ଓଡିଶା

odisha

ETV Bharat / sukhibhava

Grapes Benefits: ରିସର୍ଚ୍ଚରେ ଖୁଲାସା, ଦୃଷ୍ଟିଶକ୍ତି ବଢାଇବ ଅଙ୍ଗୁର - ପ୍ରତିଦିନ ଖାଆନ୍ତୁ ଦୁଇ ମୁଠା ଅଙ୍ଗୁର

ରିସର୍ଚ୍ଚରେ ଖୁଲାସା। ଦୈନିକ ଅଙ୍ଗୁର ଖାଇଲେ କଣ ମିଳେ ଫାଇଦା। ଜାଣିବା ପାଇଁ ପଢନ୍ତୁ ପୁରା ଖବର

Grapes Benefits
Grapes Benefits

By ETV Bharat Odisha Team

Published : Oct 19, 2023, 10:39 AM IST

ହାଇଦ୍ରାବାଦ:ଅଙ୍ଗୁର.. ଦେଖିବା ପାଇଁ ଯେତିକି ସୁନ୍ଦର, ଖାଇବା ପାଇଁ ମଧ୍ୟ ସେତିକି ସ୍ବାସ୍ଥ୍ୟ ଉପକାରୀ । ପ୍ରାୟତଃ ସମସ୍ତଙ୍କୁ ଅଙ୍ଗୁର ଖାଇବା ପସନ୍ଦ ଥାଏ । ଫଳ ଭିତରେ ସବୁଠାରୁ ଛୋଟ ଅଙ୍ଗୁର ହୋଇଥିଲେ ହେଁ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଅନେକ ରୋଗର ସମସ୍ୟାକୁ ଦୂର କରିଥାଏ । ଅଙ୍ଗୁରରେ ଆଣ୍ଟିଅକ୍ସିଡାଣ୍ଟ୍‌, ଫାଇବର ଏବଂ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବିଭିନ୍ନ ପୋଷକତତ୍ତ୍ବ ରହିଥାଏ । ତେବେ ନିକଟରେ ଅଙ୍ଗୁରକୁ ନେଇ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ଅଙ୍ଗୁର ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ବୋଲି ଏକ ରିପୋର୍ଚରେ କୁହାଯାଇଛି। ଦିନକୁ ଦୁଇ ମୁଠା ଅଙ୍ଗୁର ଖାଇବା ଦ୍ବାରା ଦୃଷ୍ଟିଶକ୍ତିରେ ଉନ୍ନତି ଆସିବା ସହିତ କୌଣସି ସ୍ବାସ୍ଥ୍ୟ ସମସ୍ୟା ହୋଇନଥାଏ ବୋଲି ରିପୋର୍ଟରେ କୁହାଯାଇଛି। ସିଙ୍ଗାପୁରର ବୈଜ୍ଞାନିକମାନଙ୍କ ଦ୍ବାରା ଏହି ରିପୋର୍ଟ ପ୍ରକାଶ ପାଇଛି। ଫୁଡ ଆଣ୍ଟ ଫଙ୍କ୍ସନ ପତ୍ରିକାରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ଅଧ୍ୟୟନରେ କୁହାଯାଇଛି, ଗାଜର ଚକ୍ଷୁ ଉପରେ ଅଧିକ ପ୍ରଭାବ ପକାଇଥାଏ । ଯେଉଁମାନଙ୍କୁ ଗାଜର ପସନ୍ଦ ନୁହଁ ସେମାନେ ଅଙ୍ଗୁର ଖାଇପାରିବେ ବୋଲି କୁହାଯାଇଛି । ଅଙ୍ଗୁର ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଉଥିଲେ ହେଁ ଆଖି ଉପରେ ଏହାର ପ୍ରଭାବ ଅଧିକ ରହିଥାଏ ବୋଲି କୁହାଯାଇଛି । ଅକ୍ସିଡେଟିଭ ଚାପ ଯୋଗୁଁ ଚକ୍ଷୁରେ ସମସ୍ୟା ହୋଇଥାଏ । ଅଙ୍ଗୁରରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ଯୋଗୁଁ ଏହା କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଇବା ସହିତ ଚକ୍ଷୁ ଉପରେ ଅଧିକ ପ୍ରଭାବ ପକାଇଥାଏ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Grapes Benefits: ସ୍ବାସ୍ଥ୍ୟ ପାଇଁ କେଉଁ ଅଙ୍ଗୁର ଉପକାରୀ, କଳା ନା ସବୁଜ ଜାଣନ୍ତୁ

