ହାଇଦ୍ରାବାଦ: ଘନ କେଶ ସମସ୍ତଙ୍କ ପସନ୍ଦ ହୋଇଥାଏ । ଯୁବପିଢି ହୁଅନ୍ତୁ ଅବା ବୟସ୍କ ସମସ୍ତେ ଆକର୍ଷଣୀୟ କେଶ ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ ଆଜିକା ସମୟରେ କେଶ ଝଡିବା ଏକ ମୁଖ୍ୟ ସମସ୍ୟା ପାଲଟିଛି । ମହିଳା, ପୁରୁଷ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଲୋକେ ଜଳବାୟୁର ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ଭାବିଥାଆନ୍ତି କିନ୍ତୁ ଭିଟାମିନର ଅଭାବ ଯୋଗୁଁ ମଧ୍ୟ କେଶ ଝଡିଥାଏ । ତେବେ ଭିଟାମିନ ଡି'ର ଅଭାବରୁ କେଶ ଦୁର୍ବଳ ହେବା ସହ ଝଡିଥାଏ । କେରାଟିନୋସାଇଟ୍, ସ୍କିନ୍ ସେଲ୍ସ୍ ଯାହା କୋରାଟିନ ତିଆରି କରିବା ସହ ବାଳକୁ ମଧ୍ୟ ଶକ୍ତ ରହିଥାଏ । ଭିଟାମିନ ଡି'ର ଅଭାବ ସହ ହେୟାର ଫଲିକ୍ଲ ସଂକୋଚନ ହେବା ଯୋଗୁଁ କେଶ ଉଠିବାରେ ମଧ୍ୟ ସମସ୍ୟା ହୋଇଥାଏ । ତେଣୁ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା କେଶ ବୃଦ୍ଧି ହୋଇଥାଏ । ଏଥିସହ କିଛି ଘରୋଇ ଉପଚାର ଦ୍ବାରା ମଧ୍ୟ ଆପଣ ହେୟାର ଫଲ୍କୁ କମ କରିପାରିବେ।
କେଶ ଝଡିବାକୁ ରୋକିବା ପାଇଁ ଘୋରୋଇ ଉପଚାର:
ନଡିଆ ତେଲ:ନଡିଆ ତେଲ ଆପଣଙ୍କ କେଶର ଗଭୀରରେ ପହଞ୍ଚିବା ସହ ପ୍ରୋଟିନ୍ କ୍ଷୟକୁ ରୋକିପାରେ । ଏହାସହ କେଶକୁ ଶକ୍ତ ରଖିବା ସହ ଝଡିବାକୁ ରୋକିଥାଏ । ଆପଣ ନଡିଆ ତେଲକୁ ଭୃର୍ସୁଙ୍ଗ ପତ୍ର, ମେଥି, ପିଆଜ, କଳାଜିରା, ମନ୍ଦାର ଫୁଲ ଇତ୍ୟାଦି ମିଶାଇ ଲଗାଇପାରିବେ।
ଆଲୋଭେରା ଏବଂ ମେଥି: ମେଥି ମଞ୍ଜିରେ ପ୍ରୋଟିନ ଥାଏ ଯାହା କେଶ ଶୁଷ୍କତାକୁ ହଟାଇବାରେ ସାହାଯ୍ୟ କରିବା ସହ କେଶ ଝଡିବାରୁ ରୋକିଥାଏ । ଏକ ବଡ଼ ଚାମଚ ମେଥି ଦାନାକୁ ଗରମ ପାଣିରେ ଭିଜାନ୍ତୁ । ଏକ ଘଣ୍ଟାପରେ 2 ଚାମଚ ଆଲୋଭେରା ଜେଲକୁ ନେଇ ନେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହି ପେଷ୍ଟକୁ କେଶରେ ଲଗାନ୍ତୁ 30 ମିନିଟ ପରେ ଧୋଇ ଦିଅନ୍ତୁ ।