ଓଡିଶା

odisha

By

Published : Sep 8, 2022, 6:21 PM IST

ETV Bharat / sukhibhava

Eye Disease: ମୋତିଆବିନ୍ଦୁ କାରଣ, ଲକ୍ଷଣ ଓ ନିରାକରଣ

ଶରୀରର ସୂକ୍ଷ୍ମ ଅଙ୍ଗ ମଧ୍ୟରୁ ଆଖି ଅନ୍ୟତମ । ଆଖିରେ ସୃଷ୍ଟି ହେଉଥିବା କୌଣସି ବି ସମସ୍ୟା ପ୍ରତି ଅବହେଳା କରିବା ପରବର୍ତ୍ତୀ ସମୟରେ ମହଙ୍ଗା ପଡିଥାଏ । ଏଥିମଧ୍ୟରୁ ମୋତିଆବିନ୍ଦୁ (Cataract) ଅନ୍ୟତମ । ତେଣୁ ଆରମ୍ଭରୁ ମୋତିଆବିନ୍ଦୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଅଧିକ ପଢନ୍ତୁ

Eye Disease: ମୋତିଆବିନ୍ଦୁ କାରଣ, ଲକ୍ଷଣ ଓ ନିରାକରଣ
Eye Disease: ମୋତିଆବିନ୍ଦୁ କାରଣ, ଲକ୍ଷଣ ଓ ନିରାକରଣ

ହାଇଦ୍ରାବାଦ: ଆଖି ଶରୀରର ଏମିତି ଏକ ଅଂଶ, ଯାହା ଆମକୁ ସମଗ୍ର ବିଶ୍ୱ ସହିତ ପରିଚିତ କରାଇଥାଏ । କିନ୍ତୁ ବେଳେବେଳେ ବୟସ ବୃଦ୍ଧି, କିଛି ରୋଗ କିମ୍ବା ଅନ୍ୟାନ୍ୟ କାରଣରୁ ଆମର ଦୃଷ୍ଟିଶକ୍ତି ହ୍ରାସ ଘଟିବା ବା ଆଖି ଉପରେ ପ୍ରଭାବ ପଡିଥାଏ । ଯଦି ସମସ୍ୟା ବୃଦ୍ଧିପାଏ କିମ୍ବା ଅଣଦେଖା କରାଯାଏ, ତେବେ ଦୃଷ୍ଟିଶକ୍ତି ମଧ୍ୟ ଚାଲିଯିବାର ସମ୍ଭାବନା ରହିଥାଏ । ମୋତିଆବିନ୍ଦୁ(Cataract) ମଧ୍ୟ ଏହିପରି ଏକ ସମସ୍ୟା, ଯାହାର ଲକ୍ଷଣ ସାଧାରଣତଃ ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଠାରେ ଦେଖାଯାଏ ।

ମୋତିଆବିନ୍ଦୁ ଏବଂ ଏହାର ପ୍ରକାର:-

ମୋତିଆବିନ୍ଦୁ ହେଉଛି ଏକ ସମସ୍ୟା ଯାହା ବୟସ ବୃଦ୍ଧି ହେଲେ ଆଖିର ପ୍ରାକୃତିକ ସ୍ୱଚ୍ଛ ଲେନ୍ସ ଅସ୍ପଷ୍ଟ ହୋଇଯାଏ, ଫଳରେ ଦୃଷ୍ଟିଶକ୍ତିରେ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ, ଯେତେବେଳେ ଏହି ଲେନ୍ସ ଅସ୍ପଷ୍ଟ ହେବାକୁ ଲାଗେ, ସେତେବେଳେ ସ୍ପଷ୍ଟ ଭାବରେ କମ୍ ଦେଖାଯିବା ଆରମ୍ଭ ହୁଏ । ଏଥିପାଇଁ ବେଳେ ବେଳେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ମଧ୍ୟ ନଷ୍ଟ ହୋଇଯାଇ ଥାଏ ।

ବିଭିନ୍ନ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ମୋତିଆବିନ୍ଦୁ ଯୋଗୁଁ ଭାରତରେ ପ୍ରାୟ ୮ ନିୟୁତ ଲୋକଙ୍କ ଦୃଷ୍ଟିଶକ୍ତି ଦୁର୍ବଳ, ଅସ୍ପଷ୍ଟ କିମ୍ବା ଦ୍ୱିଗୁଣିତ ହୁଏ । ଏହା ବ୍ୟତୀତ ୬୦ ବର୍ଷ ବୟସର ଜନସଂଖ୍ୟାର ପ୍ରାୟ ଅଧା ଭାଗ ଲୋକେ ଏହି ସମସ୍ୟାର ଶିକାର ହେଉଛନ୍ତି । ଏଥି ସହିତ, ୭୦ ବର୍ଷରୁ ଅଧିକ ଲୋକଙ୍କ ୮୦% ଅନ୍ତତଃ ପକ୍ଷେ ଗୋଟିଏ ଆଖିରେ ମୋତିଆବିନ୍ଦୁ ଜନିତ ସମସ୍ୟା ଦେଖା ଦେଇଥାଏ ।

