ହାଇଦ୍ରାବାଦ:ସୁସ୍ଥ ରହିବାକୁ ହେଲେ ସୁସ୍ଥତା ଜରୁରୀ ବୋଲି ସମସ୍ତେ ଜାଣନ୍ତି । ସଂକ୍ରମଣ ଏବଂ ରୋଗ ଦାଉରୁ ରକ୍ଷା ପାଇବାକୁ ହେଲେ ହାତ ଧୋଇବା ଜରୁରୀ ଅଟେ । ତେବେ ଆଦି ମଧ୍ୟ ଲୋକେ ସଚେତନ ନାହାନ୍ତି। କିନ୍ତୁ କୋଭିଡ୍ 19 ପରଠାରୁ ହାତକୁ ସଫା ଏବଂ ଜୀବାଣୁମୁକ୍ତ ରଖିବା ପାଇଁ ସାବୁନରେ ହାତ ଧୋଇବାର ଆବଶ୍ୟକତା ବିଷୟରେ ସଚେତନତା ବୃଦ୍ଧି ପାଇଛି । ଏହାସହିତ ଲୋକେ ନିୟମିତ ବ୍ୟବଧାନରେ ହାତ ଧୋଇବା ଅଭ୍ୟାସ କରିଥାଆନ୍ତି ।
କେବଳ ସଂକ୍ରମଣ ଏବଂ ଅନ୍ୟାନ୍ୟ ରୋଗକୁ ରୋକିବା ପାଇଁ ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲୋକଙ୍କୁ ନିୟମିତ ଏବଂ ସଠିକ୍ ଭାବରେ ସାବୁନରେ ହାତ ଧୋଇବାର ଅଭ୍ୟାସ ଗ୍ରହଣ କରିବାକୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 15 ତାରିଖରେ ବିଶ୍ବ ହାତଧୁଆ ଦିବସ ପାଳନ କରାଯାଏ । ତେବେ ପ୍ରତିବର୍ଷ ଏକ ଥିମକୁ ନେଇ ଏହି ଦିବସ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷର ଥିମ ରହିଛି Clean hands are within reach ।
ଇତିହାସ ଏବଂ ଉଦ୍ଦେଶ୍ୟ: ଗ୍ଲୋବାଲ୍ ହ୍ୟାଣ୍ଡୱାସିଂ ପାର୍ଟନରସିପ୍ ଦ୍ୱାରା ଲୋକଙ୍କୁ ସାବୁନରେ ହାତ ଧୋଇବାକୁ ଉତ୍ସାହିତ କରିବା ଏବଂ ଏହାର ଲାଭ ଏବଂ ଗୁରୁତ୍ୱ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ଗ୍ଲୋବାଲ୍ ହ୍ୟାଣ୍ଡୱାସିଂ ଡେ ପାଳନ କରାଯାଉଛି । 2008 ମସିହାରେ ପ୍ରଥମ ଥର ପାଇଁ ଗ୍ଲୋବାଲ୍ ହ୍ୟାଣ୍ଡୱାଶିଂ ଡେ ଆୟୋଜିତ ହୋଇଥିଲା । ଏହି ଅବସରରେ ବିଶ୍ବର 70ଟି ଦେଶରେ 120 ମିଲିୟନ ଛୁଆକୁ ହାତ ଧୋଇବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା । ହାତ ସଫା ରଖିବା, କୌଣସି କାର୍ଯ୍ୟ ପରେ ହାତ ଧୋଇବା ଏବଂ ବିଶେଷ କରି ଭୋଜନ ପୂର୍ବରୁ ଏବଂ ପରେ ଭଲ ଭାବେ ହାତ ସଫା ରଖିବାକୁ ପରାମର୍ଶ ଦେବା ଏବଂ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ: Global Handwashing Day: ସ୍ୱଚ୍ଛ ରହିଲେ ହାତ, ସୁସ୍ଥ ରହିବ ପେଟ