ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବ୍ରେକଅପ୍ ବା ସମ୍ପର୍କରେ ଫାଟ ସାଧାରଣ ହୋଇଗଲାଣି । ମାତ୍ର ଏହାର କଷ୍ଟ ଏକ କୋମଳ ହୃଦୟ ପାଇଁ ଅତ୍ୟନ୍ତ କଷ୍ଟଦାୟକ । ଯେକୌଣସି କାରଣରୁ ବ୍ରେକଅପ୍ ହେଉନା କାହିଁକି ଏହାକୁ ଗ୍ରହଣ କରିବା ଅନେକଙ୍କ କ୍ଷେତ୍ରରେ ସହଜ ହୋଇନଥାଏ । କେହି କେହି ଏଥିରୁ ନିଜକୁ ଦୂରେଇ ପୂର୍ବ ଜୀବନଶୈଳୀ ଆରମ୍ଭ କରନ୍ତି ତ ଆଉ କେହି ଅନେକ ଶାରୀରିକ, ମାନସିକ କଷ୍ଟ ଭୋଗନ୍ତି । କେତେକଙ୍କ କ୍ଷେତ୍ରରେ ଏପରି ହୁଏକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି ।
ତେବେ ସବୁଠୁ ବଡ କଥା ହେଉଛି କି, ଏପରି ଏକ ସମସ୍ୟାରୁ ମୁକୁଳିବେ କିପରି । ଏକ ସୁସ୍ଥ ଜୀବନ ପାଇଁ ଏହି ଖରାପ ସମୟରୁ ତୁରନ୍ତ ମୁକୁଳିବା ଆବଶ୍ୟକ । ଆଜିର ଏହି ଆର୍ଟିକିଲରେ 5 ଟି ଟିପ୍ସ ବାବଦରେ ଆଲୋଚନା କରାଯାଇଛି, ଯାହାକୁ ଅନୁସରଣ କରି ଭାଙ୍ଗି ଯାଇଥିବା ହୃଦୟକୁ ପୁନର୍ବାର ସଜାଡି ପାରିବେ...
ସୋସିଆଲ ମିଡିଆରୁ ବିରତି ନିଅନ୍ତୁ:-
ସୋସିଆଲ ମିଡିଆ ଅତୀତର ସ୍ମୃତିକୁ ବାରମ୍ବାର ଜାଗ୍ରତ କରିପାରେ । ଏହି ସମୟରେ ପୂର୍ବ ସମୟକୁ ବାରମ୍ବାର ମନେ ପକାଇବା ପାଇଁ ମଧ୍ୟ ଇଚ୍ଛା ହୋଇପାରେ । ସୋସିଆଲ ମିଡିଆ ଅଭ୍ୟାସକୁ ଦୂରେଇ ଦିଅନ୍ତୁ, ନଚେତ୍ ଏହା ଦୀର୍ଘ ସମୟ ଯନ୍ତ୍ରଣା ଦେବ । ତେଣୁ, ବ୍ରେକ୍ଅପ୍ ହୋଇଥିବା ବ୍ୟକ୍ତିଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବ୍ଲକ୍ କିମ୍ବା ଅନଫଲୋ କରିଦିଅନ୍ତୁ ।
ସୋସିଆଲ ମିଡିଆରୁ ବିରତି ନିଅନ୍ତୁ ଭାବନାଠାରୁ ଦୂରେଇ ରୁହନ୍ତୁ:-
ବ୍ରେକଅପ୍ରେ ଏକ ସାଧାରଣ ସମସ୍ୟା ହେଉଛି କି, ଅନ୍ୟ କାହା ପାଇଁ ଆପଣଙ୍କର ମୂଲ୍ୟ କିଛି ନାହିଁ ବୋଲି ଅନୁଭବ ହୋଇଥାଏ । ତେଣୁ ଏହି ଭାବନାକୁ ଲୁଚାଇବାକୁ ଚେଷ୍ଟା କରନ୍ତୁ । ଯେତେବେଳେ ଗଭୀର ଭାବରେ ଅନୁଭବ କରୁଛନ୍ତି କି ଆପଣଙ୍କୁ ବିବ୍ରତ ଲାଗୁଛି, ସେତେବେଳେ ଏହି ଭାବନାକୁ ଲୁଚାଇ ସବୁକିଛି ସ୍ୱାଭାବିକ ଥିବା ଭଳି ଛଳନା କରିବାକୁ ଚେଷ୍ଟା କରନ୍ତୁ । କଥା ହେବାବେଳେ ଯଦି କାନ୍ଦୁଛନ୍ତି, ତେବେ ଠିକ୍ ଅଛି । କାରଣ ଏହା ଆପଣଙ୍କ ହୃଦୟର ଆରୋଗ୍ୟ ପ୍ରକ୍ରିୟାର ସହାୟକ ହୋଇପାରେ । କିନ୍ତୁ ଅତ୍ୟଧିକ କାନ୍ଦିବା କିମ୍ବା ଭାବନାଠାରୁ ଦୂରେଇ ରହିବା ଭଳି ।
କିଛି ଆଶା କରିବା ପରିବର୍ତ୍ତେ ଗ୍ରହଣ କରନ୍ତୁ:-
