ହାଇଦ୍ରାବାଦ:ସର୍ବଭାରତୀୟ ସ୍ତରରେ ପ୍ରାଥମିକ ବୟସରେ (6-18 ବର୍ଷ) ଆଖି ସମସ୍ୟା ଦେଖାଯାଉଛି । ଏହା ଏକ ତଥ୍ୟକୁ ଜଣାପଡିଛି । ଆଖି ସମସ୍ୟା ଯେପରିକି ସ୍ୱଳ୍ପ ଏବଂ ଅସ୍ପଷ୍ଟ ଦେଖାଯିବା, ମୁଣ୍ଡବିନ୍ଧା, ଧ୍ୟାନ ଦେବାରେ ଅସୁବିଧା, କିମ୍ବା ଦୂରଦୃଷ୍ଟି ଭଳି ସମସ୍ୟା ଦେଖାଯାଇଥାଏ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି କାରଣ ପାଇଁ ପରିବେଶ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହିଁ ଦାୟୀ । ପୂର୍ବରୁ ବୟସ ବଢିଲେ ହିଁ ଆଖିରେ ସମସ୍ୟା ଦେଖାଯାଉଥିଲା । କିନ୍ତୁ ଏବେ ଏହା ସମ୍ପୂର୍ଣ୍ଣ ବଦଳିଯାଇଛି । ବର୍ତ୍ତମାନ ଛୋଟ ବୟସରୁ ହିଁ ଆଖିରେ ସମସ୍ୟା ଦେଖାଯାଉଛି । ଯାହାକି ଏକ ଚିନ୍ତାଜନକ ବିଷୟ ହୋଇଛି ।
ଆଖି ଅବସ୍ଥା ଏବଂ ଅନେକ ରୋଗ ଅଛି ଯାହା ଶିଶୁର ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପକାଇପାରେ ବୋଲି ଡାକ୍ତରମାନେ କହିଛନ୍ତି । ବର୍ତ୍ତମାନ ସମୟରେ ପୁଷ୍ଟିକର ଖାଦ୍ୟ ଅଭାବ ଏବଂ ସ୍କ୍ରିନ ସମୟର ବୃଦ୍ଧି ପିଲାମାନଙ୍କ ମଧ୍ୟରେ ଏହି ଦୁଇଟି ମୁଖ୍ୟ କାରଣ ହୋଇପାରେ । ଛୋଟ ସମୟରୁ ହିଁ ମୋବାଇଲ ଦେଖିବା ଏହାର ଏକ ପ୍ରମୁଖ କାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି ।
ସ୍କ୍ରିନ ଟାଇମିଂ ଏବଂ ଡାଏଟରେ ବ୍ୟାଘାତ- ଦୁଇଟି ମୁଖ୍ୟ କାରଣ:ପିଲାମାନେ ଦୀର୍ଘ ସମୟ ଧରି ମୋବାଇଲ୍-ଲାପଟପ୍ ପରି ପରଦାରେ ଅଧିକ ସମୟ ବିତାଇବା ଆଖି ପାଇଁ ଅତ୍ୟନ୍ତ କ୍ଷତିକାରକ । ପିଲାମାନଙ୍କୁ ଡିଜିଟାଲ୍ ଉପକରଣ ଗୁଡ଼ିକର ଏକ୍ସପୋଜରରୁ ରକ୍ଷା କରିବା ଆବଶ୍ୟକ । ଅଧିକ ସମୟ ସ୍କ୍ରିନରେ ସମୟ ବିତାଇବା ଦ୍ବାରା ଆଖି ଉପରେ ପ୍ରଭାବ ପଡିଥାଏ । ତେଣୁ ଅନଲାଇନ କ୍ଲାସ କରିବା ବେଳେ ମଧ୍ୟ ଆଖିର ସଠିକ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି କୁହାଯାଇଛି । ଏହା ବ୍ୟତୀତ ପୃଷ୍ଟିକର ତତ୍ତ୍ବର ଅଭାବ ହେତୁ ମଧ୍ୟ ଆଖି ଉପରେ ପ୍ରଭାବ ପଡୁଥିବା ଜଣାପଡିଛି । ଏଥିରୁ ମୁକ୍ତି ପାଇଁ ଆଖି ପାଇଁ ଆବଶ୍ୟକ ଖାଦ୍ୟ ଖାଇବା ଆବଶ୍ୟକ ।