ଓଡିଶା

odisha

ETV Bharat / sukhibhava

ଦିବ୍ୟାଙ୍ଗ ପିଲାଙ୍କୁ ଯୌନ ଶିକ୍ଷାର ସରଳ କୌଶଳ - ସୁଖୀଭବଃ

ଦିବ୍ୟାଙ୍ଗ ପିଲାଙ୍କୁ ସେମାନଙ୍କ ଯୈାନତା ସଂପର୍କରେ ବୁଝାଇବା ବେଳେ ଅନେକ ଆହ୍ବାନର ସମ୍ମୁୀଖୀନ ହେବାକୁ ପଡିଥାଏ । କିନ୍ତୁ ସଠିକ କୌଶଳ ସହ ଏହି ଆହ୍ବାନର ସଫଳ ମୁକାବିଲା ହୋଇପାରିବ । ଅଧିକ ପଢନ୍ତୁ ...

education to specially abled child, specially abled child, sex education to specially able child, sexuality, sukhibhava, health news, ଦିବ୍ୟାଙ୍ଗ ଶିଶୁଙ୍କୁ ଶିକ୍ଷା, ଦିବ୍ୟାଙ୍ଗଙ୍କ ଶିକ୍ଷା, ଦିବ୍ୟାଙ୍ଗ ଶିଶୁଙ୍କୁ ଯୌନ ଶିକ୍ଷା, ଯୌନ ଶିକ୍ଷା, ସୁଖୀଭବଃ, ସ୍ବାସ୍ଥ୍ୟ ଖବର
ଦିବ୍ୟାଙ୍ଗ ପିଲାଙ୍କୁ ଯୌନ ଶିକ୍ଷାର ସରଳ କୌଶଳ

By

Published : Jul 19, 2020, 6:51 PM IST

Updated : Jul 19, 2020, 7:45 PM IST

ଦିବ୍ୟାଙ୍ଗ ପିଲାଙ୍କୁ ସେମାନଙ୍କ ଯୈାନତା ସଂପର୍କରେ ବୁଝାଇବା ବେଳେ ଅନେକ ଆହ୍ବାନର ସମ୍ମୁୀଖୀନ ହେବାକୁ ପଡିଥାଏ । କିନ୍ତୁ ସଠିକ କୌଶଳ ସହ ଏହି ଆହ୍ବାନର ସଫଳ ମୁକାବିଲା ହୋଇପାରିବ । କ୍ଲିନିକାଲ ସାଇକୋଲୋଜିଷ୍ଟ ସମୃଦ୍ଧି ପାଟକରଙ୍କ ମତରେ ଗତ କିଛି ବର୍ଷ ଧରି ଶିଶୁ ଯୌନ ନିର୍ଯାତନା ଖବରର ଶିରୋନାମାରେ ରହୁଛି । ଏ ପରିପ୍ରେକ୍ଷୀରେ ଦିବ୍ୟାଙ୍ଗ ବା ଅଷ୍ଟିକ ଶିଶୁଙ୍କୁ ନେଇ ଉଦବେଗ ପ୍ରକାଶ ପାଉଛି ।

ଏସବୁ ଶିଶୁଙ୍କୁ ସାଧାରଣ ବା ନ୍ୟୁରୋଟିପିକାଲ୍ ଶିଶୁଙ୍କ ଭଳି ସେଫ୍‌ ଓ ଅନସେଫ ଟଚ୍ ସଂପର୍କରେ ବୁଝାଇବା ସମାନ ଭାବେ ଗୁରୁତ୍yପୂର୍ଣ୍ଣ ହୋଇପଡିଛି । ମନସ୍ତତ୍ୱବିତ ସମୃଦ୍ଧି ପାଟକର ଇଟିଭି ସୁଖୀଭବ ସହ ଆଲୋଚନା କରି ନ୍ୟୁରୋ-ଡାଉଭର୍ସ ଶିଶୁଙ୍କୁ ଯୈାନତା ସଂପର୍କରେ ସରଳଭାବେ ବୁଝାଇବା ପାଇଁ ନିମ୍ନଲିଖିତ କୌଶଳ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

