ହାଇଦ୍ରାବାଦ:ଗ୍ରୀନ୍ ଟି ଏବଂ ବ୍ଲାକ୍ କଫି ଉଭୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି । ଓଜନ ହ୍ରାସ କରିବା ପାଇଁ କେଉଁ ପାନୀୟ ଶୀଘ୍ର ଫଳଦାୟୀ ସେନେଇ ସମସ୍ତେ ଦ୍ବନ୍ଦରେ ରହିଥାଆନ୍ତି । କିଛି ଜଣ ଭାବନ୍ତି ଗ୍ରୀନ ଟି ପିଇବା ଦ୍ବାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ । କିନ୍ତୁ ଆଉ କିଛି ଜଣ ଭାବନ୍ତି ବ୍ଲାକ କଫି ପିଇବା ଦ୍ବାରା ଓଜନ ହ୍ରାସ ହେବା ସହିତ ସ୍ବାସ୍ଥ୍ୟ ପକ୍ଷେ ମଧ୍ୟ ଲାଭଦାୟୀ। ଗ୍ରୀନ ଟି ଏବଂ ବ୍ଲାକ କଫିରେ ଗ୍ଲୁକୋଜ ମେଟାବୋଲିଜିମ ଏବଂ ଆଣ୍ଟିଅକ୍ସିଡେଣ୍ଟ ମାତ୍ରା ଅଧିକ ରହିଥାଏ । ଜାଣନ୍ତୁ ରିସର୍ଚ୍ଚରେ କଣ କୁହାଯାଇଛି।
ଗ୍ଲୁକୋଜ ମେଟାବେଲିଜିମ: ଗ୍ରୀନ୍ ଟି ଏବଂ ବ୍ଲାକ୍ କଫି ପ୍ରତିଦିନ ପିଇବା ଦ୍ବାରା ଇନସୁଲିନ ସମ୍ବେଦନଶୀଳତା କ୍ଷମତା ବୃଦ୍ଧି ପାଇଥାଏ । କିନ୍ତୁ ବ୍ଲାକ କଫି ଠାରୁ ଗ୍ରୀନଟିରେ ଏହି ଫଳ ଅଧିକ ଦେଖାଯାଇଥିଲା । ଏହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ବୋଲି ଅନୁସନ୍ଧାନରୁ ଜଣାପଡିଥିଲା ।
ଆଣ୍ଟିଅକ୍ସିଡେଣ୍ଟ ସ୍ଥିତି: ଅଧ୍ୟୟନରେ ରକ୍ତପ୍ରବାହରେ ଆଣ୍ଟିଅକ୍ସିଡେଣ୍ଟ କ୍ଷମତାର ଉପରେ ମଧ୍ୟ ଅନୁସନ୍ଧାନ କରାଯାଇଥିଲା। ତେବେ ଉଭୟ କ୍ଷେତ୍ରରେ ଆଣ୍ଟିଅକ୍ସିଡେଣ୍ଟର ପ୍ରଭାବ ଅଧିକ ରହିଥିଲା। କିନ୍ତୁ ବ୍ଲାକ କଫି ଠାରୁ ଗ୍ରୀନଟିରେ ଏହାର ମାତ୍ରା ଅଧିକ ରହିଥିଲା।
ଗ୍ରୀନଟି: କାମେଲିଆ ସିନେସିସ୍ ପତ୍ରରୁ ଏହି ଚା' ତିଆରି ହୋଇଥାଏ। ଏଥିରେ କ୍ୟାରୋଟିନର ମାତ୍ରା ଅଧିକ ରହିଥାଏ। ଏହା ଏକ ପ୍ରକାର ଆଣ୍ଟି ଅକ୍ସିଡେଣ୍ଟ ଅଟେ। ଏହା ଗ୍ଲୁକୋଜ ସ୍ତରକୁ କମ କରିବା ସହିତ ମେଟାବୋଲିଜିମ କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ। ଏହା ବ୍ୟତୀତ ଓଜନ ହ୍ରାସ କରିବା ସହିତ ସ୍ମୃତିଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ । ଗ୍ରୀନ୍ ଟିରେ କ୍ୟାଫେନ୍ ଏବଂ ଏଲ୍-ଥେନାଇନର ମିଶ୍ରଣ ମସ୍ତିଷ୍କର କାର୍ଯ୍ୟ ଏବଂ ମନୋବଳକୁ ବୃଦ୍ଧି କରିଥାଏ। ଏହା ଶରୀରରକୁ ହାଇଡ୍ରେଟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଏହା ମଧ୍ୟ ପଢନ୍ତୁ: ଓ୍ବାର୍କଆଉଟ କରିବା ପୂର୍ବରୁ ଚା' ପିଉଛନ୍ତି କି ? ଶରୀର ଉପରେ କେଉଁ ପ୍ରଭାବ ପଡିବ ଜାଣନ୍ତୁ
ବ୍ଲାକ କଫି: ରୋଷ୍ଟେଷ୍ଟ କଫି ବିନ୍ସରୁ ତିଆରି ହୋଇଥାଏ ବ୍ଲାକ କଫି । ଏଥିରେ କ୍ୟାଫେନର ମାତ୍ରା ଅଧିକ ରହିଥାଏ। ଥକ୍କାପଣ ଦୂର କରିବା ପାଇଁ ବ୍ଲକ କଫି ଲାଭଦାୟୀ ଅଟେ। ବ୍ଲାକ କଫିର ନିୟମିତ ଖାଇବା ଦ୍ୱାରା କେତେକ ସ୍ନାୟୁଗତ ରୋଗ ଏବଂ ଯକୃତ ଆଶଙ୍କା କମ ହେବାର ସମ୍ଭାବନା ଅଧିକ ରହିଥାଏ। ଅନୁସନ୍ଧାନରୁ ଜଣାପଡିଛି ଯେ କଫିରେ ଥିବା କ୍ୟାଫେନ୍ ମେଟାବୋଲିଜିମ୍ ବୃଦ୍ଧି ଏବଂ ଭୋକକୁ ଦମନ କରିବା ଅର୍ଥାତ ଭୋକ ନଲାଗିବା ଯୋଗୁଁ ଓଜନ ପରିଚାଳନାରେ ସାହାଯ୍ୟ କରିଥାଏ।
ତେବେ ଯଦି ତୁଳନା କରାଯାଏ ତେବେ କ୍ୟାଫେନର ମାତ୍ରା ଗ୍ରୀନ ଟି ଅପେକ୍ଷା ବ୍ଲାକ କଫିରେ ଅଧିକ ରହିଥାଏ। ଯାହା ତୁରନ୍ତ ଶକ୍ତି ବୃଦ୍ଧି ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପଯୁକ୍ତ କରିଥାଏ। ଏହାର ଅଧିକ ମାତ୍ରା ସେବନ ଶରୀର ଉପରେ କୁପ୍ରଭାବ ପକାଇଥାଏ। ଗ୍ରୀନ ଟିରେ କ୍ୟାଫେନର ମାତ୍ରା କମ ରହିଥାଏ। ଯଦି କମ କ୍ୟାଫେନ ଯୁକ୍ତ ପାନୀୟ ପିଇବାକୁ ଚାହାନ୍ତି ତେବେ ଗ୍ରୀନ ଟି ଲାଭଦାୟକ ବୋଲି ପ୍ରମାଣିତ ହୋଇପାରେ।