ୱାଶିଂଟନ: UCL ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପାଞ୍ଚ ଘଣ୍ଟାରୁ କମ୍ ଶୋଇବା ଅତି କମରେ ଦୁଇଟି କ୍ରନିକ୍ ରୋଗ ହେବାର ଆଶଙ୍କା ସହ ଜଡିତ ହୋଇପାରେ । PLOS ମେଡିସିନ୍ରେ ପ୍ରକାଶିତ ଏହି ଅନୁସନ୍ଧାନରେ, 50, 60 ଏବଂ 70 ବର୍ଷ ବୟସରେ 7,000 ରୁ ଅଧିକ ପୁରୁଷ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଶୋଇବା ସମୟର ପ୍ରଭାବ ବିଶ୍ଳେଷଣ କରାଯାଇଥିଲା । ଏଥିରୁ ଜଣା ପଡିଲା ଯେ, 5 ଘଣ୍ଟାରୁ କମ୍ ଶୋଇବା ଦ୍ବାରା ଶାରୀରିକ ସମସ୍ୟା ସୃଷ୍ଟି ହୋଇପାରେ(Five hours of sleep each night linked to greater risk of several diseases) ।
ଅନୁସନ୍ଧାନକାରୀମାନେ 25 ବର୍ଷ ମଧ୍ୟରେ ପ୍ରତ୍ୟେକ ଅଂଶଗ୍ରହଣକାରୀ କେତେ ଦିନ ଶୋଇଥିଲେ, ମୃତ୍ୟୁହାର ଏବଂ ଦୁଇ କିମ୍ବା ଅଧିକ କ୍ରନିକ୍ ରୋଗ(Multimorbidity) ରୋଗରେ ଆକ୍ରାନ୍ତ ହୋଇଥିଲେ କି ନାହିଁ ତାହା ମଧ୍ୟରେ ଅନୁସନ୍ଧାନ କରିଥିଲେ । ଯେଉଁମାନେ 50 ବୟସରେ ପାଞ୍ଚ ଘଣ୍ଟା ଶୋଇବା କିମ୍ବା ତା’ଠାରୁ କମ୍ ଶୋଇଥିବାର ରିପୋର୍ଟ କରିଥିଲେ, ସେମାନଙ୍କ ପାଇଁ 20% ଅଧିକ କ୍ରନିକ୍ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ ଏବଂ ଯେଉଁମାନେ ନିୟମିତ 7 ଘଣ୍ଟା ଶୋଇଥାନ୍ତି, ସେମାନଙ୍କ ତୁଳନାରେ 25 ବର୍ଷ ମଧ୍ୟରେ ଦୁଇ କିମ୍ବା ଅଧିକ କ୍ରନିକ୍ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା 40% ଅଧିକ ।
ଆୟୁଷ ମନ୍ତ୍ରଣାଳୟ କହିଛି ଯେ, ଆୟୁର୍ବେଦ ଚିକିତ୍ସା ଦ୍ୱାରା ରୋଗୀଙ୍କ ଅବସ୍ଥାରେ ଶୋଇବା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଘଟିଛି । ସମ୍ପ୍ରତି କେସ୍ ଷ୍ଟଡିରେ ଶୋଇବା ଅଭାବ ପରିଚାଳନାରେ ଏକ ଲାଭଦାୟକ ଭୂମିକା ଗ୍ରହଣ କରୁଛି "ଅଶ୍ୱଗନ୍ଧା ତୈଳ ସହ ଶିରୋଧରା ଶମନା ଚିକିତ୍ସା"("Shirodhara with Ashwagandha Taila accompanied by Shamana Chikitsa) ।