ଓଡିଶା

odisha

ବିଶ୍ବକୁ ବାଣିଜ୍ୟରୁ କଲ୍ୟାଣରେ ଯୋଡିପାରିଛି 'ଜନୌଷଧି': କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

By

Published : Feb 26, 2023, 6:49 AM IST

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ଉପକାରିତା ବାବଦରେ ଆଲୋଚନା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଅଧିକ ପଢନ୍ତୁ

PMBI
PMBI

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ସେବାକୁ ସହଜ ଓ ସରଳ କରିବା ପାଇଁ ଜାରି ରହିଛି କେନ୍ଦ୍ର ସରକାରଙ୍କ ପ୍ରୟାସ । ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ବିଭିନ୍ନ ସୁବିଧା ବାବଦରେ ଆଲୋଚନା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏହି ଯୋଜନା ମାଧ୍ୟମରେ ଭାରତ କିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ଅଗ୍ରସର ହେଉଛି ସେ ବାବଦରେ ଆଲୋଚନା କରିଛନ୍ତି । ଏହା ସାଙ୍ଗକୁ ଦେଶ ସ୍ବାସ୍ଥ୍ୟସେବା ଜରିଆରେ କିପରି 'ବସୁଧୈବ କୁଟୁମ୍ବକମ୍'ର ବାର୍ତ୍ତା ଦେଉଛି ସେ ବାବଦରେ କହିଛନ୍ତି ।

ସୂଚନା ଅନୁସାରେ, ଶୁକ୍ରବାର(24 ଫେବ୍ରୁଆରୀ) ମନସୁଖ ମାଣ୍ଡଭିୟ, କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା(PMBJAP) ଅଧୀନରେ ପ୍ରାୟ 100 ଭାଗିଦାରୀ ଦେଶର ବୈଦେଶିକ ମିଶନର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ମାଣ୍ଡଭିୟ କହିଛନ୍ତି ଯେ, ଭାରତର 'ବସୁଧୈବ କୁଟୁମ୍ବକମ୍'ର ନୈତିକତା ଅନୁଯାୟୀ, ଭାରତୀୟ ଫାର୍ମାସ୍ୟୁଟିକାଲ୍ସ ଶିଳ୍ପ ବିଶ୍ବବଜାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ମାନବଜାତିର ଉନ୍ନତି ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛି । ଯାହା ଦ୍ବାରା ଜନସାଧାରଣଙ୍କ ପାଇଁ ଉତ୍ତମ ଗୁଣାତ୍ମକ ଔଷଧ ଉପଲବ୍ଧ ହୋଇପାରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି, "ସହଭାଗୀ ଦେଶମାନଙ୍କ ସହ କାର୍ଯ୍ୟ କରିବା ପାଇଁ ଭାରତ ଦୃଢ ପ୍ରତିବଦ୍ଧ । ଏହି ସହଭାଗିତା ବାଣିଜ୍ୟରୁ କଲ୍ୟାଣ ପର୍ଯ୍ୟନ୍ତ ସମ୍ପର୍କ ଗଢି ପାରିଛି । ଭାରତକୁ ବର୍ତ୍ତମାନ ବିଶ୍ୱ ଫାର୍ମାସି ବୋଲି କୁହାଯାଉଛି । ଭାରତରେ 50 ପ୍ରତିଶତ ରପ୍ତାନି ଏବଂ ପ୍ରତି ପାଞ୍ଚଟି ଜେନେରିକ୍ ଔଷଧ ମଧ୍ୟରୁ ଗୋଟିଏ ଦେଶରେ ଉତ୍ପାଦିତ ହେଉଥିବାରୁ ଆମେ ବିଶ୍ବର ଅନେକ ଦେଶର ଲୋକଙ୍କ ପାଇଁ ଔଷଧ ସୁଲଭ ମୂଲ୍ୟରେ ବ୍ୟାପକ ସହଯୋଗ କରିପାରୁଛୁ ।"

ଭାରତର ଲକ୍ଷ୍ୟ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି ଗୁରୁତ୍ୱାରୋପ କରି କହିଛନ୍ତି, 'ଆମେ ନାଗରିକ ତଥା ବିଶ୍ବ ପାଇଁ ଔଷଧ ଏବଂ ଚିକିତ୍ସା ଉପକରଣର ସୁବିଧା ତଥା ସୁଲଭତା ଉପରେ ଧ୍ୟାନ ଦେବା । ନଗଦବିହୀନ ଚିକିତ୍ସା, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ପ୍ରତିଷ୍ଠା (AB-HWCs) ଏବଂ ଜନୌଷଧି ସ୍କିମ୍ ମାଧ୍ୟମରେ ଜେନେରିକ୍ ଔଷଧକୁ ଲୋକପ୍ରିୟ କରିବା ପାଇଁ ସରକାର ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଚେଷ୍ଟା କରୁଛନ୍ତି ।

ଜନୌଷଧି ଯୋଜନାର ଲାଭ ବିଷୟରେ ଦୋହରାଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଫ୍ଲାଗସିପ୍ କାର୍ଯ୍ୟକ୍ରମ ସାଧାରଣ ବଜାର, ବିଶେଷକରି ଗରିବ ଲୋକଙ୍କୁ ବାଣିଜ୍ୟିକ ବଜାର ମୂଲ୍ୟଠାରୁ ଶସ୍ତା ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇବାକୁ ଚେଷ୍ଟା କରୁଛି । ଉଦ୍ୟୋଗୀମାନଙ୍କ ଖୁଚୁରା ବ୍ୟବସାୟ ଆରମ୍ଭ କରିବା ପାଇଁ ଏହା ଏକ ଉତ୍ସ । ନାଗରିକମାନଙ୍କୁ ବ୍ୟାପକ ସୁବିଧା ଯୋଗାଇବା ସହ ସରକାରଙ୍କଠାରୁ କମ୍ ବଜେଟ୍ ସହାୟତା ଆବଶ୍ୟକ କରେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

...view details