ହାଇଦ୍ରାବାଦ:ବଜାରରେ ବିକ୍ରି ହେଉଥିବା ଅଧିକାଂଶ ଖାଦ୍ୟ ସାମଗ୍ରୀ ଉପରେ ଏକ୍ସପାରୀ ଡେଟ ବା ତାରିଖ ଲେଖା ହୋଇଥାଏ । କିନ୍ତୁ କିଛି ଲୋକ ଜିନିଷକୁ କିଣି ଆଣି ଘରେ ରଖିବା ପରେ ଏକ୍ସପାରୀ ହେଲେ ମଧ୍ୟ ଖାଦ୍ୟ ଖାଇଥାଆନ୍ତି । କିଛି ଲେକେ ଭାବନ୍ତି ଅଳ୍ପଦିନ ହେଲା ଏକ୍ସପାରୀ ହୋଇଛି ତ ଏହାକୁ ଖାଇଲେ ସ୍ବାସ୍ଥ୍ୟ ଉପରେ କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ। କିନ୍ତୁ ଏଭଳି ଭାବିବା ଭୁଲ ଅଟେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏକ୍ସପାରୀ ଔଷଧ ?ଖାଦ୍ୟ ଖାଇବା ଦ୍ବାରା ଶରୀର ଉପରେ ପ୍ରଭାବ ପଡେ କି ? ନା ଏହା ଖାଇପାରିବା ? ବାସ୍ତବରେ ଏକ୍ସପର୍ଟଙ୍କ କହିବା ଅନୁସାରେ, ଏକ୍ସପାରୀ ଖାଦ୍ୟ ଖାଇବା ଦ୍ବାରା ବିଭିନ୍ନ ଲୋକଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । କିଛି ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ବେଳେ ଅନ୍ୟ କିଛି ଲୋକଙ୍କ ଉପରେ ଏହାର ପ୍ରଭାବ ପଡିପାରେ ନାହିଁ ବୋଲି ଏକ୍ସପର୍ଟ କହିଛନ୍ତି ।
ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ପ୍ୟାକେଟର ଏକ୍ସପାରୀ ହେବା ପରେ ମଧ୍ୟ ଏହାକୁ ଖାଇପାରିବେ ବୋଲି ଖାଇଥାଆନ୍ତି । ଏକ୍ସପାରୀ ହେବା ପରେ କିଛି ଲୋକ ଖାଦ୍ୟର ବାସ୍ନାକୁ ପରଖିଥାଆନ୍ତି । ସେମାନେ ଭାବନ୍ତି ଖାଦ୍ୟର ବାସ୍ନା ଭଲ ରହିଛି ମାନେ ଏହା ଖାଦ୍ୟ ଉପଯୋଗୀ ଅଟେ । ଅନେକ ଲୋକ ଏହା ମଧ୍ୟ ଦାବି କରନ୍ତି ଯେ ଏକ୍ସପାରୀ ତାରିଖ ସରିବା ପରେ ମଧ୍ୟ କିଛି ଦିନ ପାଇଁ ଜିନିଷ ଖାଇ ପାରିବେ।
ଏହା ମଧ୍ୟ ପଢନ୍ତୁ: Smartphone in Washroom: ଟଏଲେଟରେ ବସି ମୋବାଇଲ ବ୍ୟବହାର କରୁଥିଲେ ସାବଧାନ! ହୋଇପାରେ ସମସ୍ୟା