ହାଇଦ୍ରାବାଦ:ପୁଷ୍ଟିଯୁକ୍ତ ଖାଦ୍ୟ ସର୍ବଦା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ । ଏହା ଓଜନ ନିୟନ୍ତ୍ରଣ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଏଥିସହିତ ଏହା ସୁସ୍ଥ, ଉତ୍ତମ ତ୍ବଚା ଏବଂ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାବ୍ୟତୀତ ଚର୍ମକୁ ନରମ ଓ ଚିକ୍କଣ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଲୋକମାନେ ସାଧାରଣତଃ ଶୀତ ଋତୁରେ ଶୁଷ୍କ ଚର୍ମର ସମସ୍ୟାକୁ ଅଧିକ ସାମନା କରିଥାନ୍ତି । ଏହାକୁ ପୋଷଣଯୁକ୍ତ, ଚିକ୍କଣ ଓ ଜୀବନ୍ତ ରଖିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସୁସ୍ଥ ତ୍ବଚା ପାଇଁ କେଉଁ ସବୁ ଖାଦ୍ୟ ଆବଶ୍ୟକ ହୋଇଥାଏ ।
ପାଣି(WATER):-
ଆମର ଦୈନନ୍ଦିନ ଖାଦ୍ୟରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ । ଜଳ ଆମ ଶରୀର ଏବଂ ଚର୍ମକୁ ଜଳାଭାବ ସମସ୍ୟାରୁ ରକ୍ଷା କରିଥାଏ । ପର୍ଯ୍ୟାପ୍ତ ପରିମାଣର ଜଳ ପିଇବା ଦ୍ବାରା ତ୍ବଚା ଚିକ୍କଣ ଏବଂ ନରମ ହୋଇଥାଏ । ଯଦି ଏହାର ବିପରୀତ କାର୍ଯ୍ୟ କରାଯାଏ, ତେବେ ଏହା ଶୁଷ୍କତା, ଜମାଟ ବାନ୍ଧିବା, ଚର୍ମରେ କୁଞ୍ଚନ ଏବଂ ଦାଗର କାରଣ ହୋଇପାରେ । କମ୍ ପାଣି ପିଇବା ଦ୍ବାରା ଆପଣ ଡିହାଇଡ୍ରେଡ୍ ହୋଇଯାଆନ୍ତି ଯାହାଦ୍ବାରା ଥକ୍କାପଣ ସହିତ କମ ବୟସରେ ଆପଣ ବୃଦ୍ଧ ଦେଖାଯାଇଥାନ୍ତି ।
ଫ୍ୟାଟି ଏସିଡ୍ସ(Fatty Acids):-
ୱାଲନଟ୍, ଫ୍ଲାକ୍ସ ମଞ୍ଜି ଏବଂ ସୋଲମାନ ଓ ମାକେରେଲ(Salmon and Mackerel) ପରି ମାଛରେ ମିଳୁଥିବା ଫ୍ୟାଟି ଏସିଡ୍ ଓମେଗା -3 ଚର୍ମକୁ ପୁଷ୍ଟିକର ରଖିବାରେ ସାହାଯ୍ୟ କରେ । ଏହା ଚର୍ମର ପ୍ରାକୃତିକ ତେଲ ପ୍ରତିବନ୍ଧକ ଉତ୍ପାଦନକୁ ତ୍ବରାନ୍ବିତ କରିଥାଏ, ଯାହା ତ୍ବଚାକୁ ହାଇଡ୍ରେଟ୍ ରଖିବାରେ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ।
ଗାଜର(Carrots):-
ଗାଜରରେ ବିଟା-କାରୋଟିନ୍ ଏବଂ ଲାଇକୋପିନ୍ ଭରପୂର ରହିଥାଏ । ଯାହା ଚର୍ମକୁ UV ରଶ୍ମିର କ୍ଷତିରୁ ରକ୍ଷା କରିଥାଏ । ଯଦିଓ ଶୀତଦିନେ ସୂର୍ଯ୍ୟ ଅତ୍ୟଧିକ ଉଜ୍ଜ୍ବଳ ନୁହେଁ, UV ରଶ୍ମି ଆମ ଚାରିପାଖରେ ଉପସ୍ଥିତ । ଗାଜରରେ ଭିଟାମିନ୍ ଏ, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ସହିତ ପ୍ୟାକ୍ କରାଯାଇଥାଏ ଯାହା ଶୁଷ୍କ ଚର୍ମ ଏବଂ ଅସମାନ ଚର୍ମର ସମସ୍ୟାକୁ ରକ୍ଷା କରିଥାଏ ।
