ଓଡିଶା

odisha

ETV Bharat / sukhibhava

Bathing In Summer: ଖରାଦିନେ ବାରମ୍ବାର ସ୍ନାନ କରିବା ଅଭ୍ୟାସ ଅଛି କି ? - ବରମ୍ବାର ସ୍ନାନ ଦ୍ବାରା କ୍ଷତି

ଖରାଦିନେ ବାରମ୍ବାର ସ୍ନାନ କରିବାର ଅଭ୍ୟାସ ରହିଛି କି ? ଶରୀରକୁ ଥଣ୍ଡା ପ୍ରଦାନ କରୁଥିଲେ ହେଁ ହୋଇପାରେ ସମସ୍ୟା । ଅଧିକ ପଢନ୍ତୁ

Bathing In Summer
Bathing In Summer

By

Published : Jun 19, 2023, 11:00 AM IST

ହାଇଦ୍ରାବାଦ:ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । କିଛି ସ୍ଥାନରେ ପାରଦ 45 ଡିଗ୍ରୀ ଟପିଲାଣି । ଲୋକେ ଖରାକୁ ନେଇ ତ୍ରାହି ତ୍ରାହି ଡାକୁଛନ୍ତି । ଏଭଳି ପରିସ୍ଥିତିରେ ଧନୀକ ଶ୍ରେଣୀର ଲୋକେ ଏସି ଏବଂ କୁଲର ଉପରେ ନିର୍ଭର କରୁଥିବା ବେଳେ ଆଉ କେତେକ ଗରୀବ ଶ୍ରେଣୀର ଲୋକେ ବାରମ୍ବାର ଗାଧୋଇ ଶରୀରକୁ ଥଣ୍ଡା କରିଥାଆନ୍ତି ।

ଗ୍ରୀଷ୍ମ ଋତୁରେ ବାରମ୍ବାର ଗାଧୋଇବା ବା ସ୍ନାନ କରିବା ଦ୍ୱାରା ଅନେକ ଆରାମ ମିଳିଥାଏ ବୋଲି କହିବା ଭୁଲ୍ ହେବ ନାହିଁ । ସ୍ନାନ କରିବା ଦ୍ବାରା କିଛି ସମୟ ପାଇଁ ବି ହେଉ ଶାନ୍ତି ମିଳିଥାଏ । ଏପରି ପରିସ୍ଥିତିରେ ଲୋକମାନେ ଶୋଇବା ପୂର୍ବରୁ ଅପରାହ୍ନ, ସନ୍ଧ୍ୟା, ମଧ୍ୟରାତ୍ରିରେ ଗାଧୋଇବାକୁ ପସନ୍ଦ କରନ୍ତି । ତେବେ ଏହି ଅଭ୍ୟାସ ଶରୀର ପାଇଁ କ୍ଷତିକାରକ ବୋଲି ଆପଣ ଜାଣିଛନ୍ତି କି ? ଏହା ଦ୍ବାରା ଶରୀରକୁ ଆରାମ ମିଳୁଥିଲେ ହେଁ ଅନେକ ପ୍ରକାର କ୍ଷତି ପହଞ୍ଚାଇଥାଏ ।

ବାରମ୍ବାର ସ୍ନାନ କରିବା ଦ୍ବାରା ହୋଇପାରେ କ୍ଷତି:

1.ଯଦି ଆପଣ ଗ୍ରୀଷ୍ମ ଋତୁରେ ବାରମ୍ବାର ସ୍ନାନ କରୁଛନ୍ତି, ତେବେ ଏହା ଚର୍ମ ସମସ୍ୟା ସୃଷ୍ଟି କରିପାରେ । ଚର୍ମରେ ରହିଥିବା ପ୍ରାକୃତିକ ତେଲ ଅଂଶ କ୍ଷୟ ହୋଇଥାଏ । ଏହି କାରଣରୁ, ଚର୍ମରେ କୁଣ୍ଡେଇ ହେବା, ଜଳିବା, ଶୁଷ୍କତା ଭଳି ସମସ୍ୟା ହୋଇପାରେ ।

2. ଚର୍ମକୁ ସୁସ୍ଥ ରଖିବା ପାଇଁ ଆମ ଚର୍ମରେ କିଛି ଭଲ ଜୀବାଣୁ ଉପସ୍ଥିତ ରହିଛି। ଏପରି ପରିସ୍ଥିତିରେ, ଯଦି ବାରମ୍ବାର ସ୍ନାନ କରିଯାଏ, ତେବେ ଏହି ଭଲ ଜୀବାଣୁ ଗୁଡିକ ମରିଯାଇ ଥାଆନ୍ତି । ଭଳରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ।

3. ବାରମ୍ବାର ସ୍ନାନ କରିବା ଦ୍ୱାରା ଚର୍ମର ବେରିୟର ନଷ୍ଟ ହୋଇପାରେ, ଯେଉଁ କାରଣରୁ ବ୍ୟାକ୍ଟେରିଆ ବଢିବା ଆରମ୍ଭ କରିପାରେ । ଏହି କାରଣରୁ, ଶୀଘ୍ର ଚର୍ମ ସଂକ୍ରମଣ ହୋଇଥାଏ ।

4. ବାରମ୍ବାର ସ୍ନାନ କରିବା ଦ୍ବାରା କେଶ ମଧ୍ୟ ଦୁର୍ବଳ ହୋଇପାରେ । କେଶର ପ୍ରାକୃତିକ ତେଲ ଦୂର ହୋଇପାରେ ଏବଂ କେଶରେ ଶୁଷ୍କତା ବୃଦ୍ଧି ପାଇପାରେ ।

5. ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ଯଦି ସେମାନେ ଗ୍ରୀଷ୍ମ ଋତୁରେ ବାରମ୍ବାର ସ୍ନାନ କରନ୍ତି, ତେବେ ସେମାନେ ଅସୁସ୍ଥ ହୋଇପାରନ୍ତି । ଜ୍ୱର ଏବଂ ଥଣ୍ଡା ହେବାର ଆଶଙ୍କା ମଧ୍ୟ ରହିପାରେ । ଏପରି ପରିସ୍ଥିତିରେ ବାରମ୍ବାର ଗାଧୋଇବାକୁ ଏଡାଇବା ଉଚିତ୍।

6. ଅନ୍ୟ ପଟେ, କିଛି ଲୋକ ଆଣ୍ଟିବ୍ୟାକ୍ଟେରିଆଲ୍ ସାବୁନ୍ ସହିତ ସ୍ନାନ କରନ୍ତି, ଏପରି ପରିସ୍ଥିତିରେ, ସେମାନେ ଅନୁଭବ କରନ୍ତି ନାହିଁ ଯେ ଏହି ସାବୁନ୍ ଖରାପ ବ୍ୟାକ୍ଟେରିଆ ସହିତ ଭଲ ବ୍ୟାକ୍ଟେରିଆ ମଧ୍ୟ ନଷ୍ଟ କରିଥାଏ, ଯାହା ଚର୍ମରେ କ୍ଷତି ଘଟାଇପାରେ ।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ପଦ୍ଧତି ଏବଂ ପରାମର୍ଶଗୁଡିକ ଅନୁସରଣ କରିବା ପୂର୍ବରୁ, ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ

ABOUT THE AUTHOR

...view details