ହାଇଦ୍ରାବାଦ:କମଳା ଏକ ଅତ୍ୟନ୍ତ ସ୍ୱାଦିଷ୍ଟ ଫଳ । ଏହି ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏଥିରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ, କିନ୍ତୁ ଆପଣ ଜାଣନ୍ତି କି କମଳା ଚୋପା ମଧ୍ୟ ବହୁତ ଲାଭଦାୟକ ଅଟେ। ଏଗୁଡିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିଥାଏ। ଭିଟାମିନ୍ 'C', କ୍ୟାଲସିୟମ୍, ଫାଇବର, ଫୋଲେଟ୍ ପରି ଅନେକ ପୋଷକ ତତ୍ତ୍ୱ କମଳା ଚୋପା ରେ ମିଳିଥାଏ । ଯାହା ଶରୀରକୁ ଅନେକ ଉପାୟରେ ଉପକାର କରିଥାଏ ।
ଏହା ଚର୍ମ ସମ୍ବନ୍ଧୀୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଏଥିସହ ଏହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଏବଂ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟେ । କମଳା ଚୋପାର ଉପକାରିତା ବିଷୟରେ ଜାଣନ୍ତୁ...
ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ
କମଳା ଚୋପା ହାର୍ଟକୁ ସୁସ୍ଥ ରଖିବାରେ ବହୁତ ସାହାଯ୍ୟ କରିଥାଏ । ଏଥିରେ ଫ୍ଲାଭୋନାଏଡ୍ ହେସ୍ପରିଡିନ୍ ଥାଏ, ଯାହା ଖରାପ କୋଲେଷ୍ଟ୍ରଲ୍ର ସ୍ତରକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଫଳରେ ହାର୍ଟ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ।
ଫୁସଫୁସ ପାଇଁ ଲାଭଦାୟକ
କମଳା ଚୋପା ରେ ଭିଟାମିନ୍ 'C' ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ, ଯାହା ଫୁସ୍ଫୁସ୍କୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ ।
ହଜମ ପାଇଁ ଲାଭଦାୟକ