ଓଡିଶା

odisha

Health Tips For Summer: ଖରାଦିନରେ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

By

Published : Mar 2, 2023, 9:41 PM IST

ଖରା ଦିନ ନଆସୁଣୁ ଅଧିକାଂଶ ସହରରେ ବଢିଲାଣି ଉତ୍ତାପ । ଏଥର ଗ୍ରୀଷ୍ମ ପ୍ରବାହ ସର୍ବାଧିକ ରହିପାରେ ବୋଲି ଆକଳନ କରାଯାଉଛି । ଏହି ସମୟରେ କିପରି ସ୍ବାସ୍ଥ୍ୟର ଯତ୍ନ ନେବେ, ଜାଣନ୍ତୁ...

Beach camping
Beach camping

ହାଇଦ୍ରାବାଦ: ଏଥର ସମଗ୍ର ଦେଶରେ ଗ୍ରୀଷ୍ମ ପ୍ରବାହ ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି । କାରଣ ଗ୍ରୀଷ୍ମଋତୁ ନଆସୁଣୁ ଅଧିକାଂଶ ରାଜ୍ୟରେ ଉତ୍ତପ୍ତ ହେଲାଣି ସହର । ଏହି ସମୟରେ କେବଳ ଡିହାଇଡ୍ରେସନ୍ ସମସ୍ୟା ନୁହେଁ ଚର୍ମରେ ଦାଗ, ଜ୍ୱର, ଏବଂ ଫୁଡ୍ ପଏଜନ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ । ଉତ୍ତାପକୁ ମୁକାବିଲା କରି ଫିଟ୍ ରହିବା ପାଇଁ ସ୍ବାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି । କେମିତି ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟର ଯତ୍ନ ନେବେ, ଜାଣନ୍ତୁ...

ପ୍ରଚୁର ପାଣି ପିଅନ୍ତୁ: ଏହି ସମୟରେ ଝାଳ ବୋହିବା କାରଣରୁ ଶରୀର ଡିହାଇଡ୍ରେଟ୍(ଶୁଷ୍କ) ହୋଇପାରେ, ଫଳସ୍ୱରୂପ ଜ୍ୱର ଏବଂ ଥଣ୍ଡା ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ । ଶରୀରକୁ ହାଇଡ୍ରେଟ୍(ଜଳୀୟ ଅଂଶ) ବଜାୟ ରଖିବା ପାଇଁ ପ୍ରତିଦିନ ଅତି କମରେ 2 ରୁ 3 ଲିଟର ପାଣି ପିଅନ୍ତୁ ।

ସତର୍କତା ଅବଲମ୍ବନ କରନ୍ତୁ: ଗ୍ରୀଷ୍ମ ମାସରେ ବୟସ୍କମାନେ ସମ୍ମୁଖୀନ ହେଉଥିବା ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ସନ୍ ଷ୍ଟ୍ରୋକ୍ (ଅଂଶୁଘାତ) । ବୟସ୍କମାନଙ୍କୁ ଅଧିକ ଷ୍ଟ୍ରୋକ୍ ହେବାର ମୁଖ୍ୟ କାରଣ ସେମାନଙ୍କ ଶରୀର ଋତୁ ପରିବର୍ତ୍ତନ ସହିତ ଶୀଘ୍ର ଖାପ ଖାଇପାରେ ନାହିଁ । ଅଧିକ ଜ୍ୱର, ବାନ୍ତି, ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ହେଉଛି ଷ୍ଟ୍ରୋକର ସାଧାରଣ ଲକ୍ଷଣ । ଏହି ସବୁ ଲକ୍ଷଣ ଗ୍ରୀଷ୍ମଦିନରେ ଅଧିକ ଦେଖାଯାଏ ।

ହାଲୁକା ଏବଂ ସୁହାଇଲା ଭଳି ପୋଷାକ ପିନ୍ଧନ୍ତୁ: ଗ୍ରୀଷ୍ମଋତୁରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି କି ହାଲୁକା ଏବଂ ସୁହାଇଲା ଭଳି ପୋଷାକ ପିନ୍ଧିବା, ଯାହାଦ୍ବାରା ନିଶ୍ବାସ-ପ୍ରଶ୍ବାସ ନେବାରେ ସହଜ ହୋଇଥାଏ । ଏହା ଦ୍ବାରା ଶରୀରର ଉତ୍ତାପ ବାଲାନ୍ସ(ସନ୍ତୁଳିତ) ରହିଥାଏ । ଏହି ସମୟରେ ପ୍ରାକୃତିକ କପଡା, ଯେପରିକି କଟନ ଏବଂ ଲାଇନେନ କପଡା ପୋଷାକ ପିନ୍ଧନ୍ତୁ ।

ସ୍ବାସ୍ଥ୍ୟକର ଏବଂ ହାଲୁକା ଖାଦ୍ୟ ଖାଆନ୍ତୁ: ଅଳ୍ପ ଏବଂ ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ଖାଦ୍ୟ ଖାଆନ୍ତୁ । କାର୍ବୋହାଇଡ୍ରେଟ ଏବଂ ଫ୍ୟାଟ୍ ଥିବା ଖାଦ୍ୟ ଅତ୍ୟଧିକ ଖାଇବା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇପାରେ । ଅଧିକ ଜଳୀୟ ଅଂଶ ଥିବା ପରିବା ଏବଂ ଫଳ ଯେପରିକି ଟମାଟୋ, ତରଭୁଜ, କମଳା ଇତ୍ୟାଦି ଖାଆନ୍ତୁ ।

ଆଖିକୁ ସୁରକ୍ଷା ଦିଅନ୍ତୁ:ଆଖିର ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହୁଅନ୍ତୁ । ୯୯ ପ୍ରତିଶତ ଅଲ୍‌ଟ୍ରା ଭାଓଲେଟ ରଶ୍ମି ଥିବା ସନ୍‌ଗ୍ଲାସ ବ୍ୟବହାର କରନ୍ତୁ ।

ଆଲକହଲ ଏବଂ କଫିନ ଠାରୁ ଦୂରେଇ ରହନ୍ତୁ: ଆଲକହଲ, ଫିଜି ଡ୍ରିଙ୍କ୍ସ ଏବଂ ସମସ୍ତ କଫି ଜାତୀୟ ଖାଦ୍ୟ ଶୀଘ୍ର ଶୁଷ୍କ କରିପାରେ । ତେଣୁ ଯେତେ ସମ୍ଭବ ଏସବୁ ପାନୀୟରୁ ନିଜକୁ ଦୂରେଇ ରଖନ୍ତୁ । ଏକ ଭଲ ଏବଂ ସ୍ବାଦଯୁକ୍ତ ପାନୀୟ ସେବନ କରନ୍ତୁ, ଏହା ସ୍ବାସ୍ଥ୍ୟପ୍ରତି ଲାଭପ୍ରଦ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details