ବ୍ରେକଅପ୍ ପ୍ରାୟତ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ ଏବଂ ବ୍ରେକଅପ୍ ହୋଇଥିବା ବ୍ୟକ୍ତି ସହ ବାର୍ତ୍ତାଳାପ ବା ସାକ୍ଷାତ ପାଇଁ ଉତ୍ସାହ ସୃଷ୍ଟି ହୁଏ । ମାତ୍ର ଏହା ହୋଇନଥାଏ, ଫଳରେ ଅଧିକ କଷ୍ଟ ଲାଗିଥାଏ । ଯଦି ଆପଣଙ୍କ ସାଥୀ ବ୍ରେକଅପ୍ର ସଠିକ୍ କାରଣ କହୁନାହାନ୍ତି, ତେବେ ଏହା ଜାଣିବା ପାଇଁ ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ଧୀରେ ଧୀରେ ସମସ୍ତ ପରିସ୍ଥିତିକୁ ଗ୍ରହଣ କରିବା ଶିଖନ୍ତୁ । ଅନ୍ୟଠୁ କିଛି ଆଶା କରିବା ପରିବର୍ତ୍ତେ, ଯାହା ଘଟୁଛି ତାକୁ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ ।
Break-up ପରେ ସରିଯାଏନି ଜୀବନ, ଏହିପରି ଆରମ୍ଭ କରନ୍ତୁ ନୂତନ ଅଧ୍ୟାୟ କଲମ ସହ ଏକ ବନ୍ଧୁତା ସ୍ଥାପନ କରନ୍ତୁ:-
'କଲମ ଖଣ୍ଡାଠାରୁ ଅଧିକ ଶକ୍ତିଶାଳୀ' ବୋଲି ଏକ ପ୍ରବାଦ ଅଛି, ଶୁଣିଥିବେ ନିଶ୍ଚୟ । ଭାବନାରୁ ବାହାର କରି ବାସ୍ତବରେ କଣ ଘଟୁଛି ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିବାର କ୍ଷମତା କଲମ ପାଖରେ ଅଛି । ଯେତେବେଳେ ଭାବନାକୁ କାଗଜରେ ସାଇତି ରଖିବାକୁ ଆରମ୍ଭ କରିବେ, ସେତେବେଳେ ନିଜ ସହ କଥାବାର୍ତ୍ତା କରୁଛନ୍ତି ବୋଲି ଅନୁଭବ କରିବେ । ଧିରେ ଧିରେ, ହୃଦୟର ଓଜନ କମିଯାଉଛି ଏବଂ ଭାରାକ୍ରାନ୍ତ ମନ ଶାନ୍ତ ହୋଇଯାଉଥିବା ଭଳି ଅନୁଭବ କରିବେ, କାରଣ କଲମର ମୂନରେ ସବୁତକ ଯନ୍ତ୍ରଣା ବୋହି ହୋଇଯାଏ ।
କଲମ ସହ ଏକ ବନ୍ଧୁତା ସ୍ଥାପନ କରନ୍ତୁ ନିଜକୁ ଅଧିକ ଏକ୍ସପ୍ଲୋର୍ କରନ୍ତୁ:-
ଯେହେତୁ ଜୀବନର ଏକ ନୂତନ ଅଧ୍ୟାୟରେ ପ୍ରବେଶ କରିବାକୁ ଯାଉଛନ୍ତି, ସେଥିପାଇଁ ବ୍ରେକଅପ୍ ହୋଇଥିବ ସାଥୀ ସହ ଘଟିଥିବା ସମସ୍ତ ପୂର୍ବ ସ୍ମୃତିକୁ ପୁନରାବୃତ୍ତିରୁ ନିବୃତ ରୁହନ୍ତୁ । ଏକ ନୂତନ ରେସ୍ତୋରାଁ ଯାଆନ୍ତୁ, ଯେଉଁଠାକୁ ପୂର୍ବରୁ କେବେ ଯାଇ ନଥିଲେ, କିମ୍ବା ପ୍ରିୟ ଭ୍ରମଣ ସ୍ଥାନକୁ ଯାଆନ୍ତୁ । ନଚେତ୍ ଏକ ସପିଂ ମଲ୍କୁ ଯାଆନ୍ତୁ ଏବଂ ସବୁବେଳେ ଚାହୁଁଥିବା ଜିନିଷ କିଣନ୍ତୁ । ଆକାଶ ତୁମର ସୀମା, ଏହାକୁ ଲଙ୍ଘିବାକୁ ସାହସ ଜୁଟାନ୍ତୁ । ମନେରଖନ୍ତୁ, ବ୍ରେକଅପ୍ ଜୀବନର କେବଳ ଏକ ଅଂଶ, ଶେଷ ନୁହେଁ ।
Break-up ପରେ ସରିଯାଏନି ଜୀବନ, ଏହିପରି ଆରମ୍ଭ କରନ୍ତୁ ନୂତନ ଅଧ୍ୟାୟ