ୱାଶିଂଟନ୍: ଏକ ଅଧ୍ୟୟନ ଅନୁଯାୟୀ ସପ୍ତାହରେ ସାତ କିମ୍ବା ସାତରୁ ଅଧିକ ୟୁନିଟ୍ ମଦ୍ୟପାନ କରିବା ଦ୍ବାରା ମସ୍ତିଷ୍କ ଏବଂ ଜ୍ଞାନଗତ ସମସ୍ୟା ସୃଷ୍ଟି ହୋଇପାରେ । ଏପରିକି ସନ୍ତୁଳିତ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି(Even moderate drinking linked to brain changes, cognitive decline) । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା(NHS) ଅନୁଯାୟୀ ସାତ ୟୁନିଟ୍ ମଦ୍ୟପାନ ହାରାହାରି ଶକ୍ତି ବିୟର ତିନି ପିଣ୍ଟ୍ସ କିମ୍ବା ପାଞ୍ଚ ଛୋଟ ଗ୍ଲାସ୍ ନିମ୍ନ ଶକ୍ତି ବିଶିଷ୍ଟ ମଦ ସହିତ ସମାନ । PLOS ମେଡିସିନ୍ ପତ୍ରିକାରେ ନିକଟରେ ପ୍ରକାଶିତ ଏହି ଅଧ୍ୟୟନରେ 21,000ରୁ ଅଧିକ ଅଂଶଗ୍ରହଣକାରୀ ମଦ୍ୟପାନ ଏବଂ ମସ୍ତିଷ୍କ ଲୌହ ସ୍ତର(brain iron levels) ମଧ୍ୟରେ ଥିବା ଲିଙ୍କକୁ ବିଶ୍ଳେଷଣ କରିଥିଲେ ।
ମସ୍ତିଷ୍କରେ ଲୌହ ସୃଷ୍ଟି ହେବା ପାର୍କିନ୍ସନ୍(Parkinson's) ଏବଂ ଆଲଜାଇମର(Alzheimer's) ରୋଗ ସହିତ ଜଡିତ ଥାଏ ଏବଂ ମଦ୍ୟପାନ ଦ୍ବାରା ଜ୍ଞାନଗତ ଅବନ୍ନତି ହୋଇପାରେ । ବ୍ରିଟେନ ଅକ୍ସଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ସାପ୍ତାହିକ ମଦ୍ୟପାନର ସାତ କିମ୍ବା ଅଧିକ ୟୁନିଟ୍ ଏବଂ ମସ୍ତିଷ୍କରେ ଅଧିକ ପରିମାଣର ଲୌହ ମଧ୍ୟରେ ଏକ ସମ୍ବନ୍ଧ ଥିବା ଜାଣିବାକୁ ପାଇଲେ । ବୃଦ୍ଧି ପାଉଥିବା ପ୍ରମାଣ ଅନୁଯାୟୀ, ସନ୍ତୁଳିତ ମଦ୍ୟପାନ(moderate alcohol) ମଧ୍ୟ ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ ବୋଲି ସେମାନେ କହିଛନ୍ତି ।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଅନିୟା ଟୋପିୱାଲା କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ହୋଇଥିବା ସର୍ବ ବୃହତ ଅଧ୍ୟୟନରେ ଆମେ ସାପ୍ତାହିକ 7 ୟୁନିଟରୁ ଅଧିକ ମଦ୍ୟପାନ ମସ୍ତିଷ୍କରେ ଲୌହା ଜମା ସହିତ ଜଡିତ ଥିବା ଦେଖିବାକୁ ପାଇଲୁ । ଟୋପିୱାଲା ସ୍ପଷ୍ଟ କରିଛନ୍ତି, "ମସ୍ତିଷ୍କରେ ଅଧିକ ଲୌହ ଖରାପ ଜ୍ଞାନଗତ କାର୍ଯ୍ୟଦକ୍ଷତା ସହିତ ଜଡିତ । ଲୌହ ଜମା ହେବା ମଦ୍ୟପାନ ସମ୍ବନ୍ଧୀୟ ଜ୍ଞାନଗତ ଅବନତିର କାରଣ ହୋଇପାରେ ।"
ବ୍ରିଟେନର ବାୟୋବ୍ୟାଙ୍କର 20,965 ସ୍ବେଚ୍ଛାସେବୀ ନିଜ ନିଜ ମଦ୍ୟପାନ ବିଷୟରେ ସୂଚନା ପ୍ରଦାନ କରିଥିଲେ ଏବଂ ସେମାନଙ୍କର ମସ୍ତିଷ୍କ ପରୀକ୍ଷା କରିବା ପାଇଁ ମ୍ୟାଗ୍ନେଟିକ୍ ରିଜୋନାନ୍ସ ଇମେଜିଙ୍ଗ୍ (MRI) ବ୍ୟବହୃତ ହୋଇଥିଲା । ଅଂଶଗ୍ରହଣକାରୀଙ୍କ ହାରାହାରି ବୟସ 55 ଥିଲା ଏବଂ ସେମାନଙ୍କ ମଧ୍ୟରୁ 48.6 ପ୍ରତିଶତ ମହିଳା ଥିଲେ । ସିଷ୍ଟମିକ୍ ଲୌହର ପରିମାଣ ନିର୍ଣ୍ଣୟ କରିବାକୁ, ପ୍ରାୟ 7,000 ଲୋକ MRI ବ୍ୟବହାର କରି ସେମାନଙ୍କର ଲିଭର ସ୍କାନ କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଜ୍ଞାନଗତ ଏବଂ ମୋଟର ଦକ୍ଷତା(motor control)କୁ ଆକଳନ କରିବା ପାଇଁ ଏକ ମୌଳିକ ପରୀକ୍ଷଣ ଗ୍ରହଣ କରିଥିଲେ ।
ଯଦିଓ 2.7 ପ୍ରତିଶତ ଉତ୍ତରଦାତାମାନେ ଅଣ-ପାନକାରୀ ଭାବରେ ଚିହ୍ନଟ ହୋଇଥିଲେ ମଧ୍ୟ ହାରାହାରି ସାପ୍ତାହିକ ବ୍ୟବହାର ହେଉଛି 18 ୟୁନିଟ୍ କିମ୍ବା ପ୍ରାୟ 7.5 କ୍ୟାନ୍ ବିୟର କିମ୍ବା 6 ଟି ବଡ଼ ଗ୍ଲାସ୍ ମଦ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ମୋଟର ନିୟନ୍ତ୍ରଣ, ପ୍ରକ୍ରିୟାଗତ ଶିକ୍ଷା, ଆଖିର ଗତିବିଧି, ଜ୍ଞାନ, ଭାବନା ଏବଂ ଅନ୍ୟାନ୍ୟ କାର୍ଯ୍ୟ ସହିତ ମସ୍ତିଷ୍କରେ ଲୌହର ବର୍ଦ୍ଧିତ ମାର୍କ ଏବଂ ସପ୍ତାହରେ ସାତ ୟୁନିଟରୁ ଅଧିକ ମଦ୍ୟପାନ ସହ ଜଡିତ । କେତେକ ମସ୍ତିଷ୍କ ଅଞ୍ଚଳରେ ଲୌହ ଜମା ଖରାପ ଜ୍ଞାନକୌଶଳ କାର୍ଯ୍ୟ ସହିତ ଜଡିତ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।