ଓଡିଶା

odisha

Microbiome କହିବ ଦୀର୍ଘ ସମୟ ଧରି କୋଭିଡରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଲକ୍ଷଣ

By

Published : Jan 28, 2022, 8:27 AM IST

ହଂକଂ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଜଣେ କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କ ମାଇକ୍ରୋବାୟୋମ୍ 'ପ୍ରୋଫାଇଲ୍' ବା ଶରୀରର ଟିସୁ ଦ୍ବାରା ସେ କେତେ ପରିମାଣରେ ପ୍ରଭାବିତ ହେବ ତାହା ଜଣାପଡି ପାରିବ । ଅଧିକ ପଢନ୍ତୁ

ମାଇକ୍ରୋବାୟୋମ ଦ୍ବାରା ଜଣାପଡିବ ଦୀର୍ଘ ସମୟ ଧରି କୋଭିଡରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଲକ୍ଷଣ
ମାଇକ୍ରୋବାୟୋମ ଦ୍ବାରା ଜଣାପଡିବ ଦୀର୍ଘ ସମୟ ଧରି କୋଭିଡରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଲକ୍ଷଣ

ହାଇଦ୍ରାବାଦ: ଥକ୍କାପଣ, ମାଂସପେଶୀ ଦୁର୍ବଳତା ଏବଂ ଅନିଦ୍ରା ପଣ ସାଧାରଣତଃ ଦୀର୍ଘ ସମୟ ଧରି କୋଭିଡ ସଂକ୍ରମଣର ଲକ୍ଷଣ । ହଂକଂ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଜଣେ କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କ ମାଇକ୍ରୋବାୟୋମ୍ 'ପ୍ରୋଫାଇଲ୍' ବା ଶରୀରର ଟିସୁ ଦ୍ବାରା ସେ କେତେ ପରିମାଣରେ ପ୍ରଭାବିତ ହେବ ସେନେଇ ସାହାଯ୍ୟ କରିପାରିବ ।

ଗଟ ପତ୍ରିକାରେ ପ୍ରକାଶିତ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, 81 ଟି ଜୀବାଣୁ COVID ର ବିଭିନ୍ନ ବର୍ଗ ସହିତ ଜଡିତ ଥିଲେ ଏବଂ ଅନେକ ପ୍ରଜାତି ଦୁଇରୁ ଅଧିକ ବର୍ଗର ସ୍ଥାୟୀ ଲକ୍ଷଣ ସହିତ ଜଡିତ ଥିଲେ । ଉଦାହରଣ ସ୍ୱରୂପ, 6 ମାସରେ, କ୍ରମାଗତ ଶ୍ବାସକ୍ରିୟା ଲକ୍ଷଣଗୁଡିକ ଷ୍ଟ୍ରେପଟୋକୋକସ୍ ଆଙ୍ଗିନୋସସ୍, ଷ୍ଟ୍ରେପଟୋକୋକସ୍ ଭେଷ୍ଟିବୁଲାରିସ୍, ଷ୍ଟ୍ରେପଟୋକୋକସ୍ ଗାର୍ଡୋନି ଏବଂ କ୍ଲୋଷ୍ଟ୍ରିଡିୟମ୍ ଡିସପୋରିକମ୍ ସହିତ ଦୃଢ ଭାବେ ଜଡିତ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବିଫିଡୋବ୍ୟାକ୍ଟେରିୟମ୍ ସିଉଡୋକାଟେନୁଲାଟମ୍, ଏଫ. ପ୍ରାଉସ୍ନିଟିଜି, ଆର. ଇନୁଲିନିଭୋରାନ୍ସ ଏବଂ ରୋଜବୁରିଆ ହୋମିନିସ୍ 6 ମାସ ମଧ୍ୟରେ କୋଭିଡ ଥିବା ବ୍ୟକ୍ତିଙ୍କ ଶରୀରରେ ହ୍ରାସ ପାଇଥିବା ଅନୁସନ୍ଧାନରୁ ଜଣାପଡିଛି । ସେହି ଭଳି ଦୀର୍ଘ ସମୟ ଧରି କୋଭିଡରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ଅନ୍ୟ ଜୀବାଣୁ ମଧ୍ୟ ସକ୍ରିୟ ହେଉଥିବା ଦେଖିବାକୁ ମିଳିଛି ।

