ଓଡିଶା

odisha

ETV Bharat / sukhibhava

ଯକୃତ କର୍କଟ ରୋଗୀଙ୍କ କ୍ଷେତ୍ରରେ ଫଳଦାୟୀ ଇମ୍ୟୁନୋଥେରାପି - ଇମ୍ୟୁନୋଥେରାପି କଣ

ଯକୃତ କର୍କଟ ରୋଗୀଙ୍କ କ୍ଷେତ୍ରରେ ଫଳଦାୟୀ ଇମ୍ୟୁନୋଥେରାପି। ଏନେଇ ରିସର୍ଚ୍ଚ ଜୋର୍ଣ୍ଣଲ ଅଫ କ୍ଲିନିକ ଆଣ୍ଡ ଏକ୍ସପେରିମେଣ୍ଟାଲ ହେପାଟୋଲୋଜିରେ ପ୍ରକାଶିତ ହୋଇଛି । ଅଧିକ ପଢନ୍ତୁ

liver cancer
liver cancer

By ETV Bharat Odisha Team

Published : Sep 15, 2023, 5:11 PM IST

ହାଇଦ୍ରାବାଦ: ବିଶ୍ବରେ ସବୁଠାରୁ ଜଟିଳ ରୋଗ ଭାବେ ଉଭା ହୋଇଛି କ୍ୟାନ୍ସର । କ୍ୟାନ୍ସର ଆକ୍ରାନ୍ତଙ୍କ ସହ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ଯା । ତେବେ ସମୟ ସହିତ ଚିକିତ୍ସା ବିଜ୍ଞାନରେ ମଧ୍ୟ ଉନ୍ନତି ହେଉଛି । ଦିନକୁ ଦିନ ନୂତନ ଜ୍ଞାନକୌଶଳର ବ୍ୟବାହାର ଦ୍ବାରା ଦୂରାରୋଗ୍ୟକୁ ମାତ ଦିଆଯାଇପାରୁଛି। ତେବେ ଜଣେ ବ୍ୟକ୍ତି କ୍ୟାନ୍ସରରେ ଆକ୍ରାନ୍ତ ହେବା ପରେ କେମୋଥେରାପି, ଇମ୍ୟୁନୋଥେରାପି ଦ୍ବାରା ଏହି ଗମ୍ଭୀର ରୋଗର ଚିକିତ୍ସା କରାଯାଇଥାଏ । ତେବେ ନିକଟରେ ଜଣେ ଡାକ୍ତରଙ୍କ କହିବା ଅନୁସାରେ, ଲିଭର କ୍ୟାନ୍ସରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଇମ୍ୟୁନୋଥେରାପି ଉତ୍ତମ ପ୍ରଭାବ ପକାଇଥାଏ । ତୃତୀୟ କିମ୍ବା ଚତୁର୍ଥ ଷ୍ଟେଜ୍‌ରେ ମଧ୍ୟ ଏହା ଲାଭଦାୟକ ବୋଲି ହାଇଦ୍ରାବାଦ ଏଆଇଜି ହସ୍ପିଟାଲର ହେପାଟୋଲୋଜିଷ୍ଟ ବିଭାଗର ବରିଷ୍ଠ ଡାକ୍ତର ଆନନ୍ଦ କୁଲକର୍ନି କହିଛନ୍ତି। କହିରଖୁଛୁ କି, ଇମ୍ୟୁନୋଥେରାପି କର୍କଟ କୋଷ ଗୁଡ଼ିକ ସହ ଲଢିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଇମ୍ୟୁନୋଥେରାପିର ଲକ୍ଷ୍ୟ ହେଉଛି ଅସ୍ୱାଭାବିକ କୋଷ ବା ଟିସୁକୁ ଚିହ୍ନିବା ଏବଂ ସେଗୁଡିକୁ ପ୍ରତିହତ କରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ।

