ହାଇଦ୍ରାବାଦ:କୁହାଯାଏ, ଗର୍ଭଧାରଣ ହେଉଛି ମହିଳାଙ୍କ ଜୀବନର ସବୁଠାରୁ ସୁଖଦ ତଥା ସମ୍ବେଦନଶୀଳ ସମୟ । ଏହି ସମୟରେ ଉଭୟ ମା' ଏବଂ ଶିଶୁର ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ତେବେ ମା' ଏବଂ ଶିଶୁକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାର ଔଷଧର ସେବନ ପାଇଁ ଡାକ୍ତର ପରାମର୍ଶ ଦେଇଥାଆନ୍ତି । ଗର୍ଭାବସ୍ଥାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଔଷଧ ମଧ୍ୟରୁ ଫଲିକ୍ ଏସିଡ୍, ଆଇରନ୍ ଏବଂ କ୍ୟାଲସିୟମ୍ ସପ୍ଲିମେଣ୍ଟସ୍ ଏବଂ ଭିଟାମିନ୍ ଇତ୍ୟାଦି ଅନ୍ତର୍ଭୁକ୍ତ । ଫଲିକ୍ ଏସିଡ୍ ଶିଶୁର ମସ୍ତିଷ୍କ ଏବଂ ମେରୁଦଣ୍ଡର ବିକାଶରେ ସାହାଯ୍ୟ କରିବା ବେଳେ ଶିଶୁ ଏବଂ ମା’ର ଅସ୍ଥି ପାଇଁ ଲୌହ ଏବଂ କ୍ୟାଲସିୟମ୍ ଜରୁରୀ ଅଟେ । ଅନ୍ୟପଟେ ମା' ଏବଂ ଶିଶୁ ସୁସ୍ଥ ରହିବା ପାଇଁ ଭିଟାମିନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେବେ ଜାଣନ୍ତୁ ଗର୍ଭାବସ୍ଥାରେ କେଉଁ ଔଷଧର ସେବନ ଦ୍ବାରା ଉଭୟ ମା' ଏବଂ ଶିଶୁ ସୁସ୍ଥ ରହିପାରିବେ ।
ଫଲିକ ଏସିଡ ବଟିକା: ଗର୍ଭାବସ୍ଥାରେ ସେବନ ପାଇଁ ପରାମର୍ଶ ଦିଆଯାଉଥିବା ଔଷଧ ମଧ୍ୟରୁ ଫଲିକ ଏସିଡ ଅନ୍ୟତମ । ଫଲିକ୍ ଏସିଡ୍ ଶରୀରରେ ଫୋଲେଟର ଏକ ରୂପ, ଯାହା ଡିଏନ୍ଏ ଗଠନରେ ସାହାଯ୍ୟ କରିଥାଏ । ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଏବଂ ମେରୁଦଣ୍ଡର ସଠିକ୍ ବିକାଶ ପାଇଁ ଏହା ଅତ୍ୟନ୍ତ ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାଆନ୍ତି । ଫଲିକ୍ ଏସିଡର ଅଭାବ ନ୍ୟୁରାଲ୍ ଟ୍ୟୁବ୍ ତ୍ରୁଟି ପରି ଜନ୍ମଗତ ବ୍ୟାଧି ସୃଷ୍ଟି କରିପାରେ । ତେଣୁ ଫଲିକ୍ ଏସିଡ୍ ସପ୍ଲିମେଣ୍ଟ ଗର୍ଭଧାରଣ ଆରମ୍ଭରୁ ଖାଇବା ଉଚିତ୍ ବୋଲି କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ: Tests During Pregnancy: ଗର୍ଭାବସ୍ଥାର 3 ମାସ ମଧ୍ୟରେ କେଉଁ ଟେଷ୍ଟ କରିବା ଜରୁରୀ, ଜାଣନ୍ତୁ