ହାଇଦ୍ରାବାଦ:ବନ୍ଧୁତା ହେଉଛି ବନ୍ଧୁମାନଙ୍କ ପରି ଏକ ମୂଲ୍ୟବାନ ସମ୍ପର୍କ । ଏହି ସମ୍ପର୍କ ହୃଦୟରୁ ତିଆରି ହୋଇଥାଏ । ବନ୍ଧୁତା ଜନ୍ମରୁ ମିଳିନଥାଏ, ଏହାକୁ ତିଆରି କରିବାକୁ ପଡିଥାଏ । କିନ୍ତୁ ସୃଷ୍ଟି ହୋଇଥିବା ଏହି ସମ୍ପର୍କ ଏତେ ସୁନ୍ଦର ଯେ ଏହାକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ ନୁହେଁ । ପ୍ରକୃତ ବନ୍ଧୁକୁ ଛାଇ ସହିତ ତୁଳନା କରାଯାଇପାରେ । ଜଣେ ଗାଇଡ, ପରିବାର ପରିଜନ ଭଳି ଛାଇପରି ପାଖେ ପାଖେ ଥାଏ ବନ୍ଧୁ । ପ୍ରେମ, ବିଶ୍ବାସରେ ଗଢା ସମ୍ପର୍କକୁ ବନ୍ଧୁତା କୁହାଯାଏ । କଥାରେ ସାଙ୍ଗ ଜୀବନର ମୋଡକୁ ବଦଳାଇ ଦେଇଥାଏ ।
ଜୀବନରେ ପ୍ରକୃତ ବନ୍ଧୁର ଭୂମିକା ସ୍ବତନ୍ତ୍ର । ଯିଏ କାନ୍ଦିଲେ ମନ କଥା ବୁଝିପାରେ, ହସିବା ପାଇଁ ନିଜ ଖୁସିକୁ ବଳିଦାନ ଦେଇପାରେ ସେ ହେଉଛି ପ୍ରକୃତ ବନ୍ଧୁ । ସମାଜ ବିରୋଧରେ ଯାଇ ଆପଣଙ୍କୁ ସମର୍ଥନ କରେ, ତାକୁ ଆପଣ ପ୍ରକୃତ ବନ୍ଧୁ ବୋଲି କହିପାରିବେ । ସ୍ନେହ ପ୍ରେମ, ହସ, ଖୁସି ମଧ୍ୟରେ ରାଗ, ମାନ, ଅଭିମାନ ସବୁ କିଛି ରହିଥାଏ । ବନ୍ଧୁତା ଏମିତି ଏକ ସମ୍ପର୍କ, ଯାହା ବିନା ଜୀବନ ଅଧୁରା । ଆଖିର ଲୁହରେ ଖୁସିରେ ମୋତିରେ ପରିଣତ କରିବାର ସାମର୍ଥ୍ୟ ଥାଏ ବନ୍ଧୁ ପାଖରେ । ସ୍ବର୍ଗୀୟ ଅନୁଭବର ସ୍ଥାନ କେବଳ ବନ୍ଧୁର । ବନ୍ଧୁ ବିନା ଜୀବନର ପରିକଳ୍ପନା କଷ୍ଟକର ଅଟେ । ଗୋଟିଏ ସର୍ବୋତ୍ତମ ପୁସ୍ତକ ଶହେ ଭଲ ସାଙ୍ଗ ସହିତ ସମାନ, ଜଣେ ଭଲ ବନ୍ଧୁ ଲାଇବ୍ରେରୀ ସହିତ ସମାନ । ସାଙ୍ଗ ନିସ୍ବାର୍ଥପର ଭଲପାଇପାର ଏକ ଅଭୁଲ ଠିକଣା ।
ଯଦି କହିବା ସବୁଦିନ ସାଙ୍ଗ ପାଇଁ ହୋଇଥାଏ । କିନ୍ତୁ ଆଜିର ଦିନ ସ୍ବତନ୍ତ୍ର ହୋଇଥାଏ । ଆଜି ହେଉଛି ଜାତୀୟ ବନ୍ଧୁତା ଦିବସ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତା ଦିବସ ଭାବେ ପାଳନ କରାଯାଇଥାଏ । ଜୀବନରେ ବନ୍ଧୁର ଭୂମିକା ତଥା ବନ୍ଧୁତ୍ବର ମହତ୍ତ୍ବକୁ ଉପଲବ୍ଧି କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ଏହି ଦିନ ଜଣେ ଆଉ ଜଣେ ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ସହ, ଗିଫ୍ଟ, ଫୁଲ ତୋଡା, ଗିଫ୍ଟ କାର୍ଡ ଦେବା ସହ ବିଭିନ୍ନ ସ୍ଥାନରେ ପାର୍ଟି କରିଥାନ୍ତି । ସ୍କୁଲରେ ପଢୁଥିବା ସାଙ୍ଗମାନେ ଚକୋଲେଟ, ପେନ ଦେଇ ସ୍ମୃତି ସାଉଁଟୁଥିବା ବେଳେ କଲେଜରେ ପଢୁଥିବା ବ୍ୟକ୍ତି ଗିଫ୍ଟ, ଗୋଲାପ ଦେଇ ସାଙ୍ଗକୁ ଖୁସି କରିବେ । ଜଣେ ସାଙ୍ଗର ଖୁସିର କାରଣ କଣ ତାହା ଜଣେ ଉତ୍ତମ ବନ୍ଧୁ ହିଁ ବୁଝିପାରେ । ଜୀବନରେ ଅନେକ ସାଙ୍ଗ ଥାଆନ୍ତି କିନ୍ତୁ ଜୀବନର ପରିଭାଷାକୁ ବୁଝୁଥିବା ସାଥି ଜଣେ ହିଁ ଥାଏ । ଆଜିକାଲିର ଆଧୁନିକତାର ଛାପରେ ସ୍ବତନ୍ତ୍ର ଦିନର ସେଲିବ୍ରେସନରେ ପରିବର୍ତ୍ତନ ହେଉଛି । ପାର୍ଟି, ମେସେଜ, ଫ୍ରେଣ୍ଡସିପ୍ ବ୍ୟାଣ୍ଡ୍ ବାନ୍ଧି ପାଳନ କରାଯାଉଛି । ଦୂରରେ ରହିଥିବା ସାଙ୍ଗକୁ ନିଜର ବୋଲି ଅନୁଭବ କରିବା ପାଇଁ ଆପଣ ସୋସିଆଲ ମିଡିଆରେ ମେସେଜ କରି ମଧ୍ୟ ପ୍ରକୃତ ବନ୍ଧୁତାର ପରିଚୟ ଦେଇପାରିବେ । 'ଦିଲ କା ରିସ୍ତା ହେ ୟେ ଦୋସ୍ତି, ହମ କଭି ନେହିଁ ତୋଡେଙ୍ଗେ ।' ଏହି ଗୋଟିଏ ଧାଡି ହିଁ ସ୍ବର୍ଗୀୟ ଅନୁଭବ ଦେଇଥାଏ।