SARS-CoV-2 ଜୀବାଣୁ ଶେଷ ହେବାର 6 ମାସ ପର୍ଯ୍ୟନ୍ତ COVID-19 ରୋଗୀଙ୍କ ସ୍ଥିର ଲକ୍ଷଣ ସହିତ ପରିବର୍ତ୍ତିତ ଗୁପ୍ତ ମାଇକ୍ରୋବାୟୋମ୍ ଗଠନ ଦୃଢ ଭାବରେ ଜଡିତ ବୋଲି ମେଡିସିନ୍ ଏବଂ ଥେରାପିଟିସ୍ ବିଭାଗର ପ୍ରଫେସର ସିୟୁ ସି ନାଗ କହିଛନ୍ତି । ସିୟୁ ଆହୁରି ମଧ୍ୟ କହିଛନ୍ତି ଯେ, ଜାରି ରହିଥିବା ମହାମାରୀକୁ ବିଚାରକୁ ନେଇ, ମାଇକ୍ରୋବାୟୋଟ ମୋଡ୍ୟୁଲେସନକୁ ଠିକ ସମୟରେ ପୁନରୁଦ୍ଧାର ତଥା ତୀବ୍ର COVID-19 ଲକ୍ଷଣକୁ ହ୍ରାସ କରିବା ପାଇଁ ଆମର ଏହି ଅନୁସନ୍ଧାନ ଫଳପ୍ରଦ ଅଟେ ।

ଏହି ଟିମ୍ ବିଭିନ୍ନ ପ୍ରକାରର COVID-19 ଲକ୍ଷଣ ଦେଇ ଗତି କରୁଥିବା 106 ରୋଗୀଙ୍କ ମାଇକ୍ରୋବାୟୋମରେ ପରିବର୍ତ୍ତନକୁ ଟ୍ରାକ୍ କରିଥିଲା । ଫେବୃଆରୀରୁ ଅଗଷ୍ଟ 2020 ମଧ୍ୟରେ 3ଟି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଏବଂ COVID-19 ନଥିବା 68 ଜଣଙ୍କ ନମୁନାକୁ ବିଶ୍ଳେଷଣ କରିବା ପରେ ଜଣାପଡିଛି ଯେ, ତିନି ମାସରେ ଏହି ରୋଗୀମାନଙ୍କ ମଧ୍ୟରୁ 86 ଜଣ ଏବଂ 81 ମାସରେ 81 ଜଣଙ୍କ ମଧ୍ୟରେ COVID ରିପୋର୍ଟ କରାଯାଇଥିଲା । 6 ମାସରେ ସବୁଠାରୁ ସାଧାରଣ ଲକ୍ଷଣଗୁଡ଼ିକ ହେଲା ଥକ୍କା (31 ପ୍ରତିଶତ), ସ୍ମୃତି ଶକ୍ତି ହ୍ରାସ (28 ପ୍ରତିଶତ), କେଶ ଝଡିବା(22 ପ୍ରତିଶତ), ଚିନ୍ତା (21 ପ୍ରତିଶତ) ଏବଂ ଶୋଇବା ବ୍ୟାଘାତ (21 ପ୍ରତିଶତ) ଦେଖାଦେଇଛି ।

ତେବେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏହି ପର୍ଯ୍ୟବେକ୍ଷଣଶୀଳ ଅଧ୍ୟୟନ ଏବଂ ଏହାର ସନ୍ଧାନ ସ୍ଥାୟୀ ନୁହେଁ । ଏଥିରେ ପରିବର୍ତ୍ତନ ମଧ୍ୟ ଦେଖା ଦେଇପାରେ ।

ଏହା ମଧ୍ୟ ପଢନ୍ତୁ:- Healthy Beverages: ଉତ୍ତମ ସ୍ବାସ୍ଥ୍ୟ ପାଇଁ ପିଅନ୍ତୁ ଏହି ୬ ପ୍ରକାର ଚା'

@IANS

ABOUT THE AUTHOR

...view details