ଓଡିଶା

odisha

ETV Bharat / sukhibhava

ଜରାୟୁ କର୍କଟ ରୋକିବାକୁ ସରକାରଙ୍କ ବଡ ନିଷ୍ପତ୍ତି, ସ୍କୁଲ୍‌ରେ ଦିଆଯିବ CERVAVAC Vaccine - କାହିଁକି ହୁଏ ସର୍ଭାଇକଲ କ୍ୟାନ୍ସର

ଜରାୟୁ କର୍କଟ ବା ଗର୍ଭାଶୟ ଗ୍ରୀବା କର୍କଟ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ । 9ରୁ 14 ବର୍ଷ ବୟସର ବାଳିକାମାନଙ୍କୁ ସ୍କୁଲ୍‌ରେ ଦିଆଯିବ CERVAVAC ଟିକା । ଅଧିକ ପଢନ୍ତୁ

ଜରାୟୁ କର୍କଟ ଟିାକା ନେବେ ବାଳିକା
Cervavac Vaccine Get School Girl

By

Published : Dec 27, 2022, 7:32 AM IST

ନୂଆଦିଲ୍ଲୀ: ମହିଳାଙ୍କ ଜରାୟୁ କର୍କଟ ବା ଗର୍ଭାଶୟ ଗ୍ରୀବା କର୍କଟକୁ ମାତ୍ ଦେବାପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ସ୍କୁଲ୍‌ରେ ବାଳିକାମାନଙ୍କୁ ଟିକା ଦେବା ନେଇ ଘୋଷଣା କରିଛନ୍ତି ସରକାର । 9ରୁ 14 ବର୍ଷ ବୟସର ବାଳିକାମାନଙ୍କୁ CERVAVAC ଟିକା ଦେବା ନେଇ ନିଷ୍ପତ୍ତି ନେଇଛନ୍ତି(Girls aged 9 to 14 to get cervical cancer vaccines through schools) । ବିଦ୍ୟାଳୟରେ ଟିକା ନେବାରେ ଅକ୍ଷମ ଥିବା ବାଳିକା ସ୍ୱାସ୍ଥ୍ୟ କେନ୍ଦ୍ରରୁ ନେଇପାରିବେ । ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ(NTAGI)ର ସୁପାରିଶ କ୍ରମେ କେନ୍ଦ୍ର ଏହି ଅଭିଯାନ ପ୍ରସ୍ତୁତ କରିଛି ।

ଖବର ଅନୁସାରେ ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଛି ସର୍ଭାକଲ କ୍ୟାନ୍ସର ବା ଗର୍ଭାଶୟ କର୍କଟ । ଏହି କାରଣରୁ ପ୍ରତିବର୍ଷ ଲକ୍ଷାଧିକ ମହିଳାଙ୍କ ଜୀବନ ଯାଉଛି । ମଲ୍ଟିପଲ-ରିଲେସନସିପ୍ ବା ଏକାଧିକ ପାର୍ଟନରଙ୍କ ସହ ଯୌନ ସମ୍ପର୍କ ରଖିବା କାରଣରୁ ଏହି ରୋଗ ହୋଇଥାଏ । ବିଶେଷ କରି ବର୍ତ୍ତମାନ ସମୟରେ ଲିଭ୍-ଇନ୍ ରିଲେସନସିପ୍ ଟ୍ରେଣ୍ଡ୍ ଚାଲିଥିବାରୁ ଏହି ରୋଗ ଶିଖର ଛୁଇଁବାରେ ଲାଗିଛି । ଭାରତରେ ବିପଜ୍ଜନକ ଭାବେ ଏହି କ୍ୟାନ୍ସର ଦ୍ବିତୀୟରେ ରହିଛି ।

ଏହା ମଧ୍ୟ ପଢନ୍ତୁ:- ଲିଭ୍-ଇନ୍ ସମ୍ପର୍କ ପାଇଁ ବୃଢୁଛି ସର୍ଭାଇକଲ କର୍କଟ ! ଚିକିତ୍ସା ବାଟ ବତାଇଲେ ଡାକ୍ତର

ଏହାକୁ ମାତ୍ ଦେବା ପାଇଁ ଚଳିତ ବର୍ଷ ସେପ୍ଟେମ୍ବରରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ HPV(Human Papillomavirus Vaccine) ଟିକା ପ୍ରସ୍ତୁତ କରିଥିଲା । ଏହି ଟିକାକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ମଧ୍ୟ ଅନୁମୋଦନ ଦେଇଛି । କେବଳ ଏତିକି ନୁହେଁ, ସରକାରୀ ପରାମର୍ଶଦାତା ପ୍ୟାନେଲ୍ NTAGI ମଧ୍ୟ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଟିକାର ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି ।

ଟିକାକୁ ଅନୁମୋଦନ ପରେ ଟୀକାକରଣ ନେଇ ସବୁ ଦ୍ବନ୍ଦ୍ବକୁ ଦୂର କରିଛନ୍ତି କେନ୍ଦ୍ର ସରକାର । ବିଦ୍ୟାଳୟସ୍ତରରୁ ବାଳିକାମାନଙ୍କ ଟୀକାକରଣ କରାଇବାର ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି । ପ୍ରଥମେ 9 ରୁ 14 ବର୍ଷ ବୟସର କିଶୋରୀ ବାଳିକାମାନଙ୍କୁ ଟିକା ଦିଆଯିବା ନେଇ ଘୋଷଣା ହୋଇଛି । ସେପଟେ ଟିକା ପାଇଁ ଅଧିକାରୀଙ୍କ ଦାୟିତ୍ବ ମଧ୍ୟ ସ୍ଥିର କରାଯିବ । ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ସମନ୍ୱୟ ସ୍ଥାପନ କରିବାକୁ, ଏକ ନୋଡାଲ୍ ଅଧିକାରୀଙ୍କୁ ଚିହ୍ନଟ କରିବାକୁ ମଧ୍ୟ କୁହାଯାଇଛି । ଏହାପରେ ବାଳିକାମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ । ସ୍କୁଲଗୁଡିକ ଶିକ୍ଷକ-ଅଭିଭାବକ ମିଟିଂକୁ ଆସୁଥିବା ପିତାମାତାଙ୍କୁ ଏ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ରହିଛି ।

ABOUT THE AUTHOR

...view details