ହାଇଦ୍ରାବାଦ: ଆଜିର ଆଧୁନିକ ଜୀବନଶୈଳୀରେ ନିଜକୁ ଫିଟ୍ ରଖିବା ଆଜିକା ସମୟରେ ଏକ ବଡ ଆହ୍ବାନ । ତେବେ ନିଜକୁ ଫିଟ୍ ରଖିବା ପାଇଁ ଅନେକ ବ୍ୟାୟାମ ଏବଂ ଡାଏଟ୍ ଫଲୋ କରିଥାଆନ୍ତି । ତେବେ ନିକଟରେ ହାଓ୍ବାର୍ଡଙ୍କ ପକ୍ଷରୁ ଏକ ଗବେଷଣା ପ୍ରକାଶ ପାଇଛି। ପ୍ରତି ସପ୍ତାହରେ ଅତି କମରେ 150 ମିନିଟ୍ ବ୍ୟାୟାମ କରିବା ଉଚିତ ବୋଲି ରିପୋର୍ଟରେ କୁହାଯାଇଛି । ରିସର୍ଚ୍ଚରେ କୁହାଯାଇଛି ଯେ, ନିଜକୁ ଫିଟ୍ ରଖିବା ଆଜିକା ସମୟରେ ଏକ ଆହ୍ବାନ ହୋଇଥିଲେ ହେଁ ଖାଦ୍ୟ ଏବଂ ଜଳ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଖାଦ୍ୟ ସହିତ ବ୍ୟାୟାମ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି ।
ହାୱାର୍ଡଙ୍କ ଏହି ବିଶେଷ ଅନୁସନ୍ଧାନରେ ଏହା ଆହୁରି କୁହାଯାଇଥିଲା ଯେ, ଯଦି ଆପଣ ପ୍ରତିଦିନ ବ୍ୟାୟାମ କରିବାକୁ ସମୟ ପାଆନ୍ତି ନାହିଁ, ତେବେ ସପ୍ତାହରେ 2-3 ଦିନ ସମୟ ବାହାର କରି ବ୍ୟାୟାମ କରିବା ଉଚିତ । ଯାହା ଦ୍ବାରା ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ । JAMAରେ ପ୍ରକାଶିତ ହାଓ୍ବାର୍ଡ ରିସର୍ଚ୍ଚ ଅନୁଯାୟୀ, ଏହି ପୁରା ଅନୁସନ୍ଧାନର ନାମ ୱିକେଣ୍ଡ୍ ୱାରିୟର୍ସ ରଖାଯାଇଥିଲା । ଏହାସହ ସପ୍ତାହରେ ବ୍ୟାୟାମ କରିବା ଦ୍ବାରା ଅନେକ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ ।
90 ହଜାର ଲୋକଙ୍କୁ ନେଇ କରାଯାଇଥିଲା ରିସର୍ଚ୍ଚ: ଏହି ରିସର୍ଚ୍ଚରେ 90 ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ସମସ୍ତଙ୍କର ବୟସ ମଧ୍ୟ ପାଖାପାଖି 62 ବର୍ଷ ରହିଥିଲା । ଏହି ରିସର୍ଚ୍ଚରେ ଶରୀର ସମ୍ବନ୍ଧୀୟ ଗତିବିଧି ଉପରେ ନଜର ରଖିବା ସହିତ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହି ଲୋକମାନଙ୍କୁ 3ଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ଯେଉଁମାନେ ପୁରା ସପ୍ତାହ ବ୍ୟାୟାମ କରୁଛନ୍ତି ସେମାନଙ୍କୁ ପ୍ରଥମ ଷ୍ଟେଜରେ ରଖାଯାଇଥିଲା । ଯେଉଁମାନେ ସାପ୍ତାହିକ ଛୁଟିରେ ବ୍ୟାୟାମ କରୁଛନ୍ତି ସେମାନଙ୍କୁ ଷ୍ଟେଜ 2ରେ ରଖାଯାଇଥିଲା। ତୃତୀୟ ଷ୍ଚେଜରେ ଯେଉଁମାନେ କେବେ ବ୍ୟାୟାମ କରନ୍ତି ନାହିଁ ସେମାନଙ୍କୁ ରଖାଯାଇଥିଲା । 6 ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା ।