ହାଇଦ୍ରାବାଦ:ଥଣ୍ଡା ପାନୀୟ କିମ୍ବା ବୋତଲରେ ପାଣି ପିଇବା ସମୟରେ ଅନେକ ଲୋକ ନଡ଼ା ବା ଷ୍ଟ୍ର ବ୍ୟବହାର କରନ୍ତି। ପୂର୍ବରୁ ପ୍ଲାଷ୍ଟିକ୍ ନଡା ବ୍ୟବହାର କରାଯାଉଥିବାବେଳେ ଆଜିକାଲି କାଗଜ ନଡା ବ୍ୟବହାର କରାଯାଏ। କାଗଜ ପରିବେଶ ପ୍ରଦୂଷଣକୁ ରୋକିପାରିବ ବୋଲି ପ୍ଲାଷ୍ଟିକ ବଦଳରେ କାଗଜକୁ ବ୍ୟବାହର କରାଯାଉଛି। ହେଲେ ନିକଟରେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ସ୍ବାସ୍ଥ୍ୟ ଉପଯୋଗୀ ନୁହେଁ। ଏଥିରେ ଅନେକ ପ୍ରକାର କେମିକାଲ ରହିଥିବା ବେଳେ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି।
ଫୁଡ୍ ଆଡିକ୍ଟିଭ ଏବଂ କଣ୍ଟାମିନେଣ୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବେଲଜିୟମର ଗବେଷକମାନେ ୟୁରୋପରେ 39 ବ୍ରାଣ୍ଡର ଷ୍ଟ୍ରକୁ ନେଇ ଏହି ସର୍ଭେ କରିଥିଲେ। କାଗଜ ନଡା ଏକ ନିର୍ଦ୍ଦିଷ୍ଟ ପରିମାଣର ସିନ୍ଥେଟିକ୍ସ ଧାରଣ କରିଥାଏ। ଏହାର ନାମ ପଲି ଆଣ୍ଡ ପେରପ୍ଲୁଓରୋକ୍ଲି ସବଷ୍ଟାଣ୍ଟ୍ସ। ଏହି କ୍ଷତିକାରକ ରାସାୟନିକ ପଦାର୍ଥର ପ୍ରାୟ 69 ପ୍ରତିଶତ କାଗଜ ନଡ଼ାରେ ମିଳିଥିଲା । ଏହି ରାସାୟନିକ ପଦାର୍ଥର ଉପସ୍ଥିତି କେବଳ କାଗଜ ନଡ଼ା ନୁହେଁ ବିଭିନ୍ନ ପ୍ରକାରର ନଡ଼ାରେ ଦେଖିବାକୁ ମିଳିଛି। 80 ପ୍ରତିଶତ ବାଉଁଶ ନଡ଼ା, 40 ପ୍ରତିଶତ ପ୍ଲାଷ୍ଟିକ ପାଇପଗୁଡ଼ିକରେ କ୍ଷତିକାରକ ରାସାୟନିକ ପଦାର୍ଥ (PFAS) ଥିବା ଜଣାପଡିଥିଲା। ତେବେ ଆଶ୍ଟର୍ଯ୍ୟର କଥା କାଚ ଷ୍ଟ୍ରରେ ମଧ୍ୟ ଏହି ରାସାୟନିକ ପଦାର୍ଥର ଉପସ୍ଥିତି ବିଷୟରେ ଜଣାପଡିଥିଲା। କିନ୍ତୁ ଷ୍ଟିଲ ନଡା ବା ଷ୍ଟ୍ରରେ ରାସାୟନିକ (PFAS) ଉପସ୍ଥିତି ମିଳିଲା ନାହିଁ। ରିସର୍ଚ୍ଚ ଅନୁଯାୟୀ, ନିକଟରେ ଭାରତ, ଲଣ୍ଡନ ଏବଂ ବେଲଜିୟମ ଏକକ ବ୍ୟବହାର ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ବ୍ୟାନ କରିଥିବା ବେଳେ ବିକ୍ରୟ ମଧ୍ୟ ବନ୍ଦ କରାଯାଇଛି। ତେବେ ବୈଜ୍ଞାନିକଙ୍କ କହିବା ଅନୁସାରେ କେମିକାଲ ଯୁକ୍ତ ଷ୍ଟ୍ର ବଦଳରେ ପନିପରିବାରରୁ ଷ୍ଟ୍ର ତିଆରି କରି ବ୍ୟବାହର କରିବା ଉଚିତ।
ଏହା ମଧ୍ୟ ପଢନ୍ତୁ: Disposable Cup And Cancer: ଡିସ୍ପୋଜେବଲ କପ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ବିପଜ୍ଜନକ