ଓଡିଶା

odisha

By ETV Bharat Odisha Team

Published : Dec 9, 2023, 12:24 PM IST

ETV Bharat / sukhibhava

ସିକଲ ସେଲ ଚିକିତ୍ସା ପାଇଁ କେସଜେଭି-ଲିଫଜେନିଆ, ମିଳିଲା FDAର ମଞ୍ଜୁରୀ

FDA Approves First Gene Therapies: ବିଶ୍ବର ପ୍ରଥମ ଜିନ ଏଡିଟିଂ ଚିକିତ୍ସାକୁ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନର ମଞ୍ଜୁରୀ । ଅଧିକ ପଢନ୍ତୁ

FDA Approves First Gene Therapies
FDA Approves First Gene Therapies

ହାଇଦ୍ରାବାଦ: ସିକଲ ସେଲ ଚିକିତ୍ସା ନେଇ ଖୁସି ଖବର । ଏଣିକି ଏହି ରୋଗରେ ଆଉ ଯିବନି ଜୀବନ । ବଜାରକୁ ଆସିଲା ସିରଲ ସେଲ ପ୍ରତିରୋଧୀ ଔଷଧ । ବିଶ୍ବର ପ୍ରଥମ ଜିନ ଏଡିଟିଂ ଚିକିତ୍ସାକୁ ଏଫଡିଏଫର ମଞ୍ଜୁରୀ । ଗତକାଲି(ଶୁକ୍ରବାର) ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ(FDA) ଭେର୍ଟେକ୍ସ ଫାର୍ମାସିଟିକାଲ ଏବଂ ଏହାର ସହଯୋଗୀ ସିଆରଏସପିଆର ଥେରାପ୍ୟୁଟିକ୍ସ ଦ୍ବାରା ପ୍ରସ୍ତୁତ ଜିନ ଏଡିଟିଂ ଚିକିତ୍ସା କେସଜେଭି ଓ ଲିଫଜେନିଆକୁ ବ୍ୟବହାର ପାଇଁ ଅନୁମତି ମିଳିଛି । ବ୍ଲୋ ବାର୍ଡ ବାୟୋ ଦ୍ବାରା ଏହା ବିକଶିତ ହୋଇଛି । ଏହା ପରେ ସୁଲଭ ମୂଲ୍ୟରେ ଆମେରିକା ବଜାରରେ ଔଷଧ ବିକ୍ରୟ ମଧ୍ୟ ଆରମ୍ଭ ହୋଇଛି ।

ଏହି ଔଷଧକୁ 12 ବର୍ଷରୁ ତଦୁର୍ଦ୍ଧ ବୟସ୍କ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ । କେସଜିଭି ଦକ୍ଷତାର ସହିତ ଏବଂ ଠିକ ଭାବରେ ଡିଏନଏ ପରିବର୍ତ୍ତନକୁ ଚିକିତ୍ସା କରିପାରିବ । ଏହି ଅନୁମୋଦନ ବିଶେଷ ଭାବେ ଉଲ୍ଲେଖନୀୟ । କାରଣ Casgevy CRISPR ଜିନ ଏଡିଟିଂ ଟେକ୍ନୋଲୋଜି ବ୍ୟବହାର କରିଥିଲା । ଏଥି ପାଇଁ ଏହାର ଉଦ୍ଭାବକମାନଙ୍କୁ ନୋବେଲ ପୁରସ୍କାର ମଧ୍ୟ ମିଳିଥିଲା । ଏହି ରୋଗ ପ୍ରାୟ 100,000 ଆମେରିକୀୟଙ୍କୁ ପ୍ରଭାବିତ କରିଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ମାରାତ୍ମକ ରୋଗ ସିକଲସେଲ, ଲକ୍ଷଣ ପ୍ରତି ଧ୍ୟାନ ଦେଲେ ବଞ୍ଚିବ ଜୀବନ

