ହାଇଦ୍ରାବାଦ: ଅଲଜାଇମର (Alzheimer) ବା ସ୍ମରଣଶକ୍ତି ହ୍ରାସ ପାଉଥିବା ରୋଗ ଓ ଆଭ୍ୟନ୍ତରୀଣ ଅନ୍ତନଳୀ ରୋଗ ପରସ୍ପର ସହିତ ଜଡ଼ିତ (Gut Health and Alzheimer Disease Associated Each other) । ଗୋଟିଏ ରୋଗ ହୋଇଥିଲେ ଅନ୍ୟ ଏକ ପ୍ରକାର ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଅଷ୍ଟ୍ରେଲିଆର ଏକ ଗବେଷଣା ଅନୁସାରେ ଏହି ୨ଟି ରୋଗ ଲାଗି ଏକ ପ୍ରକାର ଜିନ୍କୁ (Gene) ଚିହ୍ନଟ କରିଛି ଯାହାକି ଉଭୟ ସମସ୍ୟାର କାରଣ ହୋଇଥାଏ ।
କିପରି ହେଲା ଗବେଷଣା ?
ଅଷ୍ଟ୍ରେଲିଆର ଏଡିଥ କୋୱାନ ବିଶ୍ବବିଦ୍ୟାଳୟରେ ଗବେଷକମାନେ ଏହି ଗବେଷଣା କରିଥିଲେ । ଏହି ୨ଟି ରୋଗ ଲାଗି ଗୋଟିଏ ଜିନ୍ କାରଣ ବୋଲି ଆଶଙ୍କା କରି ସେମାନେ ଗବେଷଣା କରିବା ପରେ ଏନେଇ ସ୍ପଷ୍ଟ ପ୍ରମାଣ ପାଇଥିଲେ । ସେମାନେ ୧୫ଟି ବଡ଼ ଜିନୋମ ଅଧ୍ୟନ କରି ବଂଶାନୁକ୍ରମିକ ତଥ୍ୟକୁ ତର୍ଜମା କରିଥିଲେ । ଏହି ୨ ପ୍ରକାରର ରୋଗ ଥିବା ପ୍ରାୟ ୪ ଲକ୍ଷ ଲୋକ ଏଥିରେ ସାମିଲ ଥିଲେ । କିଛି ଜିନ୍ ଗ୍ୟାଷ୍ଟ୍ରୋଇସୋଫଗାଲି ରୋଗ, ଚିଡ଼ଚିଡ଼ା ଲାଗିବା, ପେପ୍ଟିକ ଅଲସର ଭଳି ରୋଗ ସହିତ ଜଡ଼ିତ ଥିଲେ ।