ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଲୋକମାନଙ୍କ ମଧ୍ୟରେ ଏସିଡିଟି ବୃଦ୍ଧି ପାଇବାର ମୁଖ୍ୟ କାରଣ ଜୀବନଶୈଳୀରେ ପରିବର୍ତ୍ତନ । ସଠିକ୍ ସମୟରେ ଖାଦ୍ୟ ଗ୍ରହଣ ନ କରିବା, ଫାଷ୍ଟ୍ ଫୁଡ୍, ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ସେବନ କାରଣରୁ ମଧ୍ୟ ଏହା ହୋଇଥାଏ । ଏହାକୁ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗ ମଧ୍ୟ କୁହାଯାଏ, ଏହା ହେଉଛି ଏକ କ୍ରନିକ୍ ଅବସ୍ଥା । ଏହି ରୋଗ ହେଲେ ଜଣେ ବ୍ୟକ୍ତି ବାରମ୍ବାର ଏସିଡ୍ ରିଫ୍ଲକ୍ସ ଅନୁଭବ କରନ୍ତି ।
ଏହାର ସାଧାରଣ ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା ଅନ୍ତର୍ଭୁକ୍ତ । ଏହି ଅବସ୍ଥାରେ ଛାତିରେ ଏକ ଜ୍ୱଳନ ସେନ୍ସେସ୍ ମଧ୍ୟ ଥାଏ, ଯାହାକୁ ସାଧାରଣତ ହାର୍ଟ ବର୍ଣ୍ଣ ବୋଲି କୁହାଯାଏ । ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ଲିନିକାଲ୍ ତଥ୍ୟକୁ ବିଶ୍ଳେଷଣ କରୁଥିବା ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଏହି ରୋଗ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ ବଢାଇଥାଏ, ଯାହା ଚିନ୍ତାର କାରଣ(Gastroesophageal reflux disease can cause heart related problems) । ଏହି ରୋଗୀଙ୍କ ଠାରେ ଇସକେମିକ୍ ହୃଦ୍ ରୋଗ ହେବାର ଆଶଙ୍କା ବଢିଥାଏ ଏବଂ ଏହା ହାର୍ଟକୁ ରକ୍ତ ପ୍ରବାହକୁ ମଧ୍ୟ ହ୍ରାସ କରିଥାଏ ।
ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ହଜମ ପ୍ରକ୍ରିୟାରେ ଅସୁବିଧା ଏବଂ ଖରାପ ସ୍ୱାସ୍ଥ୍ୟ ସହିତ ଜଡିତ, ଯାହା ଦୀର୍ଘସ୍ଥାୟୀ ହୋଇଥାଏ । ଏହି କାରଣରୁ ହୋଇଥିବା ରୋଗରେ ହୃଦ୍ରୋଗ ମଧ୍ୟ ଅନ୍ତର୍ଭୁକ୍ତ । ଖରାପ ଅନ୍ତ ସ୍ବାସ୍ଥ୍ୟ ସାଧାରଣତ ଏକ "ଲିକ୍ ଗଟ୍" ଅନ୍ତର୍ଭୁକ୍ତ କରେ ଯେଉଁଥିରେ ଖାଦ୍ୟ କଣିକା ରକ୍ତରେ ପ୍ରବେଶ କରି ପ୍ରବାହ ସୃଷ୍ଟି କରିଥାଏ । ଏହି ବର୍ଦ୍ଧିତ ପ୍ରଦାହ ସିଧାସଳଖ ହୃଦ୍ ରୋଗ ଏବଂ ଧମନୀ ପ୍ଲେକ୍ରେ ଜମା ହୋଇଥାଏ । ଏସିଡ୍ ରିଫ୍ଲକ୍ସ ମଧ୍ୟ ଭେଗସ୍ ସ୍ନାୟୁ(vegus nerve)କୁ ଟ୍ରିଗର କରିପାରେ, ଯାହା ଶୀଘ୍ର ହୃଦସ୍ପନ୍ଦନ ସୃଷ୍ଟି କରିଥାଏ ।
ଗ୍ୟାଷ୍ଟ୍ରୋସୋଫେଜାଲ୍ ରିଫ୍ଲକ୍ସ ରୋଗ(Gastroesophageal reflux Disease, GERD) ରିଫ୍ଲକ୍ସର ଏକ ଭୟଙ୍କର ରୂପ ଏବଂ ଏହାର ଚିକିତ୍ସା କରା ନଗଲେ ଏହା ଏସୋଫେଜ୍ କ୍ୟାନସର ମଧ୍ୟ କରାଇପାରେ । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ରୋକାଯିବା ଆବଶ୍ୟକ । କିପରି ଏହାକୁ ନିୟନ୍ତ୍ରଣ କରିବେ ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...
ବହୁତ ଅଧିକ ଖାଇବା ଠାରୁ ଦୂରେଇ ରୁହନ୍ତୁ:-
କମ୍ ପରିମାଣର ଖାଦ୍ୟ ଖାଆନ୍ତୁ । ମାତ୍ର ପେଟକୁ ଖାଲି ରଖିବାକୁ ଦିଅନ୍ତୁ ନାହିଁ । ଖାଇବାର ବହୁତ ସମୟ ବ୍ୟବଧାନ ପରେ କୌଣସି ଭାରି ଖାଦ୍ୟ ଖାଇବା ପୂର୍ବରୁ ନିଶ୍ଚିତ ରୂପେ ହାଲୁକା ଖାଦ୍ୟ କିମ୍ବା କମ୍ ପାଣି ପିଅନ୍ତୁ ।