ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଡାଏବେଟିସ୍ ବା ମଧୁମେହ ଏକ ମୁଖ୍ୟ ସମସ୍ୟା ପାଲଟିଲାଣି । ଏହି କାରଣରୁ ଅନ୍ୟାନ୍ୟ ରୋଗ ଭଲ ହେବାରେ ବିଳମ୍ବ ଘଟିଥାଏ । ଏହି ଗୋଟିଏ ରୋଗର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ କୋଟିଏ ସମସ୍ୟା ସୃଷ୍ଟି ହୋଇଥାଏ । ଅଧିକାଂଶ ଲୋକେ ଏହି ବିପଦର ସମ୍ମୁଖୀନ ହେଉଛନ୍ତି । ଏହିପରିପ୍ରେକ୍ଷୀରେ ମଧୁମେହ ପାର୍ଶ୍ବ ପ୍ରତିକ୍ରିୟାର ଆଉ ଏକ ଲକ୍ଷଣ ବାବଦରେ ଡାକ୍ତରମାନେ କହିଛନ୍ତି । ସୂଚନା ଅନୁଯାୟୀ, ଅଧିକ ମଧୁମେହ ହେଲେ ହାତରେ ମଧ୍ୟ କେତେକ ଭିନ୍ନ ଲକ୍ଷଣ ଦେଖାଯାଏ(Diabetes Causes Hand Diseases) ।
ନିମ୍ନରେ ମଧୁମେହର କେତେକ ଲକ୍ଷଣ ବାବଦରେ ଆଲୋଚନା କରାଯାଇଛି, ଯାହା ଜାଣିପାରିଲେ ଠିକ୍ ସମୟରେ ଚିକିତ୍ସା କରାଇପାରିବେ...
ମଧୁମେହର ଲକ୍ଷଣ(Diabetes Symptoms): ମଧୁମେହ ଏକ ଜୀବନଶୈରୋଗ, ଅର୍ଥାତ୍ ଖାଦ୍ୟ ରୁଟିନ୍ ଉପରେ ଏହା ନିର୍ଭର କରିଥାଏ । ଖରାପ ଜୀବନଶୈଳୀ ହେତୁ ଉଚ୍ଚ ରକ୍ତଚାପ, ମୋଟାପଣ ଭଳି ରୋଗ ସୃଷ୍ଟି ହେଉଛି । ଅଗ୍ନାଶୟରେ ଇନସୁଲିନ୍ ଉତ୍ପାଦନ ହ୍ରାସ ପାଇଲେ ଶରୀରରେ ଶର୍କରା ସ୍ତର ଦ୍ରୁତ ଗତିରେ ବଢିଥାଏ । ଡାକ୍ତରମାନେ କୁହନ୍ତି ଯେ, ମଧୁମେହର ସାଂଘାତିକ ଦିଗ ହେଉଛି, ଏହା ଥରେ ହେଲେ ଜୀବନ ବ୍ୟାପୀ ଏହାର ପ୍ରଭାବ ରହିଥାଏ । ଏହି ରୋଗ ଘଟିବା ପରେ ଏହାର ପ୍ରଭାବ କିଡନୀ, ଯକୃତ ସମେତ ହାତକୁ ମଧ୍ୟ ପ୍ରଭାବିତ କରିଥାଏ । ଆସନ୍ତୁ ଜାଣିବା ହାତ ଉପରେ ଏହାର ପ୍ରଭାବ କ’ଣ ରହିଛି ?
ଶରୀରରେ କୁଣ୍ଡିଆ ହେବା:-
ଯଦି ଶର୍କରା ସ୍ତର 200ରୁ ଅଧିକ ରହିଥାଏ, ତେବେ ରୋଗୀର ପାପୁଲି କୁଞ୍ଚନ ହେବା ଆରମ୍ଭ ହୁଏ । ହାତର ଚର୍ମ ଶୁଷ୍କ ହୋଇଯାଏ । ଯଦି ହାତରେ ଅତ୍ୟଧିକ କୁଞ୍ଚନ ହୁଏ, ତେବେ ଏହା ମଧୁମେହ ବୃଦ୍ଧି ହେବାର ସଙ୍କେତ ହୋଇଥାଏ । ତୁରନ୍ତ ଡାକ୍ତରୀ ପରୀକ୍ଷା କରାଇନେବା ଉଚିତ୍ ।