ଓଡିଶା

odisha

ETV Bharat / sukhibhava

ରୋଷେଇ ଘରେ ରହିଛି ମଧୁମେହ ଚିକିତ୍ସା, ଏହି ମସଲାରେ ଭରି ରହିଛି ଉପକାରୀ ଗୁଣ

ମଧୁମେହ ପରିଚାଳନା ପାଇଁ ଅନେକ ଲୋକ ବିଭିନ୍ନ ଉପାୟ ଆପଣାଇଥାନ୍ତି । ଜାଣନ୍ତି କି, ରୋଷେଇ ଘରେ ଏକ ଏପରି ମସଲା ଅଛି ଯାହା ମଧୁମେହ ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହୋଇପାରିବ । କଣ ଏହି ମସଲା, ଜାଣନ୍ତୁ

By

Published : Apr 4, 2023, 1:41 PM IST

diabetes patient
diabetes patient

ହାଇଦ୍ରାବାଦ: ମଧୁମେହ ରୋଗୀଙ୍କ ପାଇଁ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । କାରଣ ଯେତେ ଇନସୁଲିନ୍ ନିଅନ୍ତୁ, ଯଦି ରକ୍ତରେ ଶର୍କରା ବୃଦ୍ଧି ପାଉଛି ତେବେ ମଧୁମେହ ନିୟନ୍ତ୍ରଣ ହେବା କଷ୍ଟକର । ଜାଣିଶୁଣି କିମ୍ବା ଅଜାଣତରେ, ମଧୁମେହ ରୋଗୀମାନେ ଅନେକ ଥର ଏପରି ଖାଦ୍ୟ ପଦାର୍ଥ ଖାଇଥା'ନ୍ତି, ଯେଉଁଥିପାଇଁ ସେମାନଙ୍କର ଶର୍କରାସ୍ତର ବୃଦ୍ଧିପାଏ । ବ୍ୟାୟାମ ସହ ଭଲ ଖାଦ୍ୟ ସାହାଯ୍ୟରେ ମଧୁମେହକୁ ପରିଚାଳନା କରାଯାଇପାରେ । ହେଲେ ଜାଣନ୍ତି କି, ରୋଷେଇ ଘରୁ ମିଳୁଥିବା ଏକ ମସଲା ମଧୁମେହକୁ ନିୟନ୍ତ୍ରଣ କରିପାରିବ ।

ଆଜ୍ଞା ହଁ, ଏହି ମସଲାଟି ହେଉଛି ରସୁଣ । ରସୁଣ ଅନେକ ରୋଗ ନିରାକରଣରେ ସହାୟକ ହୋଇଥାଏ । ବର୍ତ୍ତମାନ ଏହା ମଧୁମେହକୁ ପ୍ରତିହତ କରି ପାରୁଥିବା ଗୁଣ ରଖିଛି । ତେବେ ରସୁଣ କିପରି ମଧୁମେହ ରୋଗୀଙ୍କ ପାଇଁ ଉପକାରୀ, ଜାଣନ୍ତୁ

ରସୁଣ କିପରି ଶର୍କରା ସ୍ତରକୁ ନିୟନ୍ତ୍ରଣ କରିପାରିବ

ରସୁଣରେ ଭିଟାମିନ୍ ବି6, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ଏବଂ ଫସଫରସ୍ ପରି ପୋଷକ ତତ୍ତ୍ୱ ଭରପୂର ଥାଏ । ପ୍ରୋଟିନ୍ ସହିତ, ଏଥିରେ ଥିଏମାଇନ୍ ଏବଂ ପ୍ୟାଣ୍ଟୋଥେନିକ୍ ଏସିଡ୍‌ ମଧ୍ୟ ମିଳିଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ରସୁଣର ଏକ ବିଶେଷତ୍ୱ ​​ହେଉଛି ଏହା ଆମ ଶରୀରରେ ଥିବା ଆମିନୋ ଏସିଡ୍ ହୋମୋସିଷ୍ଟାଇନ୍ ନିୟନ୍ତ୍ରଣ କରିବା ପାଇଁ କାମ କରେ, ଯାହା ରକ୍ତରେ ଶର୍କରା ସ୍ତର ପରିଚାଳନାରେ ସହାୟକ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:-Hair Care Tips: ଜାଣନ୍ତୁ କେଶ ପାଇଁ ତେଲର ଉପକାରିତା ଓ ଅପକାରିତା

ମଧୁମେହ ରୋଗୀମାନେ କିପରି ରସୁଣ ବ୍ୟବହାର କରିବେ

ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧୁମେହ ରୋଗୀମାନେ ସକାଳେ ଖାଲି ପେଟରେ କଞ୍ଚା ରସୁଣ ଖାଇପାରିବେ । ଅଧିକ ଲାଭ ପାଇଁ ଭଜା ରସୁଣ ମଧ୍ୟ ଖାଇପାରିବେ । ରସୁଣକୁ ଭାଜିବା ପାଇଁ ଏକ ପ୍ୟାନରେ କିଛି ସୋରିଷ ତେଲ ନେଇ ଗରମ କରନ୍ତୁ । ତେଲ ଗରମ ହେବା ପରେ ଏଥିରେ ରସୁଣ ଖଣ୍ଡ ପକାଇ ଭଲଭାବେ ଭାଜନ୍ତୁ । ଯେତେବେଳେ ଏହାର ରଙ୍ଗ ହାଲକା ବାଦାମୀ ରଙ୍ଗ ହେବାକୁ ଲାଗେ, ସେଥିରେ କଳା ଲୁଣ ମିଶାଇ ଖାଆନ୍ତୁ ।

ଭଜା ରସୁଣ ଖାଇବାର ଅନେକ ଲାଭ

ଭଜା ରସୁଣକୁ ଖାଲି ପେଟରେ ମଧ୍ୟ ଖାଇ ପାରିବେ । ରସୁଣ ଖାଇବା ଦ୍ୱାରା ଗ୍ୟାସ୍, କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଏବଂ ଅମ୍ଳତା ଇତ୍ୟାଦି ସମସ୍ତ ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାକୁ ଦୈନିକ ଖାଇବା ଦ୍ବାରା ଓଜନ ହ୍ରାସ କରିବାରେ ବହୁତ ଲାଭ ମିଳିଥାଏ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details