ଓଡିଶା

odisha

ଥକ୍କାପଣ ପୁରୁଷମାନଙ୍କ ଠାରେ ହୃଦଘାତର ଆଶଙ୍କା ବଢାଇପାରେ

By

Published : Mar 17, 2021, 10:22 AM IST

ପୁରୁଷମାନେ ଜାଣି ରଖନ୍ତୁ । ଆପଣ ଯଦି ଅତ୍ୟଧିକ କ୍ଲାନ୍ତ ବା ଥକ୍କାପଣ ଅନୁଭବ କରୁଛନ୍ତି ତେବେ ଆପଣଙ୍କୁ ହୃଦଘାତ ହେବାର ଅଧିକ ସମ୍ଭାବନା ରହିଛି । ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି । ଅତ୍ୟଧିକ ଥକ୍କାପଣ ସହିତ ମାୟୋକାର୍ଡିଆଲ ଇନଫାରକସନର ସମ୍ପୃକ୍ତି ସମ୍ଭାବନା ରହିଥିବା ଏହି ଗବେଷଣା ଦର୍ଶାଇଛି । ଅଧିକ ପଢନ୍ତୁ...

ଥକ୍କାପଣ ପୁରୁଷମାନଙ୍କ ଠାରେ ହୃଦଘାତର ଆଶଙ୍କା ବଢାଇପାରେ
ଥକ୍କାପଣ ପୁରୁଷମାନଙ୍କ ଠାରେ ହୃଦଘାତର ଆଶଙ୍କା ବଢାଇପାରେ

ମସ୍କୋ (ଆଇଏଏନଏସ୍): ପୁରୁଷମାନେ ଜାଣି ରଖନ୍ତୁ । ଆପଣ ଯଦି ଅତ୍ୟଧିକ କ୍ଲାନ୍ତ ବା ଥକ୍କାପଣ ଅନୁଭବ କରୁଛନ୍ତି ତେବେ ଆପଣଙ୍କୁ ହୃଦଘାତ ହେବାର ଅଧିକ ସମ୍ଭାବନା ରହିଛି । ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି । ଅତ୍ୟଧିକ ଥକ୍କାପଣ ସହିତ ମାୟୋକାର୍ଡିଆଲ ଇନଫାରକସନର ସମ୍ପୃକ୍ତି ସମ୍ଭାବନା ରହିଥିବା ଏହି ଗବେଷଣା ଦର୍ଶାଇଛି । ବିଶେଷତଃ ଅବିବାହିତ, ଛାଡ଼ପତ୍ର ଦେଇଥିବା ପୁରୁଷ ଏବଂ ଯେଉଁମାନଙ୍କର ପତ୍ନୀ ବିଚ୍ଛେଦ ହୋଇଥିବ ସେମାନଙ୍କ ମଧ୍ୟରେ ଏହା ଲକ୍ଷ୍ୟ କରାଯାଇଥାଏ । ଅଧିକ କ୍ଲାନ୍ତ, ଅବସାଦ ଭାବନା ଏବଂ ବିରକ୍ତି ଭାବ ବଢିବା ଅର୍ଥ ହେଉଛି ଅତ୍ୟଧିକ ଥକ୍କାପଣ ବୋଲି ଋଷୀୟ ଫେଡେରେସନର ନୋଭୋସିବିସ୍କର ସାଇଟୋଲୋଜି ଏବଂ ଜେନେଟିକ୍ସ ପ୍ରତିଷ୍ଠାନର ଗବେଷଣାକାରୀ ଦିମିତ୍ରି ପାନୋଭ କହିଛନ୍ତି ।

ପାନୋଭ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଲୋକଙ୍କର କିଛି କଠିନ ସମସ୍ୟାର ପ୍ରତିକ୍ରିୟା ବୋଲି ବିଚାର କରାଯାଏ। ବିଶେଷ କରି ସେମାନେ ଯେତେବେଳେ କୌଣସି ସମସ୍ୟାର ସମାଧାନ କରି ନପାରି ମାନସିକ ଚାପରେ ରହନ୍ତି ସେତେବେଳେ ଅତ୍ୟଧିକ ଥକ୍କାପଣ ଅନୁଭବ ହୁଏ । ଇଏସି ଆକ୍ୟୁଟ କାର୍ଡିଓଭାସ୍କୁଲାର କେୟାର 2021ରେ ଉପସ୍ଥାପିତ ଏହି ଗବେଷଣାମୂଳକ ରିପୋର୍ଟ ପ୍ରସ୍ତୁତ କରିଥିବା ପ୍ରତିନିଧି ଦଳ କାର୍ଡିଓଭାସ୍କୁଲାର ରୋଗ ନଥିବା 657 ଜଣ ପୁରୁଷଙ୍କର ଅତ୍ୟଧିକ ଥକ୍କାପଣ ସହିତ ମାୟୋକାର୍ଡିଆଲ ଇନଫାରକସନ ସମ୍ଭାବନାର ସମ୍ପୃକ୍ତି ନେଇ ପରୀକ୍ଷା କରିଛନ୍ତି ।

