ହାଇଦ୍ରାବାଦ: ଆର୍ଥ୍ରାଇଟିସ୍ ବା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଏକ ସାଧାରଣ ଅବସ୍ଥା ଯାହା ଗଣ୍ଠିରେ ଯନ୍ତ୍ରଣା ଏବଂ ପ୍ରଦାହ ସୃଷ୍ଟି କରେ । ଏହି ରୋଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଉପଶମ ନଥିବାବେଳେ ଖାଦ୍ୟରେ ପରିବର୍ତ୍ତନ ଆଣିପାରିଲେ ଯନ୍ତ୍ରଣା ଏବଂ ପ୍ରଦାହକୁ ଅନେକାଂଶରେ ପ୍ରତିହତ କରାଯାଇ ପାରିବ । ଏହି ଆର୍ଟିକଲରେ ସେହିପରି କେତେକ ଉପଶମକାରୀ ଖାଦ୍ୟ ବାବଦରେ ବର୍ଣ୍ଣନା କରାଯାଇଛି, ଯାହା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଏବଂ ପ୍ରଦାହକୁ ରୋକିପାରିବ(Foods to help reduce arthritis pain and inflammation)...
ମାଛ(FISH): ଓମେଗା-3 ଫ୍ୟାଟି ଏସିଡ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଥିବା ମାଛ ଖାଇବା ଉଚିତ୍ । ନିୟମିତ ଏହି ମାଛ ଖାଇବା ଦ୍ୱାରା ରିମାଟଏଡ୍ ଆର୍ଥ୍ରାଇଟିସ୍ ରୋଗୀଙ୍କ ଗଣ୍ଠି ଯନ୍ତ୍ରଣା ଏବଂ ଫୁଲା କମିଯାଏ । ସବୁଠୁ ଲାଭଦାୟକ ମାଛଗୁଡିକ ହେଉଛି.. ସାଲମୋନ, ମାକେର୍, ଏବଂ ସାର୍ଡିନ୍ ।
ଫଳ ଏବଂ ପନିପରିବା(Fruits and vegetables): ଫଳ ଏବଂ ପନିପରିବାରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ, ଯାହା ଶରୀରରେ ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି ପନିପରିବା ମଧ୍ୟରେ ସବୁଜ ପତ୍ର ଥିବା ପରିବା, ଯେପରିକି ପାଳଙ୍ଗ, ବ୍ରୋକଲି ଖାଇବା ଉଚିତ୍ । ସେହିପରି ବେରି, ଟମାଟୋ ଏବଂ କ୍ୟାପ୍ସିକମ୍ ମଧ୍ୟ ଗ୍ରହଣ କରିପାରିବେ ।