ହାଇଦ୍ରାବାଦ: ଶୀତଋତୁକୁ ସାଧାରଣତଃ ରୋଗର ଋତୁ ବୋଲି କୁହାଯାଏ ! କାରଣ ଥଣ୍ଡା ପାଗ, ସାଥିରେ ଆଣିଥାଏ ନାନା ସମସ୍ୟା । ଏହି ଋତୁରେ ତାପମାତ୍ରା ହ୍ରାସ ପାଇବା ସହିତ ରକ୍ତ ସଞ୍ଚାଳନ ମନ୍ଥର ହୋଇଯାଏ, ହାଡ ଯନ୍ତ୍ରଣା ଆରମ୍ଭ ହୁଏ, କେଶ ଝଡିବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୁଏ । ଏପରି ପରିସ୍ଥିତିରେ, ଖାଦ୍ୟରେ କେବଳ ଏକ ଛୋଟ ପରିବର୍ତ୍ତନ ଅନେକ ଦୀର୍ଘସ୍ଥାୟୀ ସମସ୍ୟାକୁ ଏଡ଼ାଇବାରେ ସାହାଯ୍ୟ କରିଥାଏ । ଆପଣ ପ୍ରାୟତଃ ଶୁଣିଥିବେ ଯେ, ଶୀତଦିନେ ଅଣ୍ଡା ଖାଇବା ଲାଭଦାୟକ, ତେବେ ଠିକ୍ ଶୁଣିଛନ୍ତି । ଶୀତଦିନେ କେବଳ ଅଣ୍ଡା ଖାଇବା ଦ୍ୱାରା ଅନେକ ସମସ୍ୟାକୁ ଏଡାଇ ଦିଆଯାଇ ପାରିବ ।
ତେବେ ଶୀତଦିନେ କେବେ ଏବଂ କେତେ ପରିମାଣରେ ଅଣ୍ଡା ଖାଇବା ଦ୍ବାରା ଥଣ୍ଡାଠୁ ଆରମ୍ଭ କରି ହାଡ ସ୍ବାସ୍ଥ୍ୟ ସୁସ୍ଥ ରହିବା ସହ କେଶ ଝଡିବା ବନ୍ଦ ହୋଇଥାଏ(Egg Benefits), ଜାଣନ୍ତୁ...
ଥଣ୍ଡା ଏବଂ କାଶ ସମୟରେ ଅଣ୍ଡା ଖାଆନ୍ତୁ:ଶୀତଦିନେ, ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଯାଏ । ଫଳରେ ଥଣ୍ଡା, କାଶ, ଜ୍ବାର ଏବଂ ସ୍ୱାଇନ୍ ଫ୍ଲୁ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଏହି କ୍ଷେତ୍ରରେ, ଅଣ୍ଡାର ପ୍ରୋଟିନ୍ ଶରୀରର ଶକ୍ତି ବୃଦ୍ଧି କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଏହା ବ୍ୟତୀତ ଏଥିରେ ଭିଟାମିନ୍ B6 ଏବଂ B12 ଥାଏ, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏବଂ ଥଣ୍ଡା ଓ ଫ୍ଲୁ ରୋକିବାରେ ସାହାଯ୍ୟ କରିଥାଏ ।
ଅସ୍ଥି ସ୍ୱାସ୍ଥ୍ୟ ପାଇଁ ଅଣ୍ଡା:ଅଣ୍ଡା ଅନେକ ଉପାୟରେ ହାଡ ପାଇଁ ଲାଭଦାୟକ । ଏଥିରେ ଭିଟାମିନ୍-ଡି ଏବଂ ଜିଙ୍କ୍ ଥାଏ, ଯାହା ଅଷ୍ଟିଓଜେନିକ୍ ଜୈବ ସକ୍ରିୟ ଉପାଦାନ । ଏହା ଲ୍ୟୁଟିନ୍ ଏବଂ ଜିଆକ୍ସଆନ୍ଥିନ୍(zeaxanthin) ପରି ଉପାଦାନଗୁଡିକ ବଢାଇଥାଏ ଏବଂ ହାଡକୁ ଭିତରୁ ସୁସ୍ଥ ରଖେ । ଏହିପରି, ଏହା ଶୀତଦିନେ ଗଣ୍ଠି ଯନ୍ତ୍ରଣା ଏବଂ ଆର୍ଥ୍ରାଇଟିସ୍ ଭଳି ହାଡ ସମସ୍ୟାକୁ ରୋକିଥାଏ ।