ଖଟା ଫଳ(Citrus fruits):-
ଶୀତ ହେଉଛି ସେହି ସମୟ ଯେତେବେଳେ ସତେଜ ରସଯୁକ୍ତ ଏବଂ ସତେଜ ସାଇଟ୍ରସ୍ ଫଳ ଯେପରିକି କମଳା, ଟାଙ୍ଗେରାଇନ୍(tangerine), ଅଙ୍ଗୁର ପ୍ରଚୁର ପରିମାଣରେ ଉପଲବ୍ଧ ହୋଇଥାଏ । ଏହି ଭିଟାମିନ୍ ସି ରେ ଭରପୂର ଫଳଗୁଡିକ ଶୀତଦିନ ପାଇଁ ସୁପରଫୁଡ୍ ହୋଇଥାନ୍ତି । ଏହି ଫଳଗୁଡ଼ିକରୁ ମିଳୁଥିବା ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବା ସହିତ ଶରୀରରେ ଜଳର ମାତ୍ରାକୁ ଅଧିକ ରଖିଥାଏ ଏବଂ ଫାଇବର ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।
ସାଇଟ୍ରସ ଫ୍ରୁଟ୍ସ(Citrus fruits) କନ୍ଦମୂଳ(Sweet Potatoes):-
ଶୀତ ଋତୁରେ କନ୍ଦମୂଳ ସ୍ବାସ୍ଥ୍ୟ ପାଇଁ ବେଶ ଉପଯୋଗୀ ହୋଇଥାଏ । କନ୍ଦମୂଳ ଫାଇବରରେ ଭରପୂର ହୋଇଥିବା ବେଳେ ପେଟକୁ ଅଧିକ ସମୟ ପୂର୍ଣ୍ଣ ରଖେ । ଏଥିରେ ଥିବା ଉଚ୍ଚ ସ୍ତରର ବିଟା-କାରୋଟିନ୍ କେବଳ ଚର୍ମକୁ ପୋଷଣ କରେ ନାହିଁ ବରଂ ଏହା ଭିତରୁ ଚମକାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏବଂ ଶରୀରକୁ ସାମାନ୍ୟ ରୋଗରୁ ରକ୍ଷା କରିବାରେ ଏହା ସହାୟକ ହୋଇଥାଏ ।
ପାଣିପାଗର ପରିବର୍ତ୍ତନ ଖାଦ୍ୟରେ ପରିବର୍ତ୍ତନ ଆବଶ୍ୟକ କରେ । କୋଭିଡ୍ କେସ୍ ପୁନର୍ବାର ବୃଦ୍ଧି ପାଇବା ସହିତ ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ପୁଣି ୱାର୍କ ଫ୍ରମ ହୋମ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଭଳି କ୍ଷେତ୍ରରେ କମ୍ ଶାରୀରିକ କାର୍ଯ୍ୟକଳାପ ହୋଇଥାଏ । ଯାହାକି ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟା, ଓଜନ ବୃଦ୍ଧି, ଭିଟାମିନ୍ ଡି ଅଭାବ, କୋଷ୍ଠକାଠିନ୍ୟ ଭଳି ସାଧାରଣ ସମସ୍ୟା ସୃଷ୍ଟି କରିଥାଏ । ଶୀତଦିନରେ ଶୁଖିଲା ଚର୍ମ ଏବଂ କେଶ ଝଡ଼ିବା ମଧ୍ୟ ଚିନ୍ତାର କାରଣ ପାଲଟିଯାଏ । ପୁଷ୍ଟିକର ଖାଦ୍ୟ ସହିତ ଆପଣଙ୍କ ଖାଦ୍ୟକୁ ସମୃଦ୍ଧ କରିବା ଏହି ସମସ୍ତ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରି । ଏହି ଖାଦ୍ୟ ଖାଇଲେ ଆପଣଙ୍କ ଚର୍ମ ଉତ୍ତମ ରହିବା ସହିତ ଏହା ଶରୀରର ସାମଗ୍ରିକ ସ୍ବାସ୍ଥ୍ୟ ସୁସ୍ଥ ରହିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