ଓଡିଶା

odisha

ETV Bharat / sukhibhava

ଫିଟ୍ ରହିବା ପାଇଁ ବ୍ୟବହାର କରନ୍ତୁ ସ୍ବିସ୍‌ ବଲ୍‌ - ଫିଟ୍ ରହିବା ପାଇଁ ବ୍ୟବହାର କରନ୍ତୁ ସ୍ବିସ ବଲ୍

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ସ୍ବାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ବ ଦେବା ଆବଶ୍ୟକ । କାରଣ ଅସ୍ବାସ୍ଥ୍ୟକର ଜୀବନଶୈଳୀ ଏବଂ ଖାଦ୍ୟ ମଧ୍ୟରେ ଉପଯୁକ୍ତ ଓଜନ ବଜାୟ ରଖିବା ନିତ୍ୟାନ୍ତ ଜରୁରୀ ହୋଇଥାଏ । ଅଧିକ ପଢନ୍ତୁ

ଫିଟ୍ ରହିବା ପାଇଁ ବ୍ୟବହାର କରନ୍ତୁ  ସ୍ବିସ ବଲ୍
ଫିଟ୍ ରହିବା ପାଇଁ ବ୍ୟବହାର କରନ୍ତୁ ସ୍ବିସ ବଲ୍

By

Published : Jul 2, 2022, 10:37 AM IST

ହାଇଦ୍ରାବାଦ: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ସ୍ବାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ବ ଦେବା ଆବଶ୍ୟକ । କାରଣ ଅସ୍ବାସ୍ଥ୍ୟକର ଜୀବନଶୈଳୀ ଏବଂ ଖାଦ୍ୟ ମଧ୍ୟରେ ଉପଯୁକ୍ତ ଓଜନ ବଜାୟ ରଖିବା ନିତ୍ୟାନ୍ତ ଜରୁରୀ ହୋଇଥାଏ । ବର୍ତ୍ତମାନ ସମୟରେ ନିଜର ଫିଟନେସ ବଜାୟ ରଖିବା ପାଇଁ ସମସ୍ତ ଯୁବପିଢି ଜିମ ଯିବା ପସନ୍ଦ କରନ୍ତି । ତେବେ ସ୍ବିସ ବଲ୍ ଜିମରେ ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ ହୋଇପାରିଛି କାରଣ ଫିଟନେସରେ ଥିବା ଲୋକମାନେ ବଲ୍ ବ୍ୟବହାର କରି ବ୍ୟାୟାମ କରିବାକୁ ପସନ୍ଦ କରୁଛନ୍ତି । ଏହି ସ୍ବିସ ବଲ୍ ବ୍ୟବହାର କରିବା ଦ୍ବାରା ଏହା କେବଳ ଶରୀରର ମାଂସପେଶୀକୁ ମଜବୁତ କରେନାହିଁ ବରଂ ପିଠି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ଏ ସମ୍ପର୍କରେ ମୁମ୍ବାଇର ଫିଟନେସ ଏକ୍ସପର୍ଟ ବା ଜିମ୍ ପ୍ରଶିକ୍ଷକ ନିରଜ ସେନ କହିଛନ୍ତି କି, ସ୍ବିସ ବଲ୍ ବ୍ୟାୟାମର ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ ଭାବରେ ବିବେଚନା କରାଯାଏ । କାରଣ ଏହି ବ୍ୟାୟାମ ସମଗ୍ର ଶରୀରକୁ ମଜବୁତ କରିଥାଏ । ସ୍ବିସ ବଲ୍ ସେଲିବ୍ରିଟିମାନଙ୍କ ମଧ୍ୟରେ ଲୋକପ୍ରିୟ ୱାର୍କଆଉଟ୍ ଉପକରଣ ହୋଇଥିବା ବେଳେ ବର୍ତ୍ତମାନ ସାଧାରଣ ଲୋକଙ୍କ ଦ୍ବାରା ମଧ୍ୟ ଏହା ବ୍ୟବହାର କରାଯାଉଛି ।

ସ୍ବିସ ବଲ ସହିତ ବ୍ୟାୟାମ କରିବା ଦ୍ବାରା କ'ଣ ଲାଭ ମିଳିଥାଏ?

