଥିବ କି, ସପୁରୀରେ ପାଣି ଆସିବ କେଉଁଠୁ, ଏହାକୁ ତ କେବଳ ଫଳ ପରି ଖଣ୍ଡ ଖଣ୍ଡ କରି କିମ୍ବା ଜୁସ୍ ଆକାରରେ ପିଆଯାଇ ପାରିବ । ଏପରି ନୁହଏ, ସପୁରୀ ପାଣି ମଧ୍ୟ ପିଇପାରିବେ । ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ସପୁରୀ ପାଣି କିପରି ପ୍ରସ୍ତୁତ କରିବେ ଏବଂ ଏହା ସ୍ବାସ୍ଥ୍ୟକୁ କି କି ଉପକାରୀ ଗୁଣ ଦେଇଥାଏ, ଜାଣନ୍ତୁ...
ସପୁରୀ ପାଣି ପ୍ରସ୍ତୁତ ପାଇଁ ଛୋଟ ଖଣ୍ଡ କାଟି ଏହାକୁ ଏକ ଗ୍ଲାସ୍ ପାଣିରେ କିଛି ସମୟ ପାଇଁ ରଖିଦିଅନ୍ତୁ । ଏହି ପାଣି ପିଇବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଶରୀର ହାଇଡ୍ରେଟ୍ ରହିଥାଏ ଏବଂ ପ୍ରଦାହ ଦୂରହୁଏ । ଅନ୍ୟାନ୍ୟ କେତେକ ଉପକାରିତା ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...
ଶରୀରକୁ ହାଇଡ୍ରେଟ୍ କରେ:-ଆମ ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ହାଇଡ୍ରେଟେଡ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ଡାକ୍ତରମାନେ ଦିନସାରା 8 ରୁ 10 ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । କିନ୍ତୁ କିଛି ଲୋକ ପାଣି ପିଇବାକୁ ପସନ୍ଦ କରନ୍ତିନି । ଏହି କାରଣରୁ, ଡିହାଇଡ୍ରେସନ୍, ଥକ୍କା, ମୁଣ୍ଡବିନ୍ଧା ଭଳି ସମସ୍ୟା ହୁଏ । ଏପରି ପରିସ୍ଥିତିରେ ପାଣିରେ ସପୁରୀ ମିଶାଇ ଏକ ସ୍ବାଦଯୁକ୍ତ ପାନୀୟ ପ୍ରସ୍ତୁତ କରିପାରିବେ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରେ:-ସପୁରୀ ଭିଟାମିନ୍ ସି ଏବଂ ମାଙ୍ଗାନିଜ୍ର ଏକ ଉତ୍ତମ ଉତ୍ସ, ଯାହା ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଗୋଟିଏ କପ୍ ସପୁରୀ ପାଣିରୁ 79 ମିଗ୍ରା ଭିଟାମିନ୍ ସି ମିଳିଥାଏ ।