୧. ଭିଜୁଆଲର ସହାୟତା ପିଲାଙ୍କୁ ସେମାନଙ୍କ ଯୈାନତା ସଂପର୍କରେ ବୁଝାଇବାରେ ସହାୟକ ହୋଇପାରିବ ବୋଲି ସମୃଦ୍ଧି କହନ୍ତି ।

୨. ରୋଲ୍ ପ୍ଲେ: ରୋଲ୍ ପ୍ଲେ ହେଉଛି ଶିଶୁଙ୍କୁ ବୁଝାଇବାର ଆଉ ଏକ ଦୃଶ୍ୟ ମାଧ୍ୟମ । ଏଠାରେ ଉଭୟ ବାପା ଓ ମା’ ଭୂମିକା ନେଇ ବା ରୋଲ୍ ପ୍ଲେ ଜରିଆରେ ପିଲାଙ୍କୁ ସୁରକ୍ଷିତ ଓ ଅସୁରକ୍ଷିତ ସ୍ପର୍ଶ ସଂପର୍କରେ ବୁଝାଇପାରିବେ । ଏହା ଫଳରେ ପିଲାମାନେ ସୁରକ୍ଷିତ ଓ ଅସୁରକ୍ଷିତ ସ୍ପର୍ଶ ବାବଦରେ ସହଜରେ ବୁଝିପାରିବେ ।

୩. ମାର୍କିଂ ଓ ଲେବେଲିଂ: ମାର୍କିଂ ଓ ଲେବେଲିଂ ଦ୍ବାରା ପିଲାମାନେ ଯେକୌଣସି ପ୍ରଶିକ୍ଷଣକୁ ମନେ ପକାଇପାରିବେ ଓ ବୁଝିପାରିବେ । ବିଭିନ୍ନ ଆଇଟମ, ବାଥରୁମ ଡୋର୍ ଓ ସାନିଟାରୀ ପ୍ୟାଡ୍‌ର ଲେବେଲିଂ ଦ୍ୱାରା ଦିବ୍ୟାଂଗ ପିଲାମାନେ କୌଣସି ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ଭଲ ଭାବେ ବୁଝିପାରିବେ । ସେମାନେ ଯେତେବେଳେ ଲେବଲ୍ ପଢିବେ, ସେତେବେଳେ ସେମାନେ ଜଡିତ ଥିବା ସେ ସଂପର୍କିତ ଜ୍ଞାନ ବା କାର୍ଯ୍ୟକଳାପକୁ ମନେ ପକାଇପାରିବେ । ଏହାଛଡା ପିଲାମାନଙ୍କୁ ମାର୍କେଟ୍ ଓ ଷ୍ଟୋର୍ ନେଇ ସେମାନଙ୍କୁ ସାନିଟାରୀ ପ୍ୟାଡ୍ ଭଳି ସାମଗ୍ରୀ ବାଛିବା ପାଇଁ ସୁଯୋଗ ଦେବା ଉଚିତ । ଏପରି କରାଗଲେ ପିଲାମାନଙ୍କ ସେହି ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ଭଲ ଧାରଣା ସୃଷ୍ଟି ହେବ ବୋଲି ସମୃଦ୍ଧି ପାଟକର କହନ୍ତି ।

୪. ଭିଡିଓ: ୟୁ ଟ୍ୟୁବରେ ଉପଲବ୍ଧ ବିଭିନ୍ନ ଭିଡିଓ ଓ ଅନେକ ଆପ୍ ରହିଛି । ପିଲାମାନଙ୍କୁ ଯୌନତା ସଂପର୍କରେ କିପରି ବୁଝାଯାଇପାରିବ, ସେନେଇ ଏସବୁ ଭିଡିଓ ଓ ଆପରେ ଦର୍ଶାଯାଇଛି । ମାଆ ବାପାମାନେ ଏଭଳି ଭିଡିଓର ବ୍ୟବହାର କରି ପିଲାମାନଙ୍କୁ ଯୌନତା ବାବଦରେ ଶିକ୍ଷା ଦେଇପାରିବେ । ଆଗରୁ କୁହାଯାଇଛି ଯେ, ଦିବ୍ୟାଙ୍ଗ ଶିଶୁମାନେ ଭିଜୁଆଲ୍ ଦେଖି ଯଲଦି ଶିଖିଥାନ୍ତି ।

