ଓଡିଶା

odisha

ETV Bharat / sukhibhava

ରିସର୍ଚ୍ଚରେ ଖୁଲାସା, 25 ବର୍ଷରୁ 50% ଲୋକଙ୍କ ଦେଖାଯାଉଛି କେଶ ସମସ୍ୟା

ରିସର୍ଚ୍ଚରେ ଖୁଲାସା । 25 ବର୍ଷରୁ 50 ପ୍ରତିଶତଙ୍କ ଦେଖାଯାଉଛି କେଶ ସମସ୍ୟା । ଅଧିକ ପଢନ୍ତୁ

youngsters suffering from hair loss problem
youngsters suffering from hair loss problem

By ETV Bharat Odisha Team

Published : Oct 17, 2023, 5:29 PM IST

ହାଇଦ୍ରାବାଦ:ପୂର୍ବରୁ 50 ବର୍ଷ ହେବା ଯାଏଁ କେଶ ସମସ୍ୟା ଦେଖାଯାଉ ନଥିଲା । କିନ୍ତୁ ବର୍ତ୍ତମାନ ସମୟରେ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଅକାଳରେ କେଶ ସମସ୍ୟା ଦେଖାଯାଉଛି । 20 ବର୍ଷର ପିଲାଙ୍କ କେଶ ଧଳା ହୋଇଯିବା ସହିତ ଝଡୁଥିବା ନେଇ ଖବର ସାମ୍ନାକୁ ଆସୁଛି । ଏନେଇ ଏକ ତଥ୍ୟ ସାମ୍ନାକୁ ଆସିଛି । ସାରା ଦେଶରେ 50000 ଲୋକଙ୍କୁ ନେଇ କେଶ ଉପରେ ଅଧ୍ୟୟନ କରାଯାଇଥିଲା । ତେବେ ରିପୋର୍ଟ ଗତକାଲି(ସୋମବାର) ପ୍ରକାଶିତ ହୋଇଛି । 25 ବର୍ଷରୁ 50.31 ପ୍ରତିଶତ ଭାରତୀୟ ବ୍ୟକ୍ତି କେଶ ସମସ୍ୟା ଦେଇ ଗତି କରୁଛନ୍ତି । ଅନ୍ୟପଟେ କେତେକ 21 ବର୍ଷରୁ କମ ବୟସର 25.89 ପ୍ରତିଶତ ବ୍ୟକ୍ତି କେଶ ସମସ୍ୟା ଦେଇ ଗତି କରୁଥିବା ନେଇ ରିପୋର୍ଟରେ କୁହାଯାଇଛି ।

ରିସର୍ଚ୍ଚରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ 28 ବର୍ଷୀୟଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା । ରିସର୍ଚ୍ଚରେ ସାମିଲ ହୋଇଥିବା 28 ବର୍ଷୀୟଙ୍କ ମଧ୍ୟରୁ 65 ପ୍ରତିଶତଙ୍କ ଠାରେ କେଶ ସମସ୍ୟା ଦେଖାଯାଇଥିଲା । 10 ଜଣଙ୍କୁ ମଧ୍ୟରୁ 6 ଜଣ କେବଳ ଚାପ ଯୋଗୁଁ କେଶ ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି । ତେବେ ଏହାସହ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବାରୁ ମଧ୍ୟ କେଶ ସମସ୍ୟା ଦେଖାଯାଇଥାଇ ପାରେ ବୋଲି କୁହାଯାଇଛି । ଏହା ବ୍ୟତୀତ କେଶ ସମସ୍ୟା ପାଇଁ ଗ୍ୟାଷ୍ଚ୍ରୋଇନଷ୍ଟେନାଲ ସମସ୍ୟା ଯେପରିକି ବାନ୍ତି, ଗ୍ୟାସ, ଖାଦ୍ୟ ହଜମ ନହେବା, ଶରୀରରେ ପୋଷକ ତତ୍ତ୍ବର ଅଭାବ ଦେଖାଯିବା ଦ୍ବାରା ମଧ୍ୟ ଅକାଳରେ କେଶ ଝଡିବା ସହିତ ପାଚିବା ସମସ୍ୟା ଦେଖାଯାଇଥାଏ । ତେବେ ନିଦ୍ରା ସମସ୍ୟା ବା ନିଦ୍ରାହୀନତା ଯୋଗୁଁ 10 ଜଣଙ୍କ ମଧ୍ୟରୁ 3 ଜଣଙ୍କର କେଶ ଝଡିବା ସମସ୍ୟା ଦେଖାଯାଇଥାଏ ବୋଲି ଜଣାପଡିଥିଲା । ତେବେ ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା କରାଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ବୋଲି ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Hair Care: ଋତୁ ପରିବର୍ତ୍ତନର ପ୍ରଭାବ କେଶ ଉପରେ ପଡୁଛି କି? ଆପଣାନ୍ତୁ ଏହି ଟିପ୍ସ

କୁହାଯାଏ ଶୀତ ଋତୁରେ ଅଧିକ କେଶ ସମସ୍ୟା ଦେଖାଯାଇଥାଏ । ଶୀତ ଋତୁରେ କେଶ ରୁକ୍ଷ ହୋଇଯାଇଥାଏ । କେଶ ଅଧିକ ଫାଟିବା ସହିତ ଝଡିଥାଏ । ଖାସ କରି ଶୀତ ଋତୁରେ କେଶର ଅଧିକ ଯତ୍ନ ନେବା ଜରୁରୀ ଅଟେ । ଯଦି କେଶ ଜନିତ କୌଣସି ସମସ୍ୟା ଲାଗି ରହୁଛି ତାହେଲେ ଅଣଦେଖା କରନ୍ତୁ ନାହିଁ । ଡର୍ମାଟୋଲୋଜିଷ୍ଟଙ୍କ ପରାମର୍ଶ ନେବା ଆବଶ୍ୟକ । ପ୍ରାରମ୍ଭିକ ପର୍ଯ୍ୟାୟରେ କେଶର ଯତ୍ନ ନେବା ଦ୍ବାରା ଅକାଳରେ କେଶ ସମସ୍ୟାକୁ ରୋକାଯାଇ ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details