  • ସ୍ବିସ ବଲ୍ ଦ୍ବାରା ବ୍ୟାୟାମ କରିବା ବେଳେ ମୂଳ ମାଂସପେଶୀ ସକ୍ରିୟ ହୋଇଥାଏ
  • ଏକ ସ୍ଥିରତା ବଲ ସହିତ ବ୍ୟାୟାମ କରିବାବେଳେ ଶରୀରର ଉପର ଏବଂ ତଳ ଅଂଶରେ ସନ୍ତୁଳନ ବଜାୟ ରଖିବା ଜରୁରୀ । ଏହାଦ୍ବାରା, ଶରୀରର ଦୁଇ ଅଙ୍ଗ ମଧ୍ୟରେ ସନ୍ତୁଳନ ଏବଂ ସମନ୍ବୟ ଭଲ ହୁଏ |
  • ଏହି ବ୍ୟାୟାମ ଦ୍ବାରା ଶରୀରକୁ ଆରାମ ପ୍ରଦାନ ମିଳିବା ସହ ପିଠି ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ |
  • ସ୍ବିସ ବଲ ବ୍ୟବହାର କରି ବ୍ୟାୟାମ କରିବା ଦ୍ବାରା ହାର୍ଟର ଗତି ବଜାୟ ରଖିବା ସହ ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଘରେ କାର୍ଡିଓ ୱାର୍କଆଉଟ୍ ପାଇଁ ସ୍ବିସ ବଲ ଏକ ଭଲ ବିକଳ୍ପ ।

ସ୍ବିସ ବଲର ବ୍ୟାୟାମ ଓ ତା'ର ଉପକାର

ସ୍ବିସ୍ ବଲ୍ ପୁସ୍-ଅପ୍ (Swiss Ball Push-Ups)- ଏକ ସ୍ବିସ୍ ବଲ୍ ବ୍ୟବହାର କରି ପୁସ୍-ଅପ୍ କରିବା ଦ୍ବାରା ପେଟର ଚର୍ବି କମିଥାଏ ଏବଂ ଏହା ଶରୀରର ମାଂସପେଶୀକୁ ମଧ୍ୟ ସକ୍ରିୟ କରିଥାଏ।

ସ୍ବିସ୍ ବଲ୍ କ୍ରଞ୍ଚେସ୍( Swiss Ball Crunches) - ଏହି ବ୍ୟାୟାମ ଉପର ଏବଂ ତଳ ଆବ୍ସ ଓ କାନ୍ଧକୁ ମଜବୁତ କରିଥାଏ । ଏଥିସହ ପେଟର ମାଂସପେଶୀକୁ ମଧ୍ୟ ମଜବୁତ କରିବାରେ ସାହାଯ୍ୟ କରିଥାଏ।

ସ୍ବିସ୍ ବଲ୍ ହାମଷ୍ଟ୍ରିଙ୍ଗ କର୍ଲ(Swiss Ball Hamstring Curl)- ଏହି ବ୍ୟାୟାମ କରିବା ଦ୍ବାରା ଶରୀରକୁ ଟୋନିଂ ଓ ମଜବୁତ ରଖିବାରେ ବହୁତ ସାହାଯ୍ୟକାରୀ।

ଷ୍ଟାବିଲିଟି ବଲ୍ ଜାକ୍ନାଇଫ-ମେଦବହୁଳତା ହ୍ରାସ କରିବା ଏବଂ ପେଟର ଚର୍ବି କମାଇବା ପାଇଁ ଏହି ବ୍ୟାୟାମ ସାହାଯ୍ୟ କରିଥାଏ ।

ଟ୍ରାଇସେପ ଡିପ-ଟ୍ରାଇସେପ୍ସ, ବାଇସେପ୍ସ ଏବଂ କାନ୍ଧକୁ ଟୋନ୍ କରିବା ପାଇଁ ଏହି ବ୍ୟାୟାମ ନିୟମିତ ଅଭ୍ୟାସ କରାଯିବା ଉଚିତ ।

ତେବେ ଜିମରେ ବିଭିନ୍ନ ପ୍ରକାରର ସ୍ବିସ ବଲ ଦେଖିବାକୁ ମିଳେ । ଜିମ ଟ୍ରେନର ନିରଜଙ୍କ କହିବା ଅନୁସାରେ, ଜଣେ ବ୍ୟକ୍ତି ସ୍ବିସବଲ ଚୟନ କରିବା ସମୟରେ ଦୈଘ୍ୟ, ଆକାର ଭଳ ଭାବରେ ପରଖିବା ଆବଶ୍ୟକ । ବ୍ୟାୟାମ କରିବା ସମୟରେ ପ୍ରଥମେ ଟ୍ରେନର ପରାମର୍ଶ ଅନୁସାରେ ସ୍ବିସ ବଲରୁ ବ୍ୟବହାର କରିବା ଆବଶ୍ୟକ । ସର୍ବଦା ଦିନକୁ ଥରେ ସ୍ବିସ ବଲ ଦ୍ବାରା ବ୍ୟାୟାମ କରିବା ଆବଶ୍ୟକ ।

ABOUT THE AUTHOR

...view details