ହାଇଦ୍ରାବାଦ: ସାଧାରଣତଃ ଟମୋଟାକୁ ସମସ୍ତେ ରୋଷେଇ କରି ଖାଇଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଟମାଟୋକୁ ରୋଷେଇ ବଦଳରେ କଞ୍ଚା ଖାଇବା ସ୍ବାସ୍ଥ୍ୟପକ୍ଷେ ହିତକର । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖାସ କରି ଶୀତଦିନରେ କଞ୍ଚା ଟମାଟୋ ଖାଇବା ଉଚିତ । ଟମାଟରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ତେଣୁ ଶୀତ ଋତୁ ବା ଥଣ୍ଡା ସମୟରେ ଏହାକୁ ଖାଇବା ଉଚିତ ବୋଲି କୁହାଯାଇଛି । କଞ୍ଚା ଟମାଟୋ ଖାଇବା ଦ୍ବାରା ଶରୀର ହାଇଡ୍ରେଟ୍ ରହିଥାଏ। ଏହା ଦ୍ବାରା ଶରୀରକୁ ମଲ୍ଟିନ୍ୟୁଟ୍ରେଣ୍ଟନ୍ସ ମିଳିଥାଏ ।
ଶୀତଋତୁରେ ଖାଆନ୍ତୁ କଞ୍ଚା ଟମାଟୋ, ମିଳିବ ଏହି ସବୁ ଫାଇଦା - କଞ୍ଚା ଟମାଟୋର ସ୍ବାସ୍ଥ୍ୟ ଉପକାରିତା
ଶୀତଋତୁରେ ଖାଆନ୍ତୁ କଞ୍ଚା ଟମାଟୋ। ଟମାଟୋରେ ରହିଥାଏ ଏହି ଅଦ୍ଭୁତ ଶକ୍ତି। ଅଧିକ ପଢନ୍ତୁ
Health Benefits of raw tomatoes
Published : Nov 20, 2023, 12:06 PM IST
ପ୍ରତିଦିନ କଞ୍ଚା ଟମାଟୋ ଖାଇଲେ କଣ ହୁଏ:
- ହୃଦୟ ପାଇଁ ଲାଭଦାୟୀ: ଟମାଟୋରେ ଲାଇକୋପିନ ଭରପୂର ମାତ୍ରାରେ ରହିଥାଏ । ଏଥିରେ ରହିଥିବା ଆଣ୍ଟି-ଅକ୍ସିଡେଣ୍ଟ ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ଏହା ହୃଦୟ ସହ ଜଡିତ ସମସ୍ୟାର ଆଶଙ୍କାକୁ 14 ପ୍ରତିଶତ କମ କରିଥାଏ । ଏହା ରକ୍ତରେ କୋଲେଷ୍ଟ୍ରଲ୍ ଏବଂ ଟ୍ରାଇଗ୍ଲିସେରାଇଡର ମାତ୍ରାକୁ କମ୍ କରିଥାଏ। ଫଳରେ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ ।
- ମଧୁମେହ ରୋଗୀଙ୍କ ପାଇଁ ଉପକାରୀ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧୁମେହ ରୋଗୀମାନେ ପ୍ରତିଦିନ ଗୋଟିଏ କଞ୍ଚା ଟମାଟୋ ଖାଇବା ଉଚିତ । ଟମାଟରେ ରହଥିବା ଲାଇକୋପିନ ଇନସୁଲିନ ସେଲକୁ ପ୍ରୋତ୍ସାହିତ କରିଥାଏ। ଏହା ସେଲକୁ ମଜବୁତ କରିଥାଏ। ଏହାସହ ଶରୀରରେ ଫୁଲାକୁ ମଧ୍ୟ କମ କରିବା ସହିତ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହା ଶରୀରର ଫାଇବର ମେଟାବୋଲିକ୍ ସ୍ତରକୁ ବୃଦ୍ଧି କରୁଥିବା ବେଳେ ରକ୍ତଶର୍କରା ସ୍ତରକୁ କମ କରିଥାଏ ।
ଏହା ମଧ୍ୟ ପଢନ୍ତୁ: Tomato Ketchup: ଟମାଟୋ କେଚଅପ ସ୍ବାସ୍ଥ୍ୟ ପାଇଁ ହିତକର କି? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ: ଟମାଟୋ ରସରେ ଭିଟାମିନ ସି' ଅଧିକ ପରିମାଣରେ ରହିଥାଏ। ଏହାସହ ଏଥିରେ ବିଟା କ୍ୟାରୋଟିନ୍ ରହିଥାଏ ଯାହା ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ବାରା ରୋଗର ଆଶଙ୍କାକୁ କମ କରାଯାଇଥାଏ ।
- କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି: ଟମାଟୋରେ ଅଧିକ ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ । ଯେଉଁଥିରେ ଅଧିକ ମାତ୍ରାରେ ଫାଇବର ରହିଥାଏ । ଟମାଟୋରେ ଉଭୟ ଦ୍ରବୀଭୂତ ଏବଂ ଅଦ୍ରବୀଭୂତ ଉପାଦାନ ରହିଥାଏ । ଯାହାକି ମେଟାବୋଲିଜିମ(ହଜମ ଶକ୍ତି)କୁ ବୃଦ୍ଧି କରିଥା ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ରକ୍ଷା କରିଥାଏ। ଏଥିପାଇଁ ପ୍ରତିଦିନ ଗୋଟିଏ ଟମାଟୋ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ବୋଲି କୁହାଯାଇଛି ।
- କ୍ୟାନ୍ସରରୁ ଠାରୁ ସୁରକ୍ଷା ଦିଏ: ଟମାଟୋ ଫୁସଫୁସ, ପ୍ରୋଟେସ୍ଟ, ଅସ୍ଥି, ଓଭାରୀ ଓ ପେଟ କ୍ୟାନ୍ସରରୁ ସୁରକ୍ଷା ଦେଇଥାଏ । ଟମାଟୋରେ ରହିଥିବା ଲାଇକୋପିନ ଏକ ଶକ୍ତିଶାଳୀ ଆଣ୍ଟି କ୍ୟାନ୍ସର ଅଟେ । ଲାଇକୋପିନର ହାଇ ଇଣ୍ଟେକ କ୍ୟାନ୍ସରରୁ ସୁରକ୍ଷା ଦେଇଥାଏ ।