ଓଡିଶା

odisha

ETV Bharat / sukhibhava

Vitamin H: ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ଭିଟାମିନ H, ବାୟୋଟିନ କମିଲେ ବଢିପାରେ ସମସ୍ଯା - ଭିଟାମିନ ଏଚ

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ଭିଟାମିନ H। ଭିଟାମିନର ମାତ୍ରା କମିଲେ ବଢିପାରେ ସମସ୍ୟା। ଅଧିକ ପଢନ୍ତୁ

Vitamin H
Vitamin H

By

Published : Jun 30, 2023, 4:04 PM IST

ହାଇଦ୍ରାବାଦ:ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଅର୍ଥାତ ସୁସ୍ଥ ରହିବା ପାଇଁ ସବୁ ପ୍ରକାରର ଭିଟାମିନ୍ ଆବଶ୍ୟକ । ଭିଟାମିନ୍-ଏ, ଭିଟାମିନ୍-ସି, ଭିଟାମିନ୍-ବି, ଭିଟାମିନ୍-କେ, ଭିଟାମିନ୍-କେ ବିଷୟରେ ସମସ୍ତେ ଜାଣିଥାଆନ୍ତି । ହେଲେ ଆପଣ କେବେ ଭିଟାମିନ-ଏଚ(H) ବିଷୟରେ ଶୁଣିଛନ୍ତି କି ? ଏହା ସାଧାରଣତଃ ବାୟୋଟିନ ଭାବରେ ଜଣାଶୁଣା । କହିବାକୁ ଗଲେ ଭିଟାମିନ ଏଚ ବିକମ୍ପ୍ଲେକ୍ସର ଏକ ଅଂଶ । ଅଧିକାଂଶ ଲୋକ ବାୟୋଟିନକୁ କେଶ ବୃଦ୍ଧି ବା ତ୍ବଚାରେ ଚମକ ଆଣିବା ପାଇଁ ବ୍ୟବହାର କରିଥଆନ୍ତି । କିନ୍ତୁ ବାୟୋଟିନ ଏହା ବ୍ୟତୀତ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ବାୟୋଟିନ ବିଷୟରେ କହିବା ତେବେ ଏହା ଜଳରେ ଦ୍ରବୀଭୁତ ହୋଇଯାଇଥାଏ । ଏହି ଭିଟାମିନ୍ ଖାଦ୍ୟକୁ ଶରୀରରେ ଶକ୍ତିରେ ପରିଣତ କରିବାରେ ସାହାଯ୍ୟ କରିଥାଏ । ତେବେ ଜାଣନ୍ତୁ ବାୟୋଟିନ ବା ଭିଟାମିନ ଏଚ ଖାଇବା ଦ୍ବାରା କେଉଁ ପ୍ରକାର ଉପକାର ମିଳିଥାଏ

ଏଥିପାଇଁ ଆବଶ୍ୟକ ଭିଟାମିନ ଏଚ(H):

  1. ମେଟାବୋଲିଜିମ:ଖାଦ୍ୟକୁ ଶୀଘ୍ର ଶକ୍ତିରେ ପରିଣତ କରିଥାଏ ଭିଟାମିନ ଏଚ। ଅର୍ଥାତ ଶରୀରକୁ ଶୀଘ୍ର ଶକ୍ତି ମିଳିଥାଏ। ଏହି କାରଣରୁ, ଶରୀରର ମେଟାବୋଲିଜିମ୍ ସଠିକ୍ ରହିଥାଏ। ଯଦି ଶରୀରରେ ମେଟାବୋଲିଜିମ୍ ବୃଦ୍ଧି କରିବାକୁ ଚାହୁଁଛନ୍ତି ତାହେଲେ ଭିଟାମିନ ଏଚ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ମେଟାବୋଲିଜିମର ଅର୍ଥ ପାଚନ ବା ହଜମ ପ୍ରକ୍ରିୟା।
  2. ହାର୍ଟ ସୁସ୍ଥ ରହେ:ଭିଟାମିନ୍ ଏଚ୍ ମଧ୍ୟ ହାର୍ଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ବାସ୍ତବରେ ଏହା ଶରୀରରେ ଭଲ କୋଲେଷ୍ଟ୍ରଲ ବୃଦ୍ଧି କରିଥାଏ ଏବଂ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଭଳି ପରିସ୍ଥିତିରେ ଏହି ଭିଟାମିନ୍ ହୃଦରୋଗର ଆଶଙ୍କା କମାଇଥାଏ ।
  3. ଇମ୍ୟୁନିଟି:ଯଦି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିଛି ତେବେ ଏହାର ଗୋଟିଏ କାରଣ ଭିଟାମିନ୍ ଏଚ୍ ହୋଇପାରେ । ଏହାର ଅଭାବ ହେତୁ ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚାହାଁନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଭିଟାମିନ୍ ଏଚକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ ପାରିବେ । ଭିଟାମିନ ଏଚ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ।
  4. ମଧୁମେହ: ଭିଟାମିନ ଏଚ ଶରୀରରେ ଇନସୁଲିନର ମାତ୍ରାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ବାରା ରକ୍ତରେ ଶର୍କରା ସ୍ତର ସନ୍ତୁଳିତ ରହିଥାଏ । ଏହି କାରଣରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: Disease Cause Due To Vitamin Deficiencies: କେଉଁ ଭିଟାମିନର ଅଭାବ ହେଲେ କେଉଁ ରୋଗ ହୁଏ ଜାଣନ୍ତୁ

ଭିଟାମିନ ଏଚ ବା ବୋୟିଚିନ ଅଭାବରୁ ଏହି ଲକ୍ଷଣ ଦେଖାଯାଇଥାଏ:ଶରୀରରେ ବାୟୋଟିନର ଅଭାବ ହେତୁ ମୁହଁରେ ଲାଲ ରଙ୍ଗର ଦାଗ, କେଶର ପତଳା କିମ୍ବା ଉପୁଡିଯିବା, ଥକାପଣ, ଶୋଇବାରେ ଅସୁବିଧା, ଭୋକ ନଲାଗିବା, ଉଦାସୀନତା, ହାତ ଏବଂ ପାଦରେ ଜ୍ବଳନ ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥାଏ । ଏହାର ଅଭାବ ହେତୁ ସ୍ନାୟୁ ପ୍ରଣାଳୀ ମଧ୍ୟ ସଠିକ୍ ଭାବରେ କାମ କରିନଥାଏ ।

ଭିଟାମିନ ଏଚ ପାଇଁ ଏହା ଖାଆନ୍ତୁ:ବେଳେବେଳେ ଭିଟାମିନ୍ ଏଚର ଅଭାବକୁ ପୂରଣ କରିବା ପାଇଁ ଡାକ୍ତରମାନେ ସପ୍ଲିମେଣ୍ଟ ଦିଅନ୍ତି । କିନ୍ତୁ ପ୍ରାକୃତିକ ଉତ୍ସ ମାଧ୍ୟମରେ ଏହା ମଧ୍ୟ କରିପାରିବେ । ପନିର, କ୍ଷୀର, ଅଣ୍ଡା, ଚିକେନ୍, ମାଛ ଖାଇ ଭିଟାମିନ ଏଚର ମାତ୍ରାକୁ ବୃଦ୍ଧି କରିପାରିବେ । ଏହା ବ୍ୟତୀତ ଚଣା, ଅଖରୋଟ, ଛତୁ, ଗାଜର, ବାଦାମ ଦ୍ବାରା ମଧ୍ୟ ଭିଟାମିନ ଏଚ ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details