ଓଡିଶା

odisha

ETV Bharat / sukhibhava

Autoimmune Diseases: ଏହି ରୋଗର ଚିକିତ୍ସାରେ ସାହାଯ୍ୟ କରେ ଅଦା - ଅଟ୍ୟୁମିନ ରୋଗ

ଆଣ୍ଟିଫୋସଫୋଲିପିଡ୍ ସିଣ୍ଡ୍ରୋମ ଏବଂ ରୁମାଟିଇଡ୍ ଆର୍ଥ୍ରାଇଟିସ ପରି ଅନେକ ଅଟ୍ୟୁମିନ ରୋଗରେ ପ୍ରଦାହକୁ ନିୟନ୍ତ୍ରଣ କରିବାରେ ଅଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ଅଧିକ ପଢନ୍ତୁ

Autoimmune Diseases
Autoimmune Diseases

By ETV Bharat Odisha Team

Published : Oct 2, 2023, 3:30 PM IST

ହାଇଦ୍ରାବାଦ:ଭାରତୀୟ ରୋଷେଇ ଘରେ ଅଦା ମୁଖ୍ୟ ମସଲା ଭାବେ ପରିଚିତ । ଅଦାର ସ୍ବାସ୍ଥ୍ୟ ଉପରକାରିତା ବିଷୟରେ ସମସ୍ତେ ଜାଣନ୍ତି । ନିକଟରେ ଅନୁସନ୍ଧାନକାରୀମାନେ ନିଉଟ୍ରୋଫିଲ୍ ନାମକ ଏକ ଶ୍ବେତ ରକ୍ତ କଣିକା ଉପରେ ଅଦାର ପ୍ରଭାବ ଉପରେ ଅଧ୍ୟୟନ କରିଥିଲେ । ଅଟ୍ୟୁମିନ ରୋଗରେ ପୀଡିତ ଲୋକମାନଙ୍କ ପାଇଁ ପ୍ରଦାହକୁ ନିୟନ୍ତ୍ରଣ କରିବାରେ ଅଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଏହି ଅଧ୍ୟୟନରୁ ଜଣାପଡିଛି । ସେମାନେ ନିଉଟ୍ରୋଫିଲ୍ ଏକ୍ସଟ୍ରାସେଲୁଲାର୍ ଟ୍ରାପ୍- NET (ନେଟୋସିସ) ଗଠନ ପାଇଁ ବିଶେଷ ଆଗ୍ରହୀ ଥିଲେ, ଯାହାକୁ ନେଟୋସିସ୍ ମଧ୍ୟ କୁହାଯାଏ ।

JCI ଇନସାଇଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସୁସ୍ଥ ବ୍ୟକ୍ତି ଅଦା ସେବନ କରିବା ଦ୍ବାରା ନ୍ୟୁଟ୍ରୋଫିଲକୁ ନ୍ୟୁଟ୍ରୋସିସ ପ୍ରତି ଅଧିକ ପ୍ରତିରୋଧି କରିଥାଏ । କାରଣ NET ଗୁଡିକ ମାଇକ୍ରୋସ୍କୋପିକ୍ ସ୍ପାଇଡର୍ ୱେବ ପରି ସଂରଚନା ହୋଇଥାଏ । ଯାହା ଫୁଲା ଏବଂ ଥକ୍କାକୁ ବୃଦ୍ଧି କରିଥାଏ । ଯାହା ଆଣ୍ଟିଫୋସଫୋଲିପିଡ ସିଣ୍ଡ୍ରୋମ ଏବଂ ରିମାଟଏଡ ଆର୍ଥ୍ରାଇଟିସ ଭଳି ଅନେକ ଅଟୋମ୍ୟୁମ୍ୟୁନ ରୋଗରେ ସହାୟକ ହୋଇଥାଏ ।

ୟୁନିଭରସିଟି ଅଫ କଲୋରାଡୋ ଅଫ ମେଡିସିନ, ୟୁଏସଏରେ ମେଡିସିନ୍ ଆସୋସିଏଟ୍ ପ୍ରଫେସର କ୍ରିଷ୍ଟେନ ଡେମୋରୁଏଲ୍ କହିଛନ୍ତି ଯେ, "ଏଭଳି ବହୁତ ରୋଗ ରହିଛି, ଯେଉଁଥିରେ ନିଉଟ୍ରୋଫିଲ୍ ଅସ୍ୱାଭାବିକ ଭାବରେ ଅତ୍ୟଧିକ ସକ୍ରିୟ ହୋଇଥାଏ । ଆମେ ଜାଣିଲୁ ଯେ ଅଦା NETosis ରୋକିବାରେ ସାହାଯ୍ୟ କରିଥାଏ। ଏହା ଗୁରୁତ୍ୱପୂର୍ଣ୍ଣ ଯାହାକି ବିଭିନ୍ନ ପ୍ରକାରର ଅଟୋମ୍ୟୁମ୍ୟୁନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଫୁଲା ଏବଂ ଲକ୍ଷଣକୁ ଚିକିତ୍ସା କରିବାରେ ସହାୟକ ହୋଇପାରେ।" କ୍ଲିନିକାଲ୍ ପରୀକ୍ଷଣ ସମୟରେ, ଅନୁସନ୍ଧାନକାରୀମାନେ ସୁସ୍ଥ ସ୍ବେଚ୍ଛାସେବୀମାନଙ୍କୁ ସାତଦିନ ପାଇଁ ଅଦା ସପ୍ଲିମେଣ୍ଟ ଦେଇଥିଲେ । ୨୦ ମିଲିଗ୍ରାମ ଦେବା ପରେ ନିଉଟ୍ରୋଫିଲ୍ ଭିତରେ CAMP ନାମକ ଏକ ରାସାୟନିକ ପଦାର୍ଥ ବୃଦ୍ଧି ପାଇଥାଏ । ଏହି CAMP ବିଭିନ୍ନ ରୋଗ ସମ୍ବନ୍ଧୀୟ ଉତ୍ସାହର ପ୍ରତିକ୍ରିୟାରେ NETosis କୁ ପ୍ରତିବନ୍ଧିତ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଅଦା ପାଉଡର ସେବନ ଦ୍ବାରା ସୁସ୍ଥ ହୋଇପାରିବେ କୋରୋନା ରୋଗୀ, ରିସର୍ଚ୍ଚରେ ଖୁଲାସା

ଅଦା ନିଉଟ୍ରୋଫିଲ ଉପରେ ପ୍ରଭାବ ପକାଇଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଥିଲା । ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ରୋଗୀଙ୍କୁ ସେମାନଙ୍କର ଚିକିତ୍ସା ଫଳପ୍ରଦ ହେବ କି ନାହିଁ ଆଲୋଚନା କରିବାକୁ ଉତ୍ସାହିତ କରିବ । ଅଦାକୁ ଯୋଜନାର ଅଂଶ ଭାବରେ ଗ୍ରହଣ କରିବା ଲାଭଦାୟକ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଅଟ୍ୟୁମିନ ରୋଗର ଚିକିତ୍ସାରେ ଅଦା ସାହାଯ୍ୟ କରିଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details