ହାଇଦ୍ରାବାଦ:କର୍କଟ ବା କ୍ଯାନ୍ସର ଏକ ଗମ୍ଭୀର ରୋଗ ଅଟେ । ପ୍ରତିବର୍ଷ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗ ସମସ୍ତଙ୍କୁ ପ୍ରଭାବିତ କରିଥାଏ । ତେବେ ନିକଟରେ ଏକ ରିସର୍ଚ୍ଚରେ କୁହାଯାଇଥିଲା ଯେ, ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ କ୍ୟାନ୍ସର ସଂଖ୍ୟା ଅଧିକ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ଗର୍ଭାଶୟ ଏବଂ ସ୍ତନ କର୍କଟ ମହିଳାମାନଙ୍କ ମଧ୍ୟରେ ସାଧାରଣ ହୋଇଗଲାଣି । ଯାହାଦ୍ୱାରା ପ୍ରତିବର୍ଷ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଜେନେଟିକ ସହିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହି ବିପଦକୁ ଆହୁରି ବୃଦ୍ଧି କରିଛି । କର୍କଟ ରୋଗର ବିପଦକୁ ରୋକିବା ପାଇଁ ଦୈନନ୍ଦିନ ନିତ୍ୟକର୍ମ ଏବଂ ଖାଦ୍ୟପେୟ ବଜାୟ ରଖିବା ଜରୁରୀ ବୋଲି କୁହାଯାଇଛି ।
ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ କିଛି ଫଳରେ ଉପାଦାନ ଥାଏ ଯାହା କର୍କଟ ରୋଗର ଆଶଙ୍କା କମାଇପାରେ। ଅମୃତଭଣ୍ଡା ଉପରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଏକ ଫଳ ହୋଇପାରେ ଯାହା ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ଏବଂ କେତେକ କର୍କଟ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।
କ୍ୟାନ୍ସର ଆଶଙ୍କାକୁ କମ କରିପାରେ ଅମୃତଭଣ୍ଡା: ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଅମୃତଭଣ୍ଡାରେ ଲାଇକୋପିନ୍ ଭରପୂର ମାତ୍ରାରେ ରହିଛି । ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ଯାହା ଗର୍ଭାଶୟ ଏବଂ ସ୍ତନ କର୍କଟ ରୋଗର ବିପଦରୁ ରକ୍ଷା କରିଥାଏ । ତେବେ ଅମୃତଭଣ୍ଡା ବ୍ୟତୀତ ଏହା ଗାଜର, ଟମାଟୋ ଏବଂ ତରଭୁଜରେ ମଧ୍ୟ ଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଫଳର ବ୍ୟବହାର ହୃଦରୋଗରୁ ରକ୍ଷା କରିବା ସହିତ କୋଲେଷ୍ଟ୍ରଲ ଏବଂ ରକ୍ତଚାପ ହ୍ରାସ କରିବାରେ ଲାଭଦାୟକ ହୋଇପାରେ । ସମସ୍ତ ମହିଳା ନିଜ ଖାଦ୍ୟରେ ଅମୃତଭଣ୍ଡା ଅନ୍ତର୍ଭୁକ୍ତ କରିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ନିୟମିତ ଖାଆନ୍ତୁ ଏହି ଫଳ-ପରିବା, 40 ପ୍ରତିଶତ କମ ହେବ କ୍ୟାନ୍ସର ଆଶଙ୍କା