ଅଲବାନି(ନ୍ୟୁୟର୍କ): ଆମେ ବେଳେବେଳେ କହିଥାଉ କି ଝିଅଟିଏ ବହୁତ ଧୈର୍ଯ୍ୟବାନ, ହେଲେ ପୁଅଟିଏ ନୁହେଁ । ପୁଣି କହନ୍ତି ଝିଅ ମନ ସରଳ ପୁଅଟିଏ କଠୋର । ହେଲେ ଆପଣ ଜାଣନ୍ତି କି, ଏପରି ପ୍ରତିକ୍ରିୟା ପଛର କାରଣ ହର୍ମୋନ ରହିଛି ବୋଲି ? ଆଜ୍ଞା ହଁ ମହିଳା ଓ ପୁରୁଷଙ୍କ ହୃଦୟର ଭିନ୍ନ ପ୍ରତିକ୍ରିୟା ପାଇଁ ଷ୍ଟ୍ରେସ୍ ହର୍ମୋନ କାମ କରିଥାଏ ! ନିକଟରେ ମୂଷାଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି । ଅଧ୍ୟୟନ ଅନୁସାରେ, ନରଆଡ୍ରେନାଲିନ(Noradrenaline) ଷ୍ଟ୍ରେସ୍ ହରମୋନ ପାଇଁ ମହିଳା ଓ ପୁରୁଷଙ୍କ ହୃଦୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରହିଥାଏ ।
ସାଇନ୍ସ ଆଡଭାନ୍ସେସରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ହୃଦୟର ଅନିୟମିତ ସ୍ପନ୍ଦନ ଓ ଅଚାନକ ହୃଦୟ ଅକାମି ଭଳି କାରକକୁ ଏହାସହିତ ଯୋଡି ଦେଖାଯାଇପାରେ । ଅନୁସନ୍ଧାନକାରୀ ଟିମ ଏକ ନୂଆ ପ୍ରକାରର ପ୍ଲୋରୋସେନ୍ସ ଇମେଜିଂ ସିଷ୍ଟମର ନିର୍ମାଣ କରିଛନ୍ତି, ଯାହାଦ୍ବାରା ଆଲୋକର ଉପଯୋଗ କରି ମୂଷା ଶରୀରର ହୃଦୟ ବାସ୍ତବିକ ସମୟରେ ହର୍ମୋନ ଓ ନ୍ୟୁରୋ ଟ୍ରାନ୍ସମିଟର ଉପରେ କିଭଳି ପ୍ରତିକ୍ରିୟା କରୁଛି ତାହା ଜାଣିହେବ । ତେବେ କହିରଖୁଛୁ ଯେ, ନରଆଡ୍ରେନାଲିନ ଷ୍ଟ୍ରେସ୍ ହରମୋନକୁ ନରଏପିନେଫ୍ରିନ ମଧ୍ୟ କୁହାଯାଏ ।
ଏହା ମଧ୍ୟ ପଢନ୍ତୁ:-ଅନୁସନ୍ଧାନ: ଗୋଟିଏ ପାର୍ଶ୍ବ ସ୍ତନ କର୍କଟ ହୋଇଥିଲେ ବଢିପାରେ ବିପରୀତ ପାର୍ଶ୍ବର ବିପଦ