ହାଇଦ୍ରାବାଦ:ବେଳେବେଳେ ଖାଦ୍ୟ ଦେଖି ଲୋଭ ଆସିଥାଏ । ଯଦି ପ୍ରିୟ ଖାଦ୍ୟ ଅଧିକ ଖାଇଦେଉ ତାହାଲେ ପେଟ ଓଜନ ଲାଗିବା ସହିତ ଗ୍ୟାସ ସମସ୍ୟା ଦେଖାଯାଇଥାଏ । ଅନ୍ୟପଟେ ଋତୁସ୍ରାବ ସମୟରେ ଅଧିକ ପାଣି ପିଇବା ଦ୍ବାରା ପେଟ ଫୁଲି ଯାଇଥାଏ ଏବଂ ଆକାର ମଧ୍ୟ ବଡ଼ ଦେଖାଯାଇଥାଏ । ଯଦି ପେଟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତାହେଲେ ଅନ୍ୟ କିଛି କାର୍ଯ୍ୟ କରିବା ପାଇଁ ମନ ବଳି ନଥାଏ । ସମସ୍ତେ ଜିରୋ ଫିଗର ରଖିବା ପାଇଁ ପସନ୍ଦ କରିଥାଆନ୍ତି । କିନ୍ତୁ ହଠାତ୍ ପେଟର ଆକାର ବୃଦ୍ଧି ପାଇବା ଦ୍ବାରା ଏହାର ପ୍ରଭାବ ଦ୍ବାରା ମାନସିକ ଚାପ ମଧ୍ୟ ବୃଦ୍ଧି ପାଇଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି ବା ପେଟର ଆକାର ଛୋଟ କରିବାକୁ ଚାହୁଁଛନ୍ତି ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଏହି ଟିପ୍ସ କାମରେ ଆସିପାରେ ।
ଅଧିକ ମାତ୍ରାରେ ଫାଇବର ଗ୍ରହଣ:ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କମ ପରିମାଣରେ ଫାଇବର ଏବଂ କମ ପାଣି ପିଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ ପାଣି ପିଇ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ କୁହାଯାଇଛି । ସେଥିପାଇଁ ପ୍ରତିଦିନ ଫାଇବରରେ ଭରପୂର ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଛି ।
ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତିଦିନ 25 ଗ୍ରାମ୍ ଫାଇବର ଖାଇବା ଉଚିତ । ଶସ୍ୟ ଜାତୀୟ ଖାଦ୍ୟ, ଫଳ, ପନିପରିବା, ବାଦାମ, ଡାଲିରେ ଅଧିକ ପରିମାଣରେ ଫାଇବର ରହିଥାଏ । ତେଣୁ ଏହା ଖାଇପାରିବେ । ଏହାସହିତ ଅଧିକ ପାନୀୟ ଯୁକ୍ତ ଖାଦ୍ୟ ଖାଇବା ଉଚିତ । ପ୍ରତ୍ୟେକ ଦିନ ଅଧଘଣ୍ଟାରୁ 1 ଘଣ୍ଟା ବ୍ୟାୟାମ କରିବା ଉଚିତ । ଏହା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହିତ ଗ୍ୟାସ ଜନିତ ଫେଟ ଫୁଲା ସମସ୍ୟା ମଧ୍ୟ କମ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: ଦେଶରେ ବୃଦ୍ଧି ପାଉଛି ପେଟ ସମ୍ବନ୍ଧୀୟ ରୋଗ, ଏହା ହେଉଛି କାରଣ