ଓଡିଶା

odisha

ETV Bharat / sukhibhava

ଗଲବ୍ଲାଡର: ବିଲିଆରୀ ଟ୍ରାକ୍ଟ କ୍ୟାନସର ମାମଲା ତିନି ଦଶନ୍ଧିରେ 76% ବୃଦ୍ଧି - ବିଲିଆରୀ ଟ୍ରାକ୍ଟ କ୍ୟାନସର

ଗଲବ୍ଲାଡର ଏବଂ ବିଲିୟାରୀ ଟ୍ରାକ୍ସ କ୍ୟାନସର ଘଟଣା 1990ରୁ 2017 ମଧ୍ୟରେ ସାରା ବିଶ୍ବରେ 76 ପ୍ରତିଶତ ବୃଦ୍ଧି ଘଟିଛି । ଅଧିକ ପଢନ୍ତୁ...

ଗଲବ୍ଲାଡର: ବିଲିଆରୀ ଟ୍ରାକ୍ଟ କ୍ୟାନସର ମାମଲା ତିନି ଦଶନ୍ଧିରେ 76% ବୃଦ୍ଧି
ଗଲବ୍ଲାଡର: ବିଲିଆରୀ ଟ୍ରାକ୍ଟ କ୍ୟାନସର ମାମଲା ତିନି ଦଶନ୍ଧିରେ 76% ବୃଦ୍ଧି

By

Published : Mar 23, 2021, 12:51 PM IST

ନ୍ୟୁୟର୍କ, (IANS): 1990ରୁ 2017 ମଧ୍ୟରେ ଗଲବ୍ଲାଡର ଏବଂ ବିଲିୟାରୀ ଟ୍ରାକ୍ସ କ୍ୟାନସର ଘଟଣା ସାରା ବିଶ୍ବରେ 76 ପ୍ରତିଶତ ବୃଦ୍ଧି ଘଟିଛି । ଏଥିରେ ମୃତ୍ୟୁହାର 65 ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଅକ୍ଷମତା-ନିୟନ୍ତ୍ରିତ ଜୀବନ ବର୍ଷରେ 52 ପ୍ରତିଶତ ବୃଦ୍ଧି ଘଟିଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ।

ବିଶ୍ବସ୍ତରରେ ହୋଇଥିବା ଆକଳନ ଅନୁଯାୟୀ ଗଲବ୍ଲାଡର ଏବଂ ବିଲିୟାରୀ ଟ୍ରାକ୍ସ କ୍ୟାନସର (ଜିବିଟିସି)ରେ 2017ରେ 2 ଲକ୍ଷ 10 ହଜାର 878ଟି ନୂଆ ମାମଲା ଘଟିଥିଲା, 1 ଲକ୍ଷ 73 ହଜାର 974 ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ 3 କୋଟି 4 ଲକ୍ଷ 83 ହଜାର 46 ଜଣଙ୍କ ମଧ୍ୟରେ ଦୀର୍ଘଦିନର ଅସୁସ୍ଥତା, ଅକ୍ଷମତା କିମ୍ବା ଅକାଳ ମୃତ୍ୟୁର ସାମନା କରିବାକୁ ପଡ଼ିଛି । କ୍ୟାନସର ପତ୍ରିକରେ ପ୍ରକାଶିତ ଏକ ଅଧ୍ୟୟନରୁ ଏହା ଜଣାଯାଇଛି । ଜିବିଟିସିର ପ୍ରଭାବ ଲିଙ୍ଗ, ରିଜିଅନ୍ ଏବଂ ବୟସ ଅନୁଯାୟୀ ଫରକ ହୋଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି ।

ଜିବିଟିସିର କେତେତ ନିର୍ଦ୍ଦିଷ୍ଟ କାରଣ ରହିଛି । ବିଶ୍ବସ୍ତରରେ ଜିବିଟିସି ସମ୍ପର୍କିତ ମୃତ୍ୟୁର 20.6 ପ୍ରତିଶତ ଓ 8.1 ପ୍ରତିଶତ ଘଟଣା ଯଥାକ୍ରମେ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଘଟିଥାଏ। ଏହା ମୁଖ୍ୟତଃ ହାଇ ବଡି ମାସ୍ ଇଣ୍ଡେକ୍ସ ବା ଶରୀରର ଉଚ୍ଚତା ଓ ଓଜନକୁ ନେଇ ଘଟିଥାଏ । "ଜିବିଟିସି ବିଶ୍ବବ୍ୟାପୀ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହୋଇ ରହି ଆସିଛି," ବୋଲି ଚାଇନାର ଲିଉଝୁ ପିପୁଲସ ହସ୍ପିଟାଲର ଜଣେ ଲେଖକ ଅଧ୍ୟୟନ କରି ଜାଣିପାରିଛନ୍ତି ।
ପ୍ରାରମ୍ଭିକ ଅବସ୍ଥାରେ ଜିବିଟିସି ରୋଗ ନିରୁପଣ, ଏହାର ପ୍ରତିରୋଧ ଏବଂ ଚିକିତ୍ସା ସକାଶେ ସ୍ବଳ୍ପ ମୂଲ୍ୟ ଉପାୟ ବାହାର କରିବା ଦିଗରେ ନୀତି ପ୍ରଣୟନକାରୀଙ୍କ ପାଇଁ ଏହି ନୂଆ ତଥ୍ୟ ଉପାଦେୟ ହୋଇପାରେ ଏବଂ ରୋଗକୁ ନେଇ ବଢୁଥିବା ବିପଦ କମାଯିବା ସହିତ ଏହାର ସଂଖ୍ୟା ବୃଦ୍ଧିକୁ ମଧ୍ୟ ରୋକାଯାଇପାରିବ ।

ଜିବିଟିସି ସମ୍ପର୍କରେ ଗ୍ଲୋବାଲ ବର୍ଡନ ଅଫ୍ ଡିଜିଜ୍ (ଜିବିଡି) ପ୍ରୋଜେକ୍ଟରୁ ମିଳିଥିବା ତଥ୍ୟକୁ ଆଧାର କରି ବୈଜ୍ଞାନିକଙ୍କ ଏକ ଦଳ ଏହାର ବିସ୍ତୃତ ଯାଞ୍ଚ କରିଛନ୍ତି। ସମସ୍ତ ପ୍ରମୁଖ ରୋଗ ଏବଂ ବିଭିନ୍ନ ଅଞ୍ଚଳ, ଲିଙ୍ଗ, ଦେଶ ଏବଂ ବୟସ ଦୃଷ୍ଟିକୋଣରୁ ବିପଦର କାରଣ କେତେ, କେଉଁଠି ରୋଗର ଭୟାବହତା କେତେ ସେସବୁ ଉପରେ ଜିବିଡି ପ୍ରୋଜେକ୍ଟ ଅଧିନରେ ତଥ୍ୟ ସଂଗ୍ରହ ସହ ସମୀକ୍ଷା କରାଯାଉଛି ।

ABOUT THE AUTHOR

...view details