ହାଇଦ୍ରାବାଦ: କ୍ୟାନ୍ସର ଏକ ଏପରି ରୋଗ ଯାହାର କୌଣସି ସ୍ଥାୟୀ ଉପଚାର ନାହିଁ । ଏହି ବିପଦଜ୍ଜନକ ରୋଗ ହେତୁ ଶରୀରରେ କୋଷଗୁଡିକ ନଷ୍ଟ ହେବାରେ ଲାଗେ । ପରେ ଧୀରେ ଧୀରେ ଶରୀରର ଅଙ୍ଗ ଗୁଡିକ କାମ କରିବା ବନ୍ଦ କରିଦିଏ । ଯଦି ସମୟ ପୂର୍ବରୁ ଏହି ରୋଗ ଜଣାପଡିଯାଏ, ତେବେ ଏହାର ଚିକିତ୍ସା କରିହେବ । କ୍ୟାନ୍ସର ଅନେକ ପ୍ରକାର ରହିଛି । ସେଥିମଧ୍ୟରୁ ପାନକ୍ରିଏଟିକ କ୍ୟାନ୍ସର ବା ଅଗ୍ନାଶୟ କର୍କଟ ରୋଗ ବହୁତ ବିପଦଜ୍ଜନକ କର୍କଟ ରୋଗ ମଧ୍ୟରୁ ଗୋଟିଏ । ଏକ୍ସପର୍ଟଙ୍କ ଅନୁଯାୟୀ ଏହାକୁ ବିପଦଜ୍ଜନକ କହିବାର କାରଣ, ଅଗ୍ନାଶୟ ଶରୀରର ବେଶ ଭିତରେ ଥିବାରୁ ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଜାଣିବା ବହୁତ ମୁସ୍କିଲ । ପେଟ ବ୍ୟଥା ହେବା ଅଗ୍ନାଶୟ କର୍କଟ ରୋଗର ସାଧାରଣ ଲକ୍ଷଣ ଅଟେ । ଏଥିସହ ଏହାର ଲକ୍ଷଣ ଆଖିରେ ବି ଦେଖିବାକୁ ମିଳେ ।
ଅଗ୍ନାଶୟ କର୍କଟ ରୋଗର ଲକ୍ଷଣ ଆଖିରେ ଦେଖାଯାଏ
- ଆଖିର ରଙ୍ଗ ବଦଳିଯିବା
- ଆଖି ହଳଦିଆ ଦେଖାଯିବା
- ଆଖି ସବୁବେଳେ କୁଣ୍ଡାଇ ହେବା
- ଆଖିରେ ଜ୍ବଳନ ଏବଂ କୁଞ୍ଚନ ହେବା
ଏହି ଅଭ୍ୟାସ କରିଥାଏ ଅଗ୍ନାଶୟ କର୍କଟ
- ତମ୍ବାକୁ ସେବନ କରିବା
ଅଗ୍ନାଶୟ କର୍କଟ ରୋଗର ମୁଖ୍ୟ କାରଣ ତମ୍ବାକୁ ସେବନ କରିବା । ଯେଉଁ ଲୋକଙ୍କ ତମ୍ବାକୁ ଖାଇବାର ଅଭ୍ୟାସ ଅଛି, ସେମାନଙ୍କର ଅଗ୍ନାଶୟ କର୍କଟ ରୋଗ ହେବା ସମସ୍ୟା ଦୁଇ ଗୁଣ ହୋଇଥାଏ ।
- ଓଜନ ନିୟନ୍ତ୍ରଣରେ ନରହିବା