ହାଇଦ୍ରାବାଦ:ପରିବାରରେ କେହି ହୃଦରୋଗରେ ପୀଡିତ ଅଛନ୍ତି କି ? ଆପଣଙ୍କ ମନରେ ମଧ୍ୟ ହୃଦଘାତକୁ ନେଇ ଡର ରହୁଛି କି ? ତାହାଲେ ଏଭଳି ପରିସ୍ଥିତିରେ ଅଧିକ ଖାଆନ୍ତୁ ମାଛ । କାରୋଲିନସ୍କା ପ୍ରତିଷ୍ଠାନର ଏକ ଅଧ୍ୟୟନରେ ଏଭଳି ଦାବି କରାଯାଇଛି । ମାଛରେ ରହିଥିବା ଫ୍ୟାଟି ଏସିଡ ହୃଦରୋଗ ରୋକିବାରେ ସାହାଯ୍ୟ କରିଥାଏ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ମାଛ ଯେପରିକି ସାଲମନ, ମାକେରେଲ, ହେରିଙ୍ଗ ଏବା ସାର୍ଡିନ ପରି ମାଛରେ EPA ଏବଂ DHA- ପ୍ରକାରର ଫ୍ୟାଟି ଏସିଡ ରହିଥାଏ । ଏହି ଫ୍ୟାଟ ଶରୀର ପାଇଁ ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ । ଏହା ଶରୀରରେ ଆପେ ଆପେ ତିଆରି ହୋଇନଥାଏ । ତେଣୁ ଏହାକୁ ଖାଦ୍ୟ ଦ୍ବାରା ଖାଇବା ଉଚିତ । ଏହାକୁ ପ୍ରତିଦିନ ଖାଇବା ଦ୍ବାରା ଶରୀର ପାଇଁ ଉପଯୋଗୀ ବୋଲି ଅନେକ ଅଧ୍ୟୟନରେ ଦାବି କରାଯାଇଛି ।
ଆଉ ଏକ ଅଧ୍ୟୟନରେ କୁହାଯାଇଛି ଯେ, ଯେଉଁ ପରିବାରରେ ହୃଦଘାତ ରୋଗୀ ରହିଛନ୍ତି, ସେହି ପରିବାରର ସହସ୍ୟଙ୍କୁ ଅଧିକ ମାଛ ଖାଇବାର ଆବଶ୍ୟକତା ରହିଛି । ହୃଦଘାତ ଏବଂ ହୃଦ ସମ୍ବନ୍ଧୀୟ ରୋଗକୁ ନେଇ ଅନୁସନ୍ଧାନକାରୀମାନେ ଅନେକ ଗବେଷଣା ବା ଅଧ୍ୟୟନ ଜାରି ରଖିଛନ୍ତି । ତେବେ ଅନେକ ବୈଜ୍ଞାନିକ ଦାବି କରିଛନ୍ତି ହୃଦଘାତ କେତେକାଂଶରେ ଜେନେଟିକ ଅଟେ । ଏନେଇ ଯାଞ୍ଚାଳା ଶିଶୁଙ୍କ ଉପରେ ଅଧ୍ୟୟନ କରାଯାଇଥିଲା । କିନ୍ତୁ ଜିନ ଚିହ୍ନଟ କରିବା କଷ୍ଟକର ବୋଲି କୁହାଯାଇଛି । କାରଣ ହୃଦଘାତ ଉଭୟ ପରିବାର ଏବଂ ଜିନ ସହିଡ ଜଡିତ ହୋଇଥାଏ । ତେଣୁ ଅନୁଧ୍ୟାନକାରୀମାନେ କେବଳ ପାରିବାରିକ ଇତିହାସ ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ଦେଇଥିଲେ ।