67ଜଣ ଲିଭର କ୍ୟାନ୍ସର ରୋଗୀକୁ ନେଇ ଏହି ପରୀକ୍ଷା କରାଯାଇଥିଲା । ତେବେ 12 ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଉତ୍ତମ ପ୍ରଭାବ ଦେଖାଯାଇଥିଲା ବୋଲି କୁହାଯାଇଛି । ଅନ୍ୟପଟେ 25 ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିଥିଲା। ତେବେ ଏହି ରିସର୍ଚ୍ଚ ଜର୍ଣ୍ଣାଲ ଅଫ୍‌ କ୍ଲିନିକ ଆଣ୍ଡ୍‌ ଏକ୍ସପେରିମେଣ୍ଟାଲ ହେପାଟୋଲୋଜିରେ ପ୍ରକାଶିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଇମ୍ୟୁନୋଥେରାପି କଣ, ଜାଣନ୍ତୁ ଏହି ଚିକିତ୍ସା ପଦ୍ଧତିର ସମ୍ପୂର୍ଣ୍ଣ ବିବରଣୀ

ସୂଚନାଅନୁସାରେ, ଲିଭର କ୍ୟାନ୍ସର ଚତୁର୍ଥ ଷ୍ଟେଜ୍‌ରେ ଶରୀରରେ ବିସ୍ତାର ହୋଇଥାଏ । ଯକୃତର କାର୍ଯ୍ୟକରିତା କ୍ଷମତା ମଧ୍ୟ କମ ହୋଇଯାଇଥାଏ । 80 ପ୍ରତିଶତ ଲୋକ ପ୍ରଥମ ଷ୍ଟେଜରେ ଏହି ରୋଗକୁ ଜାଣିପାରନ୍ତି ନାହିଁ । ଏହି ଷ୍ଟେଜ୍‌ରେ ଥକ୍କା, ବାନ୍ତି, ପିଠି ଯନ୍ତ୍ରଣା, ଓଜନ ହ୍ରାସ, ଜଣ୍ଡିସ, ଜ୍ୱର, ଯକୃତ ଫୁଲା ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଇଥାଏ । ଏହିପରି ଲୋକଙ୍କଠାରେ ଇମ୍ୟୁନୋଥେରାପି ସହିତ ଫଳାଫଳ ଦେଖାଯାଏ ଅର୍ଥାତ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥାଏ ।

କିଭଳି ଏହାର ଚିକିତ୍ସା କରାଯାଏ:ଯକୃତ ରୋଗରେ ପୀଡ଼ିତଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ମୋନୋକ୍ଲୋନାଲ ଆଣ୍ଟିବଡି ଇଞ୍ଜେକ୍ସନ୍‌ ଆକାରରେ ଦିଆଯାଏ । ପ୍ରତି ତିନି ସପ୍ତାହରେ ଗୋଟିଏ ଡୋଜ୍‌ 6 ଥର ଦିଆଯିବା ଆବଶ୍ୟକ । ସ୍ବାସ୍ଥ୍ୟାବସ୍ଥାକୁ ଆଖି ଆଗରେ ରଖି ଅଧିକରୁ ଅଧିକ 15 ଥର ଦିଆଯିବା ଉଚିତ । ଏହା ଦ୍ବାରା ଆଣ୍ଟିବଡି ଶରୀରରେ କ୍ୟାନ୍ସର ସେଲ୍‌ ସହିତ ଲଢ଼ି ନଷ୍ଟ କରିବା ସହିତ ସ୍ବାସ୍ଥ୍ୟରେ ଉନ୍ନତି ଆଣିଥାଏ । ଏହାପରେ ରୋଗୀମାନେ ଯକୃତ ପ୍ରତିରୋପଣ କରିପାରିବେ । ଡାକ୍ତରଙ୍କ କହିବା ଅନୁସାରେ, ଇମ୍ୟୁନୋଥେରାପୀ ସମୟରେ ମାନସିକ ଶାରୀରିକ ଭାବେ କ୍ଲାନ୍ତ ଅନୁଭବ କରିବା, ଭୋକ ନଲାଗିବା, ଜ୍ବର ଏବଂ ରକ୍ତଚାପ ବୃଦ୍ଧି ପାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details