ହାଇଦ୍ରାବାଦ:ଭାରତୀୟ ରୋଷେଇ ଘରେ ଅଦା ମୁଖ୍ୟ ମସଲା ଭାବେ ପରିଚିତ । ଆଜିକା ସମୟର ପରିବର୍ତ୍ତିତ ଜୀବନଶୈଳୀରେ ପ୍ରତ୍ୟେକଙ୍କ ଘରେ ଅଦା ରସୁଣ ବ୍ୟବହୃତ ହେଉଛି । କିଏ କେଉଁ କାରଣ ପାଇଁ ଖାଦ୍ୟରେ ଏହିରେ ଅଦାର ବ୍ୟବହାର କରିଥାଆନ୍ତି । ପ୍ରାୟତଃ ଲୋକେ ସ୍ବାସ୍ଥ୍ୟ ଉପକାରିତା ପାଇଁ ଖାଲି ପେଟରେ ରସୁଣ ଅଦା ଖାଇଥାଆନ୍ତି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯେଉଁମାନେ ଋତୁସ୍ରାବ ସମୟରେ ପେଟବ୍ୟଥା ସମସ୍ୟା ଦେଇ ଗତି କରୁଛନ୍ତି ସେମାନଙ୍କ ପାଇଁ ଖାଲିପେଟରେ ଅଦା ସେବନ ରାମବାଣ ସଦୃଶ । ଖାଲିପେଟରେ ଅଦା ଖାଇବା ଦ୍ବାରା ପେଟବ୍ୟଥା ସମସ୍ୟାରୁ ମୁକ୍ତି ମିଳିଥାଏ । ଅଦାରେ ଆଣ୍ଟିଅକ୍ସେଡେଣ୍ଟ ରହିଥାଏ ଯାହାକି ସ୍ବାସ୍ଥ୍ୟପାଇଁ ଅତ୍ୟନ୍ତ ଉପକାରୀ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ଋତୁସ୍ରାବ ସମୟରେ ପେଟ ବ୍ୟଥା ସମସ୍ୟାରୁ ମୁକ୍ତି:ଅଦାରେ ରହିଥିବା ଆଣ୍ଟି ଅକ୍ସିଡେଣ୍ଟ ଶରୀରରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏହାସହ ଖାଲିପେଟରେ ଅଦା ଖାଇବା ଦ୍ବାରା ମାଂସପେଶୀ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଋତୁସ୍ରାବ ସମୟରେ ଅଦା ଖାଇବା ଦ୍ବାରା ପେଟବ୍ୟଥା ସହ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ପ୍ରଦାହକୁ ମଧ୍ୟ ହ୍ରାସ କରାଯାଇପାରେ । ଗୋଟିଏ ଖଣ୍ଡ ଅଦା ନେଇ ଏହାକୁ ଏକ ବାସନରେ ରଖି ଗରମ କରନ୍ତୁ ଏହାପରେ ଖାଇବା ଦ୍ବାରା ଋତୁସ୍ରାବ ସମୟରେ ଶୀଘ୍ର ଦୂର ହୋଇଥାଏ ପେଟବ୍ୟଥା ସମସ୍ୟା ।
ହାର୍ଟ ପାଇଁ ମଧ୍ୟ ଲାଭଦାୟକ ଅଦା: ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥିବା ଯୋଗୁଁ ରକ୍ତ ଜମାଟ ବାନ୍ଧିବା, ରକ୍ତଚାପ ନିୟନ୍ତ୍ରଣ ଏବଂ ଲିପିଡକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଏହା ହାର୍ଟକୁ ସୁସ୍ଥ ରଖିବା ସହିତ ହୃଦଘାତର ଆଶଙ୍କା ମଧ୍ୟ କମ ହୋଇଥାଏ । ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଥିବା ବ୍ୟକ୍ତିମାନେ ଖାଲି ପେଟରେ ଅଦା ରସ ପିଇବା କିମ୍ବା ଅଦା ଚୋବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।