ବ୍ଲୋ ବାର୍ଡ ବାୟୋର ଏହି ନୂତନ ଚିକିତ୍ସା ଦ୍ବାରା ରୋଗୀମାନଙ୍କର ଲାଲ ରକ୍ତକଣିକା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । 2.2 ନିୟୁତ ଆମେରିକୀୟ ଡଲାରରେ କେସଜେଭି ଚିକିତ୍ସା ଉପଲବ୍ଧ ହେବା ନେଇ ସୂଚନା ରହିଛି । ସେହପରି ବ୍ଲୁ ବାର୍ଡ ବାୟୋ ଏହି ଚିକିତ୍ସା ପାଇଁ ଆଣିଥିବା ଲିଫ୍ ଜେନିଆ 3.1 ନିୟୁତ ଡଲାରରେ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି । ଏହା ହେଉଛି ବିଶ୍ବର ପ୍ରଥମ ମେଡିସିନ । ଯାହା ସିଆରଆଇଏସପିଆର ଜିନ ଏଡିଟିଂ ଟେକ୍ନୋଲୋଜି ଉପରେ ଆଧାରିତ ।

ତେବେ କହିରଖୁଛୁ କି, ସିକଲସେଲ ଏକ ଜେନେଟିକ ରୋଗ । ଏହା ଦ୍ବାରା ଶରୀରରେ ଥିବା ଲାଲ ରକ୍ତ କଣିକାର ଗଠନ ଉପରେ ପ୍ରଭାବ ପଡିଥାଏ, ଯାହା ଶରୀରରେ ଅମ୍ଳଜାନ ଯୋଗାଇଥାଏ । ଲୋହିତ ରକ୍ତ କଣିକା ସାଧାରଣତଃ ଗୋଲାକାର ଆକୃତିର ହୋଇଥାଏ । କିନ୍ତୁ ସିକଲସେଲ ଆମୋନିଆରେ କିଛି ଲାଲ ରକ୍ତ କଣିକା ଚନ୍ଦ୍ର ଆକୃତିର ହୋଇଯାଇଥାଏ । ଯାହାଫଳରେ ବହୁତ କମ ପରିମାଣର ଅମ୍ଳଜାନ ଗ୍ରହଣ କରିଥାଏ । ଯାହା ରକ୍ତ ପ୍ରବାହକୁ ମନ୍ଥର କରିଥାଏ, ଯେଉଁ କାରଣରୁ ଶରୀରରେ ରକ୍ତ ଅଭାବ ଥାଏ । ଧୀରେଧୀରେ ସିକଲ ସେଲ ନଷ୍ଟ ହୋଇଯାଇଥାଏ, ଯେଉଁ କାରଣରୁ ଲାଲ ରକ୍ତ କଣିକା କମିବା ଆରମ୍ଭ କରେ । ଏହାର ପ୍ରଭାବ ଶରୀରରେ ଉପଲବ୍ଧ ଅମ୍ଳଜାନ ଉପରେ ପଡିଥାଏ, ସଠିକ୍ ଚିକିତ୍ସା ନହେବା ହେତୁ ବ୍ୟକ୍ତିର ମୃତ୍ୟୁ ସମ୍ଭାବନା ମଧ୍ୟ ବଢିଥାଏ । ଯେତେବେଳେ ଏକ ଶିଶୁ ତା’ର ଉଭୟ ପିତାମାତାଙ୍କଠାରୁ ସିକଲସେଲ୍ ଜିନ ଗ୍ରହଣ କରେ, ସେତେବେଳେ ଶିଶୁ ଅସୁସ୍ଥ ହୋଇଥାଏ।ଏହା ଦ୍ବାରା କିଡନୀ, ଫୁସଫୁସ, ହୃତପିଣ୍ଡ, ଗଣ୍ଠିଯନ୍ତ୍ରଣା ସମସ୍ୟା ହୋଇପାରେ ।

ABOUT THE AUTHOR

...view details