ଅଧ୍ୟୟନରେ 34 ଜଣ ବୟସ୍କ ସାମିଲ ହୋଇଥିଲେ । ପ୍ରତିଦିନ ଦେଢ କପ ଅଙ୍ଗୁର 16 ସପ୍ତାହ ଧରି ଖାଇବାକୁ ଦିଆଯାଇଥିଲା । ତେବେ କିଛି ଜଣଙ୍କୁ ଅଙ୍ଗୁର ଖାଇବାକୁ ଦିଆଯାଇଥିବା ବେଳେ ଅନ୍ୟ କେତେକଙ୍କୁ ଏହାର ବିକଳ୍ପ ଖାଇବା ପାଇଁ ଦିଆଯାଇଥିଲା । ତେବେ ସପ୍ଲିମେଣ୍ଟ୍‌ ତୁଳନାରେ ଅଙ୍ଗୁର ଖାଉଥିବା ଲୋକଙ୍କର ମାକୁଲାର ପିଗମେଣ୍ଟ ଅପ୍ଟିକଲ ଡେନ୍‌ସିଟି, ପ୍ଲାଜ୍‌ମା ଆଣ୍ଟିଅକ୍ସିଡାଣ୍ଟ୍‌ କାପାସିଟିରେ ବୃଦ୍ଧି ହୋଇଥିଲା । ତେବେ ଅଙ୍ଗୁର ଖାଇନଥିବା ବ୍ୟକ୍ତିଙ୍କ ଠାରେ ଗ୍ଲାଇକେସନ୍‌ ଏଣ୍ଡ୍‌ ପ୍ରଡ୍ୟୁକ୍ସ(AGE)ର ବୃଦ୍ଧି ହୋଇଥିଲା । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଅକ୍ସିଡେଟିଭ ଚାପ ଏବଂ ଏଜିଇର ମାତ୍ରା ବୃଦ୍ଧି ଯୋଗୁଁ ଚକ୍ଷୁ ସମସ୍ୟା ଦେଖାଯାଇଥାଏ ।

ତେବେ ଅଙ୍ଗୁରରେ ରହିଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ପଲିଫେନଲ ଅକ୍ସିଡେଟିଭ ଚାପ ହ୍ରାସ କରିଥାଏ । ଏଜିଇର ବୃଦ୍ଧିକୁ ମଧ୍ୟ ରୋକିଥାଏ । ତେବେ ଏନେଇ ଅଧ୍ୟୟନରେ ସାମିଲ ବୈଜ୍ଞାନିକ ଜଙ୍ଗ ଇଉନ କିମ କହିଛନ୍ତି, "ଅଙ୍ଗୁର ସ୍ବାସ୍ଥ୍ୟ ଉପକାରୀ ବୋଲି ସମସ୍ତେ ଜାଣନ୍ତୁ । କିନ୍ତୁ ଏହାର ପ୍ରଭାବ ଆଖି ଉପରେ ପ୍ରଭାବ ପକାଇଥାଏ । ଚକ୍ଷୁ ଉପରେ ଅଙ୍ଗୁରର ପ୍ରଭାବ ଜାଣିବା ପାଇଁ ଏହା ପ୍ରଥମ ଅଧ୍ୟୟନ । ତେବେ ଅଙ୍ଗୁର ଚକ୍ଷୁ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ ।"

ABOUT THE AUTHOR

...view details