ମୋତିଆବିନ୍ଦୁର କାରଣ ଓ ଲକ୍ଷଣ:-

ଡାକ୍ତର ଅଭିଷେକ ବ୍ୟାଖ୍ୟା କରିଛନ୍ତି ଯେ, ଯେଉଁ ପ୍ରକାରର ମୋତିଆବିନ୍ଦୁ ହେଉନା କାହିଁକି ବାର୍ଦ୍ଧକ୍ୟ ଏହାର ଏକ ବଡ଼ କାରଣ ଅଟେ । କିନ୍ତୁ ଏହା ବ୍ୟତୀତ, କିଛି କାରଣ ଥାଇପାରେ ଯାହା ଏହି ସମସ୍ୟାର ଘଟିବା ପାଇଁ କିମ୍ବା ଏହାର ଗମ୍ଭୀରତା ପାଇଁ ଦାୟୀ ବୋଲି ବିବେଚନା କରାଯାଇପାରେ । ସେଗୁଡିକ ନିମ୍ନରେ ଆଲୋଚନା କରାଯାଇଛି...

  • ମଧୁମେହ
  • ବଂଶାନୁକ୍ରମିକ
  • ମୋଟାପଣ ଏବଂ ଉଚ୍ଚ ରକ୍ତଚାପ
  • ଆଖିରେ କୌଣସି ପ୍ରକାରର ଆଘାତ ଲାଗିବା
  • ବେଳେବେଳେ ଏକ ପ୍ରକାର ଚକ୍ଷୁ ସର୍ଜରୀ ହେତୁ ଏହି ସମସ୍ୟା ମଧ୍ୟ ହୋଇପାରେ
  • ଧୂମପାନ କିମ୍ବା ଅଧିକ ମଦ୍ୟପାନ କରିବା ଇତ୍ୟାଦି

ତେବେ ଦିଲ୍ଲୀର ଚକ୍ଷୁ ବିଶେଷଜ୍ଞ ଡ. ଅଭିଷେକ ସିଂ(Dr Abhishek Singh, Ophthalmologist, Delhi ) କହିଛନ୍ତି ଯେ, "ମୋତିଆବିନ୍ଦୁ ଆରମ୍ଭ ହେବା ମାତ୍ରେ ଆଖି ପରୀକ୍ଷା କରିବା ଆବଶ୍ୟକ । ସାଧାରଣତଃ, ଲୋକମାନେ ଆରମ୍ଭରେ ଦୃଷ୍ଟିଶକ୍ତି ହରାଇବା କିମ୍ବା ଅସ୍ପଷ୍ଟ ଦୃଷ୍ଟିଭଙ୍ଗୀକୁ ଗମ୍ଭୀରତାର ସହ ନେଇନଥାନ୍ତି । ଯଦି ଏହି ପର୍ଯ୍ୟାୟରେ ଚିକିତ୍ସା ଠିକ୍ ସମୟରେ ଆରମ୍ଭ ହୁଏ, ତେବେ ଅଧିକାଂଶ କ୍ଷେତ୍ରରେ ଲେଜର ଚିକିତ୍ସା କିମ୍ବା ଅସ୍ତ୍ରୋପଚାର ସମସ୍ୟାକୁ ବଢିବାକୁ ଦେଇନଥାଏ ।

କିନ୍ତୁ ଯଦି ଏହି ସମସ୍ୟାକୁ ଅଣଦେଖା କରାଯାଏ, ତେବେ ଏହାର ଗମ୍ଭୀରତା ବୃଦ୍ଧି ପାଇ, ଆଖିର ଲେନ୍ସ ସମ୍ପୂର୍ଣ୍ଣ ନଷ୍ଟ ହୋଇପାରେ, ଫଳରେ ଚିକିତ୍ସା କରିବା କଷ୍ଟକର ହୋଇପଡେ । ଏପରିକି ବେଳେବେଳେ, ଏହି କାରଣରୁ, ଲୋକମାନେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଥାନ୍ତି ।

ABOUT THE AUTHOR

...view details