ଯେଉଁମାନଙ୍କୁ ନେଇ ପରୀକ୍ଷା କରାଯାଇଥିଲା ସେମାନଙ୍କୁ ସେମାନେ ଅନୁଭବ କରୁଥିବା ଥକ୍କାପଣର ସ୍ତରକୁ ନେଇ – କିଛିନାହିଁ, ସାମାନ୍ୟ ଓ ଅଧିକ ତିନିଟି ବର୍ଗରେ ବିଭକ୍ତ କରାଯାଇଥିଲା । ଗବେଷଣାରେ ଅଂଶଗ୍ରହଣକାରୀଙ୍କୁ ହୃଦଘାତ ଘଟଣା ନେଇ 14 ବର୍ଷ ଧରି ଅନୁସରଣ କରାଯାଇଥିଲା । ମୋଟାମୋଟି ପୁରୁଷମାନଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ (67 ପ୍ରତିଶତ)ଙ୍କ କ୍ଷେତ୍ରରେ ଅତ୍ୟଧିକ ଥକ୍କାପଣ ଦେଖିବାକୁ ମିଳେ। 15 ପ୍ରତିଶତ ପୁରୁଷଙ୍କ ମଧ୍ୟରେ ଅଧିକ ଏବଂ 52 ପ୍ରତିଶତଙ୍କ ମଧ୍ୟରେ ସାମାନ୍ୟ ଅତ୍ୟଧିକ ଥକ୍କାପଣ ଲକ୍ଷ୍ୟ କରାଯାଇଛି। ଅବଶିଷ୍ଟ 33 ପ୍ରତିଶତଙ୍କ ମଧ୍ୟରେ ଏହା ଦେଖିବାକୁ ମିଳେନାହିଁ । ଉକ୍ତ ରକ୍ତଚାପ ଥିବା ପୁରୁଷଙ୍କ ମଧ୍ୟରୁ ପାଖାପାଖି ତିନି-ଚତୁର୍ଥାଂଶ (74 ପ୍ରତିଶତ)ଙ୍କ ପାଖରେ ଅତ୍ୟଧିକ ଥକ୍କାପଣ ଥାଏ। ଏମାନଙ୍କ ମଧ୍ୟରୁ 58 ପ୍ରତିଶତଙ୍କ ପାଖରେ ଅଧିକ ଏବଂ 16 ପ୍ରତିଶତଙ୍କ ମଧ୍ୟରେ ଏହା ସାମାନ୍ୟ ଥାଏ ।

ପୁରୁଷମାନଙ୍କୁ ସାମଗ୍ରିକ ଭାବେ ନେଇ ଗବେଷଣାକାରୀମାନେ ଆରମ୍ଭ ହେବା ଅବସ୍ଥାରେ ଅତ୍ୟଧକ ଥକ୍କାପଣ ଏବଂ ହୃଦଘାତ ହେବାର ଆଶଙ୍କାର ସମ୍ପୃକ୍ତି ନେଇ ପରୀକ୍ଷା ନିରୀକ୍ଷା କରିଛନ୍ତି । ଅତ୍ୟଧିକ ଥକ୍କାପଣ ନଥିବା ବ୍ୟକ୍ତିଙ୍କ ତୁଳନାରେ ମଧ୍ୟମ କିମ୍ବା ଅଧିକ ଥକ୍କାପଣ ଥିବା ପୁରୁଷଙ୍କ ହୃଦଘାତ ଆଶଙ୍କା ପାଞ୍ଚ ବର୍ଷ ମଧ୍ୟରେ 2.7 ଗୁଣା, 10 ବର୍ଷ ଭିତରେ 2.25 ଗୁଣା ଏବଂ 14 ବର୍ଷ ଭିତରେ 2.1 ଗୁଣା ଅଧିକ ରହୁଛି ।

ସାମାଜିକ କାରଣ (ଶିକ୍ଷା, ବୃତ୍ତି ଏବଂ ବୈବାହିକ ସ୍ଥିତି) ଏବଂ ବୟସକୁ ଆଧାର କରି ହୋଇଥିବା ପରୀକ୍ଷା ନିରୀକ୍ଷା ଅନୁଯାୟୀ ହୃଦଘାତ ଆଶଙ୍କା ଉପରେ ଅତ୍ୟଧିକ ଥକ୍କାପଣର ପ୍ରଭାବ ଏସବୁ କ୍ଷେତ୍ରରେ କମିଥାଏ କିନ୍ତୁ ପରିସଂଖ୍ୟନ ଦୃଷ୍ଟିରୁ ଏହା ଗୁରୁତ୍ବପୂର୍ଣ୍ଣ ହୋଇ ରହିଛି।

ABOUT THE AUTHOR

...view details