ନୂଆଦିଲ୍ଲୀ: ଆସନ୍ତାକାଲି(ଅପ୍ରେଲ 1)ରୁ ଔଷଧ କ୍ରୟ ଉପରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଘୋଷଣାନାମା ଅନୁଯାୟୀ, ଗୁରୁତର ତଥା ବିରଳ ରୋଗ ପାଇଁ ଅନ୍ୟ ଦେଶରୁ ଆସୁଥିବା ଔଷଧ, ଚିକିତ୍ସା ସାମଗ୍ରୀ ତଥା ଖାଦ୍ୟ ସାମଗ୍ରୀ ଉପରେ କଷ୍ଟମ୍ ଡ୍ୟୁଟି ସମ୍ପୂର୍ଣ୍ଣ ଛାଡ କରାଯିବ । ଏଥିସହ ବିଭିନ୍ନ ପ୍ରକାରର କର୍କଟ ଚିକିତ୍ସାରେ ବ୍ୟବହୃତ ପେମ୍ବ୍ରୋଲିଜୁମ୍ବା(କିଟ୍ରୁଡା) ଉପରେ ସରକାର ବେସିକ୍ କଷ୍ଟମ ଡ୍ୟୁଟି ଛାଡ କରିଛନ୍ତି । କେତେକ ଔଷଧରେ ସାଧାରଣତଃ 10 ପ୍ରତିଶତ ବେସିକ୍ କଷ୍ଟମ୍ସ ଡ୍ୟୁଟି ଲାଗୁ କରାଯାଇ ଥିବାବେଳେ କେତେକ ବର୍ଗର ଜୀବନ ରକ୍ଷାକାରୀ ଔଷଧରେ 5% ଏବଂ ଅନ୍ୟ କେତକ ଔଷଧରେ ଆଦୌ କଷ୍ଟମ୍ସ ଡ୍ୟୁଟି ଲାଗି ନଥାଏ ।
ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁସାରେ, 'କେନ୍ଦ୍ର ସରକାର ଦୁର୍ଲଭ ରୋଗ ପାଇଁ ଜାତୀୟ ନୀତି 2021 ଅନୁଯାୟୀ ତାଲିକାଭୁକ୍ତ ସମସ୍ତ ଗୁରୁତର ରୋଗର ଚିକିତ୍ସା ତଥ୍ୟା ବ୍ୟକ୍ତିଗତ ବ୍ୟବହାର ପାଇଁ ଆମଦାନୀ ହୋଇଥିବା ଔଷଧ ଏବଂ ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟ ଉପରେ କଷ୍ଟମ୍ ଡ୍ୟୁଟି ଛାଡ କରିଛନ୍ତି । କଷ୍ଟମ୍ ଡ୍ୟୁଟି ଛାଡ ପାଇବା ପାଇଁ ବ୍ୟକ୍ତିଗତ ଆମଦାନୀକାରୀଙ୍କୁ କେନ୍ଦ୍ରୀୟ ତଥା ରାଜ୍ୟ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ସେବା କିମ୍ବା ଜିଲ୍ଲା ମେଡିକାଲ୍ ଅଫିସର କିମ୍ବା ଜିଲ୍ଲାର ସିଭିଲ୍ ସର୍ଜନଙ୍କ ଦ୍ବାରା ଦିଆଯାଇଥିବା ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ପଡିବ ।
ଏହା ମଧ୍ୟ ପଢନ୍ତୁ:-ପୃଥିବୀରେ ଆଉ କେହି ମରିବେନି ! ଏହି ଟେକ୍ନୋଲୋଜି ସାହାଯ୍ୟରେ ଅମର ହୋଇଯିବ ମଣିଷ