ନୂଆଦିଲ୍ଲୀ: ଅଧିକାଂଶ ଲୋକେ ହେୟାର ୱାକ୍ସ(wax) କରିବେ କି ସେଭ୍(shave) କରିବେ ତାକୁ ନେଇ ଦ୍ବନ୍ଦ୍ବରେ ପଡିଥାନ୍ତି, ବେଳେ ବେଳେ ଏହି ନିଷ୍ପତ୍ତି ଆହ୍ବାନପୂର୍ଣ୍ଣ ହୋଇଯାଏ । କାରଣ ଏହି ଛୋଟିଆ ନିଷ୍ପତ୍ତି ଏକ ବଡ ପ୍ରଭାବ ପକାଇପାରେ । ନିମ୍ନରେ ଚାରୋଟି ନିର୍ଦ୍ଦିଷ୍ଟ କାରଣ ବାବଦରେ ଆଲୋଚନା କରାଯାଇଛି, ଯାହା ହେୟାର୍ ସେଭିଂ କରିବା ପରିବର୍ତ୍ତେ ୱାସିଂ କରିବା ଉଚିତ ବୋଲି ଦର୍ଶାଇଛି, ଜାଣନ୍ତୁ ସେଗୁଡିକ କ'ଣ...
Waxing Is Better Than Shaving ! ସେଭିଂ ତୁଳନାରେ ୱାକ୍ସିଂ ଲାଭଦାୟକ, ଜାଣନ୍ତୁ କେମିତି ସ୍ମୁଥ୍ ଏବଂ ଲଙ୍ଗ ଲାଷ୍ଟିଂ ରେଜଲ୍ଟ:-
ସେଭିଂ କରିବା ପରେ ଆପଣଙ୍କୁ ମାତ୍ର କିଛିଦିନ ପାଇଁ ସ୍ମୁଥ୍ ଲାଗିଥାଏ, ମାତ୍ର ୱାକ୍ସିଂରେ ଆପଣଙ୍କୁ ଅତି କମରେ ତିନି ସପ୍ତାହ ପର୍ଯ୍ୟନ୍ତ ଛୋଟ ଶିଶୁଙ୍କ ଚର୍ମ ପରି ସ୍ମୁଥ୍ ଲାଗିବ । ୱାକ୍ସିଂ ପରେ, ଆପଣଙ୍କ ତ୍ୱଚା ଅନେକ ସପ୍ତାହ ପର୍ଯ୍ୟନ୍ତ ଚିକ୍କଣ ଏବଂ ସ୍ମୁଥ୍ ହୋଇ ରହିଥାଏ, କାରଣ ୱାକ୍ସିଂ ପରେ କେଶ ମୂଳରୁ ପୁନର୍ବାର ତିଆରି ହେବାକୁ ସମୟ ଲାଗିଥାଏ ।
କାଟିବାର ନାହିଁ କି କୁଞ୍ଚନ ହେବାର ନାହିଁ:-
ସେଭିଂ କରିବା ଦ୍ବାରା ଚର୍ମରେ କ୍ଷତ ହୋଇଯାଇପାରେ । ଯଦି ସେଭିଂ ସମୟରେ ଆପଣ ଚର୍ମକୁ କାଟି ଦେଉଛନ୍ତି କିମ୍ବା ଗୋଟିଏ ରେଜରକୁ ବାରମ୍ବାର ବ୍ୟବହାର କରୁଛନ୍ତି, ତେବେ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ । ଏହା ତୁଳନାରେ ୱାକ୍ସିଂ ଉତ୍କୃଷ୍ଟ ଫଳାଫଳ ଦେଇଥାଏ ।
ୱାକ୍ସିଂରେ କଳାଦାଗ ମଧ୍ୟ ଦୂର ହୋଇଥାଏ:-
ୱାକ୍ସିଂ କରିବାର ଏକ ଅତିରିକ୍ତ ସୁବିଧା ହେଉଛି ଏହା ମୃତ ଚର୍ମ କୋଷକୁ ସଫା କରିବାରେ ସାହାଯ୍ୟ କରେ । ମୃତ ଚର୍ମ କୋଷଗୁଡିକ ଅପସାରିତ ହେବାପରେ ଚର୍ମ କୋମଳ ହେବା ସହ ଚିକ୍କଣ ଦେଖାଯାଇଥାଏ । ଆପଣ ଚାହିଁଲେ ୱାକ୍ସିଂ କରିବାର କିଛି ଦିନ ପୂର୍ବରୁ ଏକ୍ସଫୋଲିଏଟ୍ ମଧ୍ୟ କରିପାରିବେ । ଇନଗ୍ରାଉନ୍ କେଶ(ଯେଉଁ କେଶ ଇନଫେକ୍ସନ କରିଥାଏ)କୁ ରୋକିବା ପାଇଁ, ୱାକ୍ସିଂ ହେବାର କିଛି ଦିନ ପୂର୍ବରୁ ଆପଣଙ୍କ ତ୍ୱଚାକୁ ଏକ୍ସଫୋଲିଏଟ କରନ୍ତୁ । ସେଭିଂ କରିବା ପରେ, କିଛି ଲୋକ ଦେଖନ୍ତି ଯେ ସେମାନଙ୍କର ଚର୍ମ କଳା ଦେଖାଯାଉଛି, କିନ୍ତୁ ୱାକ୍ସିଂ ପରେ ଏପରି ଦେଖାଯାଏ ନାହିଁ । ତ୍ୱଚାକୁ ଏକ୍ସଫୋଲିଏଟ୍ କରିବା ସହ, ୱାକ୍ସିଂ କରିବା ଦ୍ବାରା ହାଇପର ପିଗମେଣ୍ଟେସନ୍ ରୋକିବା ସହଜ ହୋଇଥାଏ ।
ପତଳା କେଶର ପୁନଃବୃଦ୍ଧି:-
ଯଦି ଆପଣ ନିୟମିତ ୱାକ୍ସିଂ କରୁଛନ୍ତି, ତେବେ ଆପଣଙ୍କ କେଶ ଧିରେ ଧିରେ ବୃଦ୍ଧି ପାଇଥାଏ, ଯାହାଦ୍ବାରା କେଶ ଏତେ ଘନ ହୋଇନଥାଏ । କିନ୍ତୁ ସେଭିଂ କରିବା ଦ୍ବାରା କେଶ ଅଧିକ ଘନ ଓ ମୋଟା ହୋଇଥାଏ ।