ହାଇଦ୍ରାବାଦ:ଆଜିର ସମୟରେ ମହିଳାମାନେ ପୁରୁଷଙ୍କ ଠାରୁ କୌଣସି କାମରେ ମଧ୍ୟ କମ ନୁହନ୍ତି । ପୁରୁଷଙ୍କ ସହିତ ପ୍ରତିଦ୍ବନ୍ଦିତା କରି କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ ମହିଳାମାନେ ଯେଉଁ ଚାପ ଭିତରେ କାମ କରନ୍ତି ତାହା ଗର୍ଭାବସ୍ଥାରେ ସ୍ବାସ୍ଥ୍ୟ ଉପଯୋଗୀ ନୁହେଁ । ଏହା ମା' ସହିତ ଛୁଆ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେଣୁ କିଛି ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ।
ପୃଷ୍ଟିକର ଖାଦ୍ୟ:ଅନେକ ଲୋକ ଅଛନ୍ତି ଯେଉଁମାନେ କାର୍ଯ୍ୟବ୍ୟସ୍ତତା ଭିତରେ ଖାଇବା ପାଇଁ ଭୁଲି ଯାଆନ୍ତି । କିନ୍ତୁ କାର୍ଯ୍ୟ କରିବା ସମୟରେ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନ କହିଛନ୍ତି । ଖାସ କରି ଗର୍ଭାବସ୍ଥାରେ ଖାଦ୍ୟକୁ ଅବହେଳା କରିବା ଉଚିତ୍ ନୁହେଁ କାରଣ ଏହାର କୁପ୍ରଭାବ ଛୁଆ ଉପରେ ପଡିଥାଏ । ଶିଶୁର ବୃଦ୍ଧିରେ ପ୍ରଭାବ ପକାଇଥାଏ । ପନିପରିବା, ଫଳ, ପ୍ରୋଟିନ୍ ଯୁକ୍ତ ଖାଦ୍ୟ, ଲେମ୍ବୁ, କ୍ଷୀର, ସ୍ପ୍ରାଉଟ୍ସ, ଅଣ୍ଡା, ଏବଂ ବାଦାମ ଖାଇବା ଜରୁରୀ ଅଟେ । ବାର୍ଲି, ନଡିଆ ପାଣି ଏବଂ ଲେମ୍ବୁ ପାଣି ପିଇବା ଦ୍ୱାରା ଡିହାଇଡ୍ରେସନ୍ ହେବାର ସମ୍ଭାବନା କମ ରହିଥାଏ ।
ନିଦ୍ରା:ସର୍ବଦା ଜଣେ 8 ଘଣ୍ଟା ଶୋଇବା ଉଚିତ୍ । ଖାସକରି ଗର୍ଭାବସ୍ଥାରେ ମହିଳାମେନ 8 ଘଣ୍ଟା ଶୋଇବା ଉଚିତ । ଯଦି ଜଣେ 8 ଘଣ୍ଟା ଶୋଇବେ ନାହିଁ ତାହେଲେ ପ୍ରିମେଚ୍ୟୁର(ସଠିକ୍ ଭାବେ ବିକଶିତ ହୋଇନଥିବା) ଛୁଆ ଜନ୍ମ ହୋଇଥାଏ । ଗର୍ଭାବସ୍ଥା ସମୟରେ କାମ କରି ଥକ୍କା ଲାଗିବା ଦ୍ବାରା କିଛି ସମୟ ପାଇଁ ବିଶ୍ରାମ କରିବା ଆବଶ୍ୟକ ।
ଏହା ମଧ୍ୟ ପଢନ୍ତୁ:Women Reproductive Health: ପ୍ରଜନନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ ଖରାପ ଜୀବନଶୈଳୀ