ହାଇଦ୍ରାବାଦ: ପ୍ରାୟତଃ ଶୀତଋତୁକୁ ରୋଗର ଋତୁ କୁହାଯାଏ । କାରଣ ଏହି ସମୟରେ ପ୍ରତିରୋଧ ପ୍ରଣାଳୀ ଦୁର୍ବଳ ହେବା ସାଙ୍ଗକୁ ନାନା ରୋଗ ମାଡିବସେ । ବିଶେଷ କରି ଶୀତଋତୁରେ ଅଧିକାଂଶ ଲୋକ ଶାରୀରିକ କାର୍ଯ୍ୟ କମ୍ କରିଥାନ୍ତି, ଯାହା ଫଳରେ ରୋଗର ଆଶଙ୍କା ବୃଦ୍ଧିପାଏ । ଏହି ସମୟରେ ଅନେକ ଲୋକ ମୁଣ୍ଡବ୍ୟଥା ଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯେଉଁ କାରଣରୁ କୌଣସି କାମ ପ୍ରତି ଇଚ୍ଛା ନହେବା ସହ ଏକାଗ୍ରତା ମଧ୍ୟ ହ୍ରାସ ପାଇଥାଏ । ଏହା ମଧ୍ୟ ତାପମାତ୍ରାର ତତକ୍ଷଣାତ୍ ପରିବର୍ତ୍ତନ ହେତୁ ହୋଇଥାଏ । ତେଣୁ ଶୀତଋତୁରେ ମୁଣ୍ଡବ୍ୟଥାରୁ କିପରି ଆରାମ ପାଇବେ, ଜାଣନ୍ତୁ...
ସବୁଠୁ ବଡ କଥା ହେଉଛି କି, କୌଣସି ସାମାନ୍ୟ ଶାରୀରିକ ବ୍ୟାଧି ପାଇଁ ଔଷଧ ଖାଇବାଠୁ ଦୂରେଇ ରହିବା । କାରଣ ଔଷଧ ସମ୍ପୃକ୍ତ ରୋଗକୁ ଭଲ କରିଦେଇଥାଏ ସତ ହେଲେ ଏହାର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ । ତେଣୁ ଥଣ୍ଡା, ଜ୍ବର, ମୁଣ୍ଡ ବିନ୍ଧା ଭଳି ସମସ୍ୟାକୁ ଘରୋଇ ଉପଚାରରେ ଆରୋଗ୍ୟ କରିବା ଉଚିତ୍ ।
ଏହା ମଧ୍ୟ ପଢନ୍ତୁ:-ଶୀତଦିନେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ଆପଣାନ୍ତୁ ଏହିସବୁ ଉପାୟ
ମୁଣ୍ଡବିନ୍ଧାର ଘରୋଇ ଉପଚାର:-ଯେତେବେଳେ ମୁଣ୍ଡବିନ୍ଧା ହୁଏ, ପ୍ରାୟତଃ ଏପରି ଜିନିଷ ଖାଇବାକୁ ପରାମର୍ଶ ଦିଆଯାଏ, ଯାହା କଫିନ୍ରେ ଭରପୂର ଥାଏ । ଚା ’କିମ୍ବା କଫିରେ କଫିନ୍ ଥାଏ, କଫିନ୍ ଖାଇବା ଦ୍ବାରା ମନକୁ ଆରାମ ମିଳିଥାଏ, ଯାହା ଧୀରେଧୀରେ ଚାପକୁ ହ୍ରାସ କରିଥାଏ ଏବଂ ମୁଣ୍ଡବ୍ୟଥା ଦୂର ହୋଇଯାଏ ।