୪. ସୋସିଆଲ ଷ୍ଟୋରୀ: ଶିଶୁ ନିର୍ଯାତନା ଓ ଶିଶୁଙ୍କ କୌଣସି କ୍ଷତି ପରିପ୍ରେକ୍ଷୀରେ ବାପା ମା’ମାନେ ପିଲାଙ୍କୁ ସାମାଜିତ ପରିସ୍ଥିତି ବାବଦରେ କାହାଣୀ ଜରିଆରେ ବୁଝାଇବା ଦରକାର । ସେମାନେ ବି କେତେବେଳେ ଯୌନ ଯାତନା ଭଳି ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି ବୋଲି ବାପାମାଆମାନେ ପିଲାଙ୍କୁ ବୁଝାଇବା ସହ ସତର୍କ ରହିବାକୁ ପରାମର୍ଶ ଦେବା ଦରକାର । ସେମାନେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି ବୋଲି ସିଧାସଳଖ କହିଲେ ପିଲାମାନେ ନିଜକୁ ଆଲର୍ଟ ରଖିପାରିବେ ।

୫. ଡାକ୍ତରୀ ଶବ୍ଦର ବ୍ୟବହାର: ମା’ ବାପାମାନେ ପିଲାଙ୍କୁ ସେମାନଙ୍କ ଯୈାନତା ବାବଦରେ ବୁଝାଇଲା ସମୟରେ ଡାକ୍ତରୀ ଶବ୍ଦର ବ୍ୟବହାର କରିବା ଦରକାର । ଶରୀରର ଏକ ଅଙ୍ଗ ବାବଦରେ ବୁଝାଇବା ପାଇଁ କୌଣସି ସଂକେତ ବା କୋଡ୍‌ ଲାଙ୍ଗୱେଜ୍ ବଦଳରେ ଡାକ୍ତରୀ ଶବ୍ଦ ପ୍ରୟୋଗ କଲେ ଭଲ । ଫଳରେ ପିଲାମାନେ ବି କୌଣସି ଯାତନାର ଶୀକାର ହେଲା ସେମାନେ ବି ସେହି ଡାକ୍ତରୀ ଶବ୍ଦର ବ୍ୟବହାର କରି ବାପା ମା’ଙ୍କୁ ସମ୍ମୁଖୀନ ହୋଇଥିବା ସ୍ଥିତି ସଂପର୍କରେ କହିପାରିବେ ।

ବ୍ୟାପକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦିବ୍ୟାଙ୍ଗ ପିଲାମାନଙ୍କ ସହ ରହୁଥିବା ମା’ ବାପା ବା ଅନ୍ୟ କୌଣସି ସଂପର୍କୀୟ ସେମାନଙ୍କ ସହ ଖାପ ଖୁଆଇବାକୁ ପଡିବ । ସହଜ ମନେ କରିବାକୁ ହେବା । କୌଣସି ସାମାଜିକ କଳଙ୍କର ଚିନ୍ତା ଦୂରେଇବାକୁ ହେବ । ଏସବୁ କଥା ଭୁଲି ଦିବ୍ୟାଙ୍ଗ ପିଲାମାନଙ୍କୁ ସେମାନଙ୍କ ଯୌନତା ସଂପର୍କରେ ଶିକ୍ଷା ଦେବାକୁ ପଡିବ । ତେଣୁ ବାପା ମା’ଙ୍କୁ ହିଁ ପ୍ରଥମେ ପିଲାମାନଙ୍କ ସହ ରହି ଧୈର୍ଯ୍ୟର ସହ ସେମାନଙ୍କୁ ଯୈାନତା ଶିକ୍ଷା ଦେବାକୁ ପଡିବ ବୋଲି ସମୃଦ୍ଧି ପାଟକର ଗୁରୁତ୍ବାରୋପ କରିଛନ୍ତି ।

Last Updated : Jul 19, 2020, 7:45 PM IST

ABOUT THE